ହୁକ ପକାଇ ବନ୍ୟଜନ୍ତୁ ଶିକାର ଉଦ୍ୟମ; ବନବିଭାଗ ଦ୍ୱାରା ଅଭିଯୁକ୍ତ ଗିରଫ
2/12/2022 at 9:19 PM

ତେଲକୋଇ ୦୨/୧୨ : ବନ୍ୟଜନ୍ତୁ ଶୀକାର ଅଭିଯୋଗରେ ଜଣେ ଗିରଫ। ଅଧିକ ବିଦ୍ୟୁତ ଶକ୍ତି ସମ୍ପନ୍ନ ତାର ବିଛାଇ ସନ୍ଧ୍ୟାରେ ଶୀକାର ବେଳେ ମାଡ଼ିବସିଲା ବନ ବିଭାଗ। ଏହା ସହିତ ଶୀକାରରେ ବ୍ୟବହୃତ ସାମଗ୍ରୀକୁ ବନ କର୍ମଚାରୀ ଜବତ କରିଛନ୍ତି।ଗିରଫ ଅଭିଯୁକ୍ତର ପରିଚୟ ବାଇଧର ମହାକୁଡ଼। ସେ ଦେଉଳଡିହା ଗାଁର ବାସିନ୍ଦା।

ଖବର ଅନୁସାରେ, ଶୁକ୍ରବାର ସନ୍ଧ୍ୟାବେଳେ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟର ଢିଙ୍କେଶ୍ବରୀ ସଂରକ୍ଷିତ ଜଙ୍ଗଲରେ ୧୧ କେଭି ତାରରେ ଅଭିଯୁକ୍ତ ହୁକ ପକାଇଥିଲା। ପରେ କିଛି ବୋତଲ ଓ ଜିଆଇ ତାରରେ ବନ୍ୟଯନ୍ତୁ ଶିକାର ପାଇଁ ଉଦ୍ୟମ ବେଳେ ବନ କର୍ମଚାରୀ ବାଇଧରକୁ ଗିରଫ କରିଛନ୍ତି। ଗିରଫ ଶୀକାରି ଠାଶ ଶୀକାରରେ ବ୍ୟବହୃତ ସରଞ୍ଜାମ ଜବତ କରାଯାଇଛି।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023