ଆସନ୍ତା ୧୯ରୁ ପୁଣି ଥରେ କୋଭିଡ୍ ଟିକାଦାନ ଅଭିଯାନ, ଏହି ଲୋକଙ୍କୁ ଦିଆଯିବ ଟିକା
16/01/2023 at 5:32 PM

ଭୁବନେଶ୍ଵର: ଆସନ୍ତା ୧୯ରୁ ପୁଣି ଥରେ ରାଜ୍ୟରେ ଆରମ୍ଭ ହେବ କୋଭିଡ୍ ଟିକାଦାନ ଅଭିଯାନ। ନିର୍ଦ୍ଦିଷ୍ଟ ସରକାରୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପୂର୍ବ ପରି ଲୋକଙ୍କୁ କୋଭିଡ୍ ଟିକା ଦିଆଯିବ। ଦ୍ଵିତୀୟ ଏବଂ ବୁଷ୍ଟର ଡୋଜ୍ ଟିକା ନେଇନଥିବା ଲୋକଙ୍କୁ ଦିଆଯିବ ଟିକା। ସ୍ଵାସ୍ଥ୍ୟ କେନ୍ଦ୍ରରେ କେବଳ କୋଭିସିଲ୍ଡ ଟିକା ଉପଲବ୍ଧ ହେବ। ସୋମବାର ଟ୍ଵିଟ୍ ଜରିଆରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ୨୦୨୦ରେ କରୋନା ମହାମାରୀର ମୁକାବିଲା ପାଇଁ ଅନେକ ଟିକା ପ୍ରସ୍ତୁତ ହୋଇଥିଲା। ଦେଶରେ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ପ୍ରଥମ ଡୋଜ୍ ପରେ ଦ୍ଵିତୀୟ ଏବଂ ବୁଷ୍ଟର ଡୋଜ୍ ଲୋକଙ୍କୁ ଦିଆଯାଇଥିଲା। ଦେଶର ଅଧିକାଂଶ ଜନତା ଟିକାକରଣ ଅଭିଯାନରେ ସାମିଲ୍ ହୋଇ ଟିକା ନେଇଥିଲେ। ତେବେ କରୋନା ସଂକ୍ରମଣ କମିବା ପରେ ଟିକାକରଣ ଅଭିଯାନ ବନ୍ଦ କରାଯାଇଥିଲା। ତେବେ ପୁଣି ଥରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି।