ମହିଳା ବ୍ୟାଙ୍କ୍ କର୍ମଚାରୀଙ୍କଠାରୁ ୫ ଲକ୍ଷ ଲୁଟ୍ ଘଟଣା : ଜଣେ ଗିରଫ, ଜଣେ ଫେରାର

Published By : Prameya-News7 Bureau | November 28, 2020 IST

ପାଟଣା ୨୮।୧୧: ବ୍ୟାଙ୍କର ମହିଳା କର୍ମଚାରୀଙ୍କଠାରୁ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ତୁରୁମୁଙ୍ଗା ପୋଲିସ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବ୍ୟାଙ୍କ୍ ଅଫ୍  ଇଣ୍ଡିଆ ସମ୍ମୁଖରୁ ଗତ ବୁଧବାର ଦିନ କୋଅପରେଟିଭ ବ୍ୟାଙ୍କର ମହିଳା କର୍ମଚାରୀଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଲୁଟେରା । ସଂପୃକ୍ତ ଲୁଟେରାକୁ ଯାଜପୁର ଜିଲ୍ଲା ଯଖପୁରା ଥାନା ଅଞ୍ଚଳରୁ ଗିରଫ କରିଛି ପୋଲିସ ।

{"id":369157,"sizeSlug":"large"}

ଗିରଫ ଲୁଟେରା ଜଣଙ୍କ ହେଲେ ଯାଜପୁର ଜିଲ୍ଲା  ଯଖପୁରା ଥାନା ଦଶମଣିଆ ଗ୍ରାମର ଭୋଳା ପ୍ରଧାନ । ଭୋଳାଠାରୁ ୫ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ଭୋଳାକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ତେବେ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଜଣେ ଲୁଟେରା ବର୍ତ୍ତମାନ ସୁଦ୍ଧା ଫେରାର ଅଛି । ଖୁବ୍ ଶୀଘ୍ର ଫେରାର ଥିବା ଲୁଟେରାକୁ ଗିରଫ କରାଯିବ ବୋଲି ତୁରୁମୁଙ୍ଗା ଥାନା ଅଧିକାରୀ ସୁଶାନ୍ତ ମଣୀ ମହାନ୍ତି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.