ଝିମିଟି ଖେଳରୁ ମହାଭାରତ: ନିର୍ମମ ହତ୍ୟା କରି ଅଭିଯୁକ୍ତ ଗିରଫ
27/12/2022 at 8:44 PM

ବିନିକା ୨୭/୧୨: ସାମାନ୍ୟ କଥାରୁ ହତ୍ୟାକାଣ୍ଡ। ତୁଳସି ଗଛ ଓପାଡ଼ି ଫିଙ୍ଗିଦେବାରୁ ମରଣାନ୍ତକ ଆକ୍ରମଣ। ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତକଙ୍କ ପରିଚୟ ପ୍ରକାଶ ସେବକ। ସେ ଗୁଲାପଡ଼ା ଗାଁର ବାସିନ୍ଦା। ଏପରି ଘଟଣା ବିନିକା ଏନଏସି ଅଞ୍ଚଳରେ ଦେଖିବାକୁ ମିଳିଛି। ପାଣ୍ଡୁ ବେହେରାଙ୍କ ଘରେ ପାଖରେ ଗୋଟିଏ ତୁଳସି ଗଛକୁ ପ୍ରକାଶ ଓପାଡ଼ି ଦେଇଥିଲେ। ଏଥିପାଇଁ ପାଣ୍ଡୁ ଉତ୍ୟକ୍ତ ହୋଇ ମୃତକଙ୍କୁ ଅଶ୍ଳିଳ ଭାଷାରେ ଗାଳି ଦେବା ସହିତ ତାଙ୍କୁ ହତ୍ୟା ଧମକ ଦେଇଥିଲେ। ପରେ ପ୍ରକାଶ ନଦୀରେ ଗାଧୋଇବା ବେଳେ ପ୍ରକାଶ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ପରେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ନେଇ ଅଭିଯୁକ୍ତ ତାଙ୍କ ଘରେ ଛାଡ଼ିଦେଇଥିଲେ।
ପରେ ତାଙ୍କୁ ତୁରନ୍ତ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ଡାକ୍ତରଖାନାକୁ ଡାକ୍ତର ସ୍ଥାନାନ୍ତର କରିଥିଲେl ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରକାଶଙ୍କ ମୃତ୍ୟୁ ହୋଇଥିଲାl ମୃତ୍ୟୁ ଖବର ଜାଣି ତାଙ୍କ ମା ବିନିକା ଥାନାରେ ଲିଖିତ ହତ୍ୟା ଅଭିଯୋଗ କରିଥିଲେ। ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ଘଟଣାସ୍ଥଳରେ ବଲାଙ୍ଗୀର ସାଇଣ୍ଟିଫିକ ଟିମ୍ ତଦନ୍ତ କରି ଫେରିଥିଲା। ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚୁରା କରି ଅଦାଲତ ଚାଲାଣ କରିଛି। ସେଠାରେ ଜାମିନ୍ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ସୋନପୁର କାରାଗାରକୁ ପଠାଯାଇଛି l