ଜାଲରେ ପଡିଲା ଧୋଲମାଛ: ଏକା ଝଟକାରେ ଗୁଜରାଟର ମାଛ ଧରାଳି ହୋଇଗଲେ କୋଟିପତି

Published By : Prameya-News7 Bureau | December 10, 2018 IST

ଗୁଜୁରାଟ ;୧୦/୧୨-ଭଗବାନ ଯାହାକୁ ଦିଅନ୍ତି ଛପର ଫାଡ଼ି ଦିଅନ୍ତି । କାହାକୁକେମିତି ଭଗବାନ କିଭଳି ଭାବରେ ଦିଅନ୍ତି ତାହା ନିଜେ ଉପରବାଲା ହିଁ ଜାଣନ୍ତି ।ଏମିତି ବେଳେବେଳେ ସମୟଆସେ ହଠାତ କିଏ ଲଟେରୀ ଜିତିଯାଏ,କୋଟି କୋଟି ଟଂକା ପାଇଥାଏ । କିଏ ରାସ୍ତାରେ ଯାଉଯାଉ ବି କୋଟିକୋଟିରମୂଲ୍ୟବାନ ଦ୍ରବ୍ୟ ବି ପାଇଯାଉଥାଏ ।ଏହା ହେଉଛି ଭଗବାନଙ୍କର ବରଦାନ ବି କୁହାଯାଇପାରିବ ।କିଏ ଚାଳିଆରେଜୀବନ ବିତାଇବାକୁ ତର ନଥିବ,ହଠାତ ହୋଇଯିବ କୋଟିପତି ।କିଏ ଖାଇବାକୁ ଓଳିଏ ପାଉ ନ ଥିବ ,ହୋଇଯିବ ହଜାରହଜାର କୋଟିର ମାଲିକ । ଏଭଳି ପରିବର୍ତ୍ତନକୁ କେବଳ ଭଗବାନଙ୍କ ବରଦାନ ବୋଲି କହିହେବ ।

 ନିକଟରେ ସେମିତି ଗୋଟିଏଘଟଣା ଘଟିଛି ଗୁଜୁରାଟରେ । ଜଣେ ମାଛଧରାଳି ଜୀବନସାରା ସମୁଦ୍ରରେ ଜାଲ ବାହିବାହି ଓଳିଏ ବି ଖାଇବାକୁପାଉ ନ ଥିଲା  । ପରିବାର ପ୍ରତିପୋଷଣ କରିବାକୁ ବିସେତିକି ସମ୍ଵଳ ନ ଥିଲା ତାଙ୍କ ପାଖରେ । ସମୁଦ୍ର ଭଲ ତ ସିଏ ଭଲ । ସମିତି ଗୋଟିଏ ଭଲଦିନ ତାଂକ ପାଇଁଆସିବ କିଏ ବା ଜାଣିଥିଲା ।

 ସବୁଦିନ ଭଳି ସେଦିନ  ବି ସିଏ ମାଛ ଧରିବାକୁ ଯାଇଥିଲେ ।  ବସେଇଥିବା ୫ଟି ଯାକ ଜାଲ ଧୋଲ ମାଛରେ ପୂର୍ଣ୍ଣ ହୋଇଯାଇଥିଲା।ହେଲେ ସେ କଣ ସବୁ ଆଣିପାରିବେ । ବାଧ୍ୟହୋଇ ୪ଟି ଜାଲକୁ କାଟି ସମୁଦ୍ରରେ ଭସେଇଦେବାକୁ ପଡ଼ିଲା ।ଏଇ ଗୋଟିଏ ଜାଲରୁ ଯେତିକି ଉପାର୍ଜନ ହେଲା ଆପଣ ଜାଣିଲେ ବି ତାଜୁବ ହୋଇଯିବେ ।

ଭାବନ୍ତୁ ତ କେତେ ହୋଇଥିବ ?

ପୁରା କୋଟିଏ ୧୧ଲକ୍ଷ । କେବେ ଜୀବନ କାଳ ଭିତରେ ରୋଜଗାର କରିବା ତ ଦୂରରକଥା । ଦେଖି ବି ନଥିଲେ ।

ଆରବ ସାଗରରେ ମାଛ ମାରୁ ଥିବା ଏହି ଧିବର ଜଣକ କାଂଜିଭାଇ ଜାଫରାବାଦରୁସମୁଦ୍ର ଭିତର  ୪୨ ନାଟିକଲ ଦୂରରେ ଥିଲେ । ଯେଉଁଠାରୁସେ ୧୧୦୧ଟି  ଧୋଲ ମାଛ ମାରି ଫେରିଥିଲେ ଯାହାର ଦାମ୍ଥିଲା ୧.୧୦ କୋଟି ।

ଏହି ଧୋଲ ମାଛର ଦାମ୍ ବିଶେଷକରି ୨୫୦-୩୫୦ ଟଂକାରେ ବିକ୍ରି କରାଯାଇଥାଏ। ଏହା ଲିଭରକୁ  ବିଦେଶରେ ଜୀବନରକ୍ଷାକାରୀ ଔଷଧ ତିଆରିକରାଯାଇଥାଏ । ସାଧରଣତଃ ଗୋଟିଏ ଧୋଲ ମାଛର ଦାମ ୧୦ହଜାର ଟଂକାରୁ କମ ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.