ଦେଢ଼ ବର୍ଷର ଶିଶୁକୁ ଅପହରଣ ପରେ ହତ୍ୟା : ଶବରେ ପଥର ବାନ୍ଧି ଫିଙ୍ଗାଯାଇଥିଲା କୂଅରେ
27/02/2020 at 10:46 AM

ଜବଲପୁର ୨୭/୨: ଭୈରୋନଗର କ୍ରାଶର ବସ୍ତିରେ ରହୁଥିବା ଦେଢ଼ ବର୍ଷର ନିରୀହ ଶିଶୁ ଦେବିକାଙ୍କୁ ହତ୍ୟା କରାଯାଇଛି। ଜାନୁୟାରୀ ୧୬ତାରିଖ ରାତିରେ ସେ ମାଆ ବାପାଙ୍କ ସହ ଶୋଇଥିବାବେଳେ ତାଙ୍କୁ ଅପହରଣ କରି ନିଆଯାଇଥିଲା। ବୁଧବାର ଦ୍ବିପ୍ରହରରେ ତାଙ୍କ ଶବ ଏକ କୂଅରୁ ମିଳିଥିଲା।
ତାଙ୍କ ମୁଣ୍ଡରେ ୧୫କିଲୋର ପଥର ବାନ୍ଧି ଶବକୁ କୂଅରେ ଫିଙ୍ଗି ଦିଆଯାଇଥିଲା। ଜଣେ ପିଲା କୂଅରେ ଏକ ଶିଶୁର ଗୋଡ଼କୁ ଦେଖି ଲୋକଙ୍କୁ ସୂଚନା ଦେଇଥିଲା। ମୃତ ଶିଶୁଙ୍କ ବାପା ଜାନୁୟାରୀ ୧୭ତାରିଖରେ ଅପହରଣ ମାମଲା ରୁଜୁ କରିଥିଲେ। ପୋଲିସ୍ ଅଭିଯୁକ୍ତକୁ ଖୋଜୁଛି।