ମୂଲ୍ୟବୃଦ୍ଧିରେ ବେକାରୀ ଓ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ରାହୁଲ, ଜାଣନ୍ତୁ ଟ୍ୱିଟ୍‌ରେ ଲେଖିଛନ୍ତି କ’ଣ?

Published By : Prameya-News7 Bureau | July 13, 2022 IST

ନୂଆଦିଲ୍ଲୀ ୧୩।୭: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ୱାଇନାଡ ସାଂସଦ ରାହୁଲ ଗାନ୍ଧି ବୁଧବାର ମୂଲ୍ୟବୃଦ୍ଧି, ବେକାରୀ ଓ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସକୁ ନେଇ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ସରକାରଙ୍କର ଋଣ, ବେକାରୀ ଓ ଟଙ୍କାର ମୂଲ୍ୟ ସୂଚକାଙ୍କ ସେୟାର କରି ଏକ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ‘ଇଗୋ ନମିକ୍ସ’ ଇକୋନମିକ୍ସ (ଅର୍ଥ ବ୍ୟବସ୍ଥା)କୁ ପଛେଇ ଦେଇଛି ବୋଲି ଉଲ୍ଲେଖ କରିଛନ୍ତି।

wp:html /wp:html

ରାହୁଲ ତାଙ୍କ ଟ୍ୱିଟ୍‌କୁ ବୁଝେଇବା ପାଇଁ ଏକ ସାରଣୀ ସେୟାର କରିଛନ୍ତି। ଏଥିରେ ୨୦୧୪ରେ ସରକାରଙ୍କ ଋଣ ୫୬ଲକ୍ଷ କୋଟି ଟଙ୍କା ଥିବା ବେଳେ ୨୦୨୨ ବେଳକୁ ୧୩୯ ଲକ୍ଷକୋଟି ଟଙ୍କା ହୋଇଯାଇଥିବା ଉଲ୍ଲେଖ କରିଛନ୍ତି। ସେହିପରି ୨୦୧୪ରେ ବେକାରୀ ୪.୭ ପ୍ରତିଶତ ଥିବା ବେଳେ ୨୦୨୨ରେ ୭.୮ ପ୍ରତିଶତ ହୋଇଯାଇଥିବା ଉଲ୍ଲେଖ କରିଛନ୍ତି। ୨୦୧୪ରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ୪୧୦ ଟଙ୍କାରୁ ବଢି ୧୦୫୩ ଟଙ୍କା ହୋଇଯାଇଥିବା କହିଛନ୍ତି।

{"id":655751,"width":838,"height":629,"sizeSlug":"full","linkDestination":"none"}

ରାହୁଲ ଦାବି କରିଛନ୍ତି ଯେ ୨୦୧୪ରେ ପ୍ରତିବ୍ୟକ୍ତି ଋଣ ୪୪ ହଜାର ୩୪୮ ଥିବା ବେଳେ ୨୦୨୨ରେ ୧,୦୧,୦୪୮ କୁ ପହଞ୍ଚିଛି।  ୨୦୧୪ରେ ବ୍ୟବସାୟୀକ କ୍ଷତି ୧୩୫ ବିଲିୟନ ଡଲାର ଥିବା ବେଳେ ୨୦୨୨ ବେଳକୁ ୧୯୦ ବିଲିୟନ ଡଲାରକୁ ପହଞ୍ଚି ଯାଇଥିବା କହିଛନ୍ତି। ସେ ସାରଣୀରେ ଏହା ବି ଉଲ୍ଲେଖ କରିଛନ୍ତି ଯେ ୨୦୧୪ ବେଳ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୫୯ ଟଙ୍କା ଥିଲା। ଏବେ ୮୦ ଟଙ୍କାକୁ ପହଞ୍ଚିବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.