ତଣ୍ଟିରେ ଅଟକିଗଲା ଡିବିରି ଠିପି, ଛଟପଟ ହୋଇ ଚାଲିଗଲା ଦେଢ ବର୍ଷ ଶିଶୁର ଜୀବନ

Published By : Prameya-News7 Bureau | December 14, 2021 IST

ସୋର ୧୪।୧୨: ଏମିତି ବି ଆସେ ମୃତ୍ୟୁ । ଦେଢ ବର୍ଷର ଶିଶୁ ଢୋକିଦେଲା ଡିବିରି ଆଲୁଅ ଠିପି । ତଣ୍ଟିରେ ଅଟକି ଚାଲିଗଲା ଶିଶୁର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ତେନ୍ତୁଳିଗଛି ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ତେନ୍ତୁଳିଗଛି ଗ୍ରାମ ଗୁରା ପୁଥାଳଙ୍କ ଦେଢ ବର୍ଷର ଶିଶୁ ପୁତ୍ର ଘରେ ଖେଳୁଥିବା ସମୟରେ ଡିବିରି ଆଲୁଅ ଖୋଲି ଠିପି ଢୋକି ଦେଇଥିଲା । ଫଳରେ ଶିଶୁଟି ନିଶ୍ବାସ ନେବାରେ କଷ୍ଟ ଅନୁଭବ କରି ଯନ୍ତ୍ରଣାରେ ଛଟପଟ ହେଉଥିଲା । ପରିବାର ଲୋକେ ସଙ୍ଗେ ସଙ୍ଗେ ଶିଶୁଟିକୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ପରୀକ୍ଷା କରିବା ପରେ ଶିଶୁଟିକୁ ମୃତ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.