ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ବ୍ରାଉନ୍‌ ସୁଗାର ସହ ଜଣେ ଅଭିଯୁକ୍ତ ଗିରଫ; ମୋବାଇଲ ଓ ମୋଟର ସାଇକେଲ ଜବତ

22/11/2022 at 11:09 PM

ଜଟଣି ୨୨/୧୧: ୧୦.୦୭ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଅଭିଯୁକ୍ତ ଗିରଫ। ଅଭିଯୁକ୍ତଙ୍କ ପରିଚୟ ଶେଖ୍ ସରିଦ୍। ସେ ପୁରୀ ଜ଼ିଲ୍ଲା, ପିପିଲି ଥାନା ଅଞ୍ଚଳର  ବାସିନ୍ଦା। ମଙ୍ଗଳବାର ବିଶେଷ ସୂତ୍ରରୁ ଖବର ପାଇ ଜଟଣି ଥାନା ଆଇଆଇସି ସୌମକାନ୍ତ ବଳିୟାରସିଂଙ୍କ ନିର୍ଦ୍ଦେଶରେ ଜଟଣୀ ଥାନାର ସ୍ୱତନ୍ତ୍ର ଟିମ୍ କୁଦିଆରୀ ଛକ ହନୁମାନ ମନ୍ଦିରରେ ଅଚାନକ ଚଢ଼ଉ କରିଥିଲା। ଏହି ଚଢ଼ଉରେ ପୋଲିସ ବ୍ରାଉନ ସୁଗାର ଜବତ କରିବା ସହ ଶେଖ୍‌କୁ ଗିରଫ କରିଛି। ଗିରଫ  ଅଭିଯୁକ୍ତଠାରୁ ଏକ ମୋଟର ସାଇକେଲ ଏବଂ ମୋବାଇଲ ଫୋନ ମଧ୍ୟ ପୋଲିସ ଜବତ କରାଯାଇଛି।

ସେ ଜଳେଶ୍ୱରରୁ ବ୍ରାଉନ ସୁଗାର ଆଣି ବିଭିନ୍ନ ଅଞ୍ଚଳରେ ବିକ୍ରି କରୁଥିବା ସ୍ୱୀକାର କରିଛି। ଚଳିତ ବର୍ଷ ଜଟଣୀ ପୋଲିସ ପକ୍ଷରୁ ୭୭ଟି ବ୍ରାଉନ ସୁଗାର ମାମଲା ରୁଜୁ ହୋଇଥିବା ବେଳେ ୧୪୬ ଜଣ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହାସହ ୨ କିଲୋ ୩୦୦ ଗ୍ରାମ ବ୍ରାଉନ ସୁଗାର,୩୧୦ ଗ୍ରାମ ସୁନା, ୪୫୦ଗ୍ରାମ ରୂପା, ୬୪ଟି ମୋବାଇଲ, ୨୮ଟି ମୋଟର ସାଇକେଲ, ଗୋଟିଏ ଲାପ୍‌ଟପ୍‌, ବନ୍ଧୁକ ସହ ୭ ଲକ୍ଷ ୩୩ ହଜାର, ୨୨୦ ଟଙ୍କା ଜବତ କରିଛି ପୋଲିସ।

   Related Posts