୧୨ଘଣ୍ଟା ପୂର୍ବରୁ ରଦ୍ଦ ହେଲା ଡେଥ୍ ୱାରେଣ୍ଟ, ପୁଣି ଅଟକିଲା ନିର୍ଭୟା ଦୋଷୀଙ୍କ ଫାଶୀ

Published By : Prameya-News7 Bureau | March 02, 2020 IST

ନୂଆଦିଲ୍ଲୀ ୨।୩: ନିର୍ଭୟା ଦୋଷୀଙ୍କ ‘ଡେଥ୍ ୱାରେଣ୍ଟ’ ଉପରେ ପାଟିଆଲା ହାଉସ୍ କୋର୍ଟ ସୋମବାର ରହିତାଦେଶ ଜାରି କରିଛନ୍ତି। ଏଣୁ ପୂର୍ବରୁ ମାର୍ଚ୍ଚ ୩ ତାରିଖକୁ ନିର୍ଦ୍ଧାରିତ ଦଣ୍ଡବିଧାନ ନିର୍ଦ୍ଦେଶ ଅନିର୍ଦ୍ଧିଷ୍ଟ ଅବଧି ପର୍ଯ୍ୟନ୍ତ ଟଳିଛି। କୋର୍ଟରେ ନିର୍ଭୟାକାଣ୍ଡର ଅନ୍ୟତମ ଦୋଷୀ ପବନ ଗୁପ୍ତା ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ନିବେଦନ କରିଥିବା ତାର ଓକିଲ କୋର୍ଟଙ୍କୁ ସୂଚିତ କରିଛନ୍ତି। ସେପଟେ ତିହାର କର୍ତ୍ତୃପକ୍ଷ ଆପ୍ଲିକେସନ ମାଧ୍ୟମରେ ପବନ ରାଷ୍ଟ୍ରପତିଙ୍କୁ କ୍ଷମା ନିବେଦନ କରିଥିବା ନେଇ ଜଣାଇବାରୁ କୋର୍ଟ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଦଣ୍ଡବିଧାନ ଉପରେ ରହିତାଦେଶ ଜାରି ହୋଇଛି। 

{"id":231706,"sizeSlug":"large"}

ଏହାକୁ ମିସାଇ ନିର୍ଭୟା ଅପରାଧୀଙ୍କ ଦଣ୍ଡବିଧାନ ଏପର୍ଯ୍ୟନ୍ତ ୩ ଥର ଟଳିଛି। କୋର୍ଟ ପ୍ରଥମେ ଜାନୁୟାରୀ ୨୨ ତାରିଖରେ ଦଣ୍ଡବିଧାନ ଲାଗି ବ୍ଲାକ୍ ୱାରେଣ୍ଟ ଜାରି କରିଥିଲେ। ତେବେ ସେତେବେଳେ ଅପରାଧୀଙ୍କର ଆଇନଗତ କାର୍ଯ୍ୟାନୁଷ୍ଠାନ ଶେଷ ହୋଇନଥିଲା। ଏଣୁ କୋର୍ଟ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବାକୁ ବାଧ୍ୟ ହୋଇଥିଲେ। ଏଥିରେ ମାମଲାର ୩ ଅଭିଯୁକ୍ତ କୋର୍ଟଙ୍କୁ ରାୟର ପୁନର୍ବିଚାର ନିବେଦନ କରିବା ସହ ରାଷ୍ଟ୍ରପତିଙ୍କୁ କ୍ଷମାଯାଚନା କରିଥିଲେ। ତେବେ ମାତ୍ର ଜଣେ ଦୋଷୀ ପବନ କିନ୍ତୁ ତା ଲାଗି କୌଣସି ଆଇନଗତ ଉପଚାର କରୁନଥିଲା। ଏଣୁ ହୁଏତ ସେ ତା ଲାଗି ଆଇନରେ ଥିବା ସୁଯୋଗର ସେ ଉପଯୋଗ କରିବନି ବୋଲି ଅନୁମାନ କରାଯାଉଥିଲା।

{"id":231715,"width":581,"height":326,"sizeSlug":"large"}

ଅକ୍ଷୟ, ବିନୟ ଓ ମୁକେଶଙ୍କ ଆଇନଗତ ଉପଚାର ଶେଷ ହେବା ପରେ ୪ ଅପରଧୀଙ୍କୁ ଫେବୃଆରୀ ୧ ତାରିଖ ସକାଳ ୬ଟାରେ ଦଣ୍ଡିତ କରିବା ଲାଗି କୋର୍ଟ ୱାରେଣ୍ଟ ଜାରି କରିଥିବା ବେଳେ ଦିନକ ପୂର୍ବରୁ ଅର୍ଥାତ ଜାନୁୟାରୀ ୩୧ ତାରିଖରେ କୋର୍ଟ ଦଣ୍ଡବିଧାନ ଉପରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରହିତାଦେଶ ଜାରି କରିଥିଲେ।

{"id":231717,"width":580,"height":434,"sizeSlug":"large"}

ସେମାନଙ୍କୁ ପୃଥକ ଦଣ୍ଡିତ କରିବା ଲାଗି ଜେଲ କର୍ତ୍ତୃପକ୍ଷ ଓ କେନ୍ଦ୍ରଗୃହମନ୍ତ୍ରାଳୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଗୋଟିଏ ମାମଲାରେ ଏକକାଳୀନ ଦଣ୍ଡାଦେଶ ହୋଇଥିବା ଅପରାଧୀଙ୍କୁ ପୃଥକ ଦଣ୍ଡବିଧାନ ଲାଗି କୋର୍ଟ ସହମତ ହୋଇନଥିବା ବେଳେ ଦୋଷୀଙ୍କ କୌଣସି ଆବେଦନ ନିବେଦନ ଏବେ ବିଚାରାଧାନ ନଥିବାରୁ ଏବେ ସାନି ଡେଥ୍ ୱାରେଣ୍ଟ ଜାରି କରାଯିବାରେ କୌଣସି ଅସୁବିଧା ନଥିବା କର୍ତ୍ତୃପକ୍ଷ କୋର୍ଟଙ୍କୁ ଜଣାଇବାରୁ ତୃତୀୟବାର ମାର୍ଚ୍ଚ ୩ ତାରିଖକୁ ଦଣ୍ଡ ନିର୍ଦ୍ଧାରଣ କରାଯାଇଥିବା ବେଳେ ତାହା ମଧ୍ୟ ସୋମବାର ଟଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.