Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ପୁଣି ବିବାଦରେ ବଡୋଦରା ମେଡିକାଲ କଲେଜ, ପରୀକ୍ଷାରେ ଛାତ୍ରୀଙ୍କୁ ପ୍ରଫେସର ପଚାରିଲେ କେମିତି ଚାହୁଁଛ ବୟଫ୍ରେଣ୍ଡ, ମୁଁ ହେଲେ ଚଳିବ?

19/07/2019 at 9:04 PM

ବଡୋଦରା: ଗୁଜରାଟର ବଡୋଦରା ମେଡିକାଲ କଲେଜରେ ଫିଜିଓଥେରାପି ମୌଖିକ ପରୀକ୍ଷାରେ ଜନୈକ ପ୍ରଫେସରଙ୍କ ଅଭଦ୍ର ପ୍ରଶ୍ନକୁ ନେଇ ଛାତ୍ରୀ ନିର୍ଜାତନା ଅଭିଯୋଗ ଆଣିଛନ୍ତି। ଫଳରେ କ୍ୟାମ୍ପସରେ ଉତ୍ତେଜନା ଦେଖା ଦେଇଛି। ଏସ୍.କେ.ନାଗର ନାମକ ଏହି ପ୍ରଫେସର ଛାତ୍ରୀଙ୍କୁ ପରୀକ୍ଷା ପ୍ରଶ୍ନ ବଦଳେ ବ୍ୟକ୍ତିଗତ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ଛାତ୍ରୀ ଡିନଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ପରୀକ୍ଷାରେ ପ୍ରଫେସର ଛାତ୍ରୀଙ୍କୁ ତାଙ୍କ ବୟଫ୍ରେଣ୍ଡ ଅଛନ୍ତି କି ନା ବୋଲି ପ୍ରଶ୍ନ କରିଥିଲେ। ତେବେ ଛାତ୍ରୀଙ୍କ ଉତ୍ତର ନାଁ ଶୁଣିବା ପରେ ମୋ ଭଳି ବଡି ଥିବା ବୟଫ୍ରେଣ୍ଡ ଚଳିବ କି ବୋଲି ପଚାରିଥିଲେ। କେବଳ ସେତିକି ନୁହେଁ ମହିଳାଙ୍କ ପ୍ରେଗନେନ୍ସୀ ଓ ଭର୍ଜିନିଟି ନେଇ ମଧ୍ୟ ବିକୃତ ପ୍ରଶ୍ନ କରିଥିବା ନେଇ ଛାତ୍ରୀ ଅଭିଯୋଗ କରିଛନ୍ତି। ଏ ନେଇ ଛାତ୍ରୀ କାନ୍ଦି କାନ୍ଦି ଡିନଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ କ୍ୟାମ୍ପସରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଛି।

ସେପଟେ ଛାତ୍ରୀଙ୍କ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ପ୍ରଫେସର ନାଗର। ଆଗକୁ ସେ ଡିନ ପଦବୀକୁ ପଦୋନ୍ନତୀ ପାଇବାକୁ ଅଛି। ଏଣୁ ଏକ କୁଚକ୍ରୀ ଗୋଷ୍ଠୀଙ୍କର ତାଙ୍କ ବିରୋଧରେ ଏଭଳି ଏକ ଷଡଯନ୍ତ୍ର  କରିଛନ୍ତି ବୋଲି କହିଛନ୍ତି। ତେବେ ପରୀକ୍ଷାରେ ଛାତ୍ର ହୁଅନ୍ତୁ କି ଛାତ୍ରୀ ଯଦି ପ୍ରଶ୍ନ ପଚାରିବା ବେଳେ ଶିକ୍ଷକଙ୍କୁ ଡରି ଯାଆନ୍ତି ସେମାନଙ୍କୁ ସହଜ କରିବା ଲାଗି ସିଲାବସ୍ ବାହାରର ପ୍ରଶ୍ନ କରାଯାଏ। ଏହା ମୌଖିକ ପରୀକ୍ଷାର ସାଧାରଣ ନିୟମ ବୋଲି କହିଛନ୍ତି ପ୍ରଫେସର ନାଗର। ଏଣୁ ଛାତ୍ରୀଙ୍କୁ ସେ ସିଲାବସ୍ ବାହାରୁ ନିଶ୍ଚିତ ପ୍ରଶ୍ନ କରିଛନ୍ତି ବୋଲି ସ୍ୱୀକାର କରିଛନ୍ତି ହେଲେ ଛାତ୍ରୀ ଆଣିଥିବା ଅଭିଯୋଗ ଭଳି ସେ ପ୍ରଶ୍ନ କରିନଥିବା କହିଛନ୍ତି।

   Related Posts