ପିଏଚଡି ଡକ୍ଟରେଟ୍ ଡିଗ୍ରୀଧାରୀରେ ତାମିଲନାଡୁ ପୁଣି ପ୍ରଥମ, ଚଳିତବର୍ଷ ୩,୨୦୬ ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ

Published By : Prameya-News7 Bureau | February 07, 2023 IST

ନୂଆଦିଲ୍ଲୀ ୦୭।୦୨: ଦେଶରେ ପୁଣି ଥରେ ସର୍ବାଧିକ ସଂଖ୍ୟକ ପିଏଚଡି ଡକ୍ଟରେଟ୍ ତାମିଲନାଡୁରୁ  ବାହାରିଛନ୍ତି । ନିକଟରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶ ପାଇଛି ୨୦୨୦-୨୧ ବର୍ଷର ଅଲ ଇଣ୍ଡିଆ ସର୍ଭେ ଅଫ୍ ଉଚ୍ଚଶିକ୍ଷା (AISHE) ରିପୋର୍ଟ । ଏଥିରେ ସର୍ବାଧିକ ଡକ୍ଟରେଟ୍ ସ୍ନାତକ ପାଇଛନ୍ତି ତାମିଲନାଡୁର ଛାତ୍ରଛାତ୍ରୀ । ୨୦୨୦-୨୧ ଶିକ୍ଷାବର୍ଷରେ ରାଜ୍ୟରେ ମୋଟ ୩,୨୦୬ ଜଣ ପିଏଚଡି ଡକ୍ଟରେଟ୍ ପାଇଛନ୍ତି । ସେଥିମଧ୍ୟରୁ ୧୪୯୩ ଜଣ ମହିଳା ଏବଂ ୧୭୧୩ ଜଣ ପୁରୁଷ ରହିଛନ୍ତି ।

ଏହି ତାଲିକାରେ ଉତ୍ତରପ୍ରଦେଶ ୨୨୧୭ ଡିଗ୍ରୀ ହାସଲ କରିଥିବା ବେଳେ କର୍ଣ୍ଣାଟକ ତୃତୀୟ ସ୍ଥାନରେ ରହି ୨୧୨୫ ଏବଂ ଚତୁର୍ଥ ସ୍ଥାନରେ ୨୦୫୫ ପିଏଚଡି ସ୍ନାତକ ହାସଲ କରିଛି ।  ଯଦିଓ ତାମିଲନାଡୁ ଚଳିତବର୍ଷ ଏହି ତାଲିକାର ଶୀର୍ଷରେ ରହିଆସିଛି, କିନ୍ତୁ ବିଗତ କିଛି ବର୍ଷରେ  ରାଜ୍ୟରେ ପିଏଚଡି ସ୍ନାତକ ସଂଖ୍ୟାରେ ହ୍ରାସ ଘଟିଥିଲା । AISHE ରିପୋର୍ଟ ଅନୁଯାୟୀ ୨୦୧୯-୨୦ରେ ତାମିଲନାଡୁରୁ ୫୩୨୪ ପିଏଚଡି ଛାତ୍ରଛାତ୍ରୀ ବାହାରିଛନ୍ତି । ସେଥିମଧ୍ୟରୁ ୨୭୬୮ ଜଣ ଛାତ୍ରୀ ଏବଂ ୨୫୫୬ ଜଣ ଛାତ୍ର ସହ ଏହି ଲିଷ୍ଟର ଶୀର୍ଷରେ ରହିଛି ତାମିଲନାଡୁ । ସେହିପରି ୨୦୧୮-୧୯ରେ ରାଜ୍ୟ ୫୮୪୪ ପିଏଚଡି ଡିଗ୍ରୀଧାରୀ ବାହାରିଛନ୍ତି । 

ଉଚ୍ଚଶିକ୍ଷାରେ ତାମିଲନାଡୁର ମୋଟ ନାମଲେଖା ଅନୁପାତ (GER) ରେ ୨.୧% ହ୍ରାସର ପୃଷ୍ଠଭୂମି ବିରୁଦ୍ଧରେ ଏହା ଆସିଛି  । ୨୦୨୦-୨୧ ରିପୋର୍ଟରେ କୁହାଯାଇଛି ଯେ GER ୪୬.୯% ଥିବାବେଳେ ୨୦୧୯-୨୦ରେ ଏହା ୪୯%  ଥିଲା । ତେବେ, ଦେଶରେ ତାମିଲନାଡୁର ସର୍ବାଧିକ GER ରହିଛି, ଯେପରିକି ୨୦୨୦-୨୧ରେ ଜାତୀୟ GER ୨୫.୬ରୁ ୨୭.୩% କୁ ବୃଦ୍ଧି ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.