ନୂଆଦିଲ୍ଲୀ ୨୮/୦୬ : ୨୧ ବର୍ଷ ବୟସ ପୂର୍ବରୁ କେରଳର ଥିରୁବନନ୍ତପୁରମର କାଞ୍ଜିରାମକୁଲମ ବାସିନ୍ଦା ଏସପି ଏନି ନିଜ ସ୍ୱାମୀଙ୍କ ଠାରୁ ଅଲଗା ହୋଇଯାଇଥିଲେ। ସେତେବେଳେ ତାଙ୍କର ଏକ ଆଠ ମାସର ସନ୍ତାନ ମଧ୍ୟ ଥିଲା। ତାଙ୍କ ପିତାମାତା ତାଙ୍କୁ ଘରେ ରଖିବାକୁ ମନା କରିଦେଇଥିଲେ। ଏହା ପରେ ସେ ତାଙ୍କ ଜେଜେମା’ଙ୍କ ଘରକୁ ଚାଲି ଯାଇଥିଲେ। ଜୀବିକା ନିର୍ବାହ ପାଇଁ ସେ ସବୁ ପ୍ରକାର କାର୍ଯ୍ୟ ମଧ୍ୟ କରିଥିଲେ। ସେ ଘର ଘର ବୁଲି ଲୋକଙ୍କ ବୀମା କରୁଥିଲେ। ତା’ପରେ ଶିକଞ୍ଜି ବିକ୍ରି କରିଥିଲେ ଏବଂ ପର୍ବରେ ମେଳାରେ ଆଇସକ୍ରିମ ମଧ୍ୟ ବିକ୍ରି କରିଥିଲେ। କିନ୍ତୁ ସେ କୌଣସି ପ୍ରତିବନ୍ଧକକୁ ନିଜ ସ୍ୱପ୍ନ ପଥରେ ଆସିବାକୁ ଦେଇ ନଥିଲେ। ବର୍ତ୍ତମାନ ତାଙ୍କୁ ୩୧ ବର୍ଷ ବୟସ ହୋଇଛି ଏବଂ ସେ ଭରଖଲା ପୋଲିସ ଷ୍ଟେସନର ସବ୍ ଇନ୍ସପେକ୍ଟର ଭାବରେ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି।
ଏନି ଶନିବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ଫିଲ୍ମ କଳାକାରମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଲୋକେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ସ୍ନାତକୋତ୍ତରର ପ୍ରଥମ ବର୍ଷରେ ଏନି ପିତାମାତାଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ନିଜ ପସନ୍ଦର ପୁଅକୁ ବିବାହ କରିଥିଲେ। ସ୍ୱାମୀଙ୍କ ଠାରୁ ଅଲଗା ହେବା ନିଜ ଜେଜେମାଙ୍କ ସହ ରହିବା ସମୟରେ ପରେ ସେ ନିଜ ଶିକ୍ଷାରେ କେବେ ବି ଅବହେଳା କରିନଥିଲେ। ସେ ପ୍ରଥମେ ସ୍ନାତକୋତ୍ତର ସମାପ୍ତ କରିଥିଲେ ଏବଂ ପୋଷ୍ଟ ଗ୍ରାଜୁଏସନ ପୁରା କରିଥିଲେ।
{"id":472575,"sizeSlug":"large","linkDestination":"none"}ସିଙ୍ଗଲ ମଦର ହୋଇଥିବାରୁ ସେ ବଡ ସହରଗୁଡିକରେ ନିଜ ପାଇଁ ଏବଂ ପିଲାଙ୍କ ପାଇଁ ଭଡା ଘର ଖୋଜିବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କୌଣସି ଅସୁବିଧାକୁ ଏଡ଼ାଇବା ପାଇଁ ସେ ବଏକଟ ଚୁଟି କାଟିବାକୁ ନିଷ୍ପତ୍ତି ନେଇଥିଲେ। ସେ ଚାହୁଁ ନଥିଲେ ଯେ ଲୋକମାନେ ତାଙ୍କ ପ୍ରତି ଧ୍ୟାନ ଦିଅନ୍ତୁ।
ଏହାପରେ ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ପୋଲିସ୍ ଚାକିରୀ ପାଇଁ ଆବେଦନ କରିବାକୁ ପ୍ରେରଣା ଦେଇଥିଲେ। ଏହାପରେ ସେ ସବ୍ ଇନ୍ସପେକ୍ଟରଙ୍କ ପରୀକ୍ଷା ଦେଇଥିଲେ। ପରୀକ୍ଷା ପ୍ରସ୍ତୁତ ପାଇଁ ଏନି ନିଜ ସମ୍ପର୍କୀୟଙ୍କ ଠାରୁ କିଛି ଟଙ୍କା କରଜ ଆଣିଥିଲେ। ୨୦୧୬ ରେ ଏନି ଜଣେ ପୋଲିସ୍ ଅଧିକାରୀ ହୋଇଥିଲେ। ତିନି ବର୍ଷ ପରେ ସେ ସବ୍-ଇନ୍ସପେକ୍ଟରଙ୍କ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଦେଢ଼ ବର୍ଷର ଟ୍ରେନିଂ ପରେ ସେ ଶନିବାର ଦିନ ପ୍ରୋବେସନାରୀ ପୋଲିସ୍ ସବ୍ ଇନ୍ସପେକ୍ଟର ଭାବରେ ଦାୟିତ୍। ଗ୍ରହଣ କରିଛନ୍ତି।
ଏନି କହିଛନ୍ତି ଯେ ଯେ ତାଙ୍କ ପିତାଙ୍କ ସ୍ୱପ୍ନ ଥିଲା ଯେ ସେ ଆଇପିଏସ୍ ଅଧିକାରୀ ହେବେ। ସେଥିପାଇଁ ସେ କଠିନ ଅଧ୍ୟୟନ କରିଥିଲେ। ସେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଆମେ ନିଜେ ହାରିଯିବା ସ୍ଥିର କରିନଥାଉ ସେପର୍ଯ୍ୟନ୍ତ ଆମେ ହାରି ନଥାଉ। ଏନି ନିଜ ସଫଳତାର କାହାଣୀ ଫେସବୁକରେ ମଧ୍ୟ ସେୟାର କରିଛନ୍ତି।
{"id":472576,"sizeSlug":"large","linkDestination":"none"}