ମହିଳା ଦିବସରେ ମହିଳାଙ୍କୁ ଅପମାନ: ବିଚ୍ ରାସ୍ତାରେ ଚୁଟି ଧରି ଘୋଷାଡି ମାରିଲେ ମାଡ, ତଥାପି ଚୁପ୍ ହୋଇ ବସିଛି ପୋଲିସ ପ୍ରଶାସନ

Published By : Prameya-News7 Bureau | March 10, 2021 IST

କୋଣାର୍କ ୧୦।୦୩: ବିଶ୍ଵ ମହିଳା ଦିବସ କାନକୁ ଶୁଣିବାକୁ ଭଲ ଲାଗୁଛି। କିନ୍ତୁ ଏହାର ବାସ୍ତବତା ସଂପୂର୍ଣ୍ଣ ଓଲଟା। ଯେଉଁ ଦିନଟିକୁ ମହିଳାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି ସେହି ଦିନରେ ହିଁ ମହିଳାଙ୍କୁ ବିଚ୍‌ ରାସ୍ତାରେ ଆକ୍ରମଣ। ଦେଖଣାହାରୀ ଏସବୁ ଦେଖି ଚୁପ୍। ସବୁଠୁ ବିଡମ୍ବନାର କଥା ଘଟଣାକୁ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ନିରବଦ୍ରଷ୍ଟା ସାଜିଛି।  ଏହି ଘଟଣା ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଳକ ପାଟସୁନ୍ଦରପୁର ଗ୍ରାମରେ ଘଟିଛି। ଜଣେ ମହିଳା ପରିବାର ଉପରେ କିଛି ଲୋକ ସଙ୍ଗବଧ ଆକ୍ରମଣ କରିଛନ୍ତି। ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଖବରରୁ ପ୍ରକାଶ ଯେ ଜମି ଜମା ସମସ୍ୟାକୁ ନେଇ ଏପରି ଘଟଣା ଘଟିଛି। ପଟସୁନ୍ଦରପୁରର ଅଜୟ ଦଳାଇ, ମନୁଆ ଦଳାଇ ଓ ବୁଧିଆ ଦଳାଇଏ ତିନି ଜଣ ଉକ୍ତ ଗ୍ରାମର ସୁର ଦଳାଇଙ୍କ ସ୍ତ୍ରୀ ଓ ଝିଅକୁ ଦାଣ୍ଡରେ ଚୁଟି ଧରି ଘୋଷାଡି ଘୋଷାଡି ବାଡେଇଛନ୍ତି। ଏହି ଘଟଣାର ଭିଡିଓ ଏବେ ଏ ମୋବାଇଲିରୁ ସେ ମୋବାଇଲି ଘୁରି ବୁଲୁଥିବା ଦେଖିବାକୁ ମିଳିଛି।

wp:html /wp:html

ଏଣେ ନାରୀଙ୍କ ସୁରକ୍ଷା କଥା କହୁଥିବା ପୋଲିସ ପ୍ରଶାସନ ପାଖରେ ଅଭିଯୋଗ ହେବାର  ଦୁଇ ଦିନ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।  ନାରୀ ସୁରକ୍ଷା ପାଇଁ ହୋଇଥିବା ଯୋଜନା ଯେମିତି ପ୍ରହସନ ପାଲଟିଛି। ବିଶ୍ଵ ମହିଳା ଦିବସରେ ନାରୀ ଉପରେ ଜୁଲମର ଏହି ଭିଡିଓ ଏହା ଦର୍ଶାଉଛି ଯେ, ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କେବଳ ଲୋକ ଦେଖାଣିଆ ଏବଂ ପ୍ରହସନ। ଏଥିରେ ବାସ୍ତବତା କମ। ନଚେତ୍ ଘଟଣାକୁ ଦୁଇ ଦିନ ଥିଲେ ମଧ୍ୟ ପୋଲିସ ଏମିତି ହାତବାନ୍ଧି ବସିନଥାନ୍ତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.