ଏସିଆ କପ୍ ୨୦୨୨ରେ କେଉଁ ଦିନ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ, ଜାଣନ୍ତୁ ତାରିଖ

Published By : Prameya-News7 Bureau | July 06, 2022 IST

ନୂଆଦିଲ୍ଲୀ: ଏସିଆ କପ ୨୦୨୨ର କ୍ରୀଡାସୂଚୀକୁ ନେଇ କ୍ରିକେଟ୍ ପ୍ରେମୀ ଉତ୍ସାହିତ ଅଛନ୍ତି। କାରଣ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଏହି ମୁକାବିଲା କୌଣସି ମହା ମୁକାବିଲାଠୁ କମ୍ ହେବ ନାହିଁ। କାରଣ ଦୁଇ ଦେଶର କ୍ରିକେଟ୍ ପ୍ରେମୀ ଏହି ମ୍ୟାଚ୍‌କୁ ଦେଖିବା ପାଇଁ କୌଣସି ସ୍ତର ପର୍ଯ୍ୟନ୍ତ ଯାଇ ପାରନ୍ତି। ତେଣୁ ଆସନ୍ତୁ ଜାଣିବା ଏସିଆ କପ୍ ୨୦୨୨ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କେବେ ମ୍ୟାଚ୍ ହୋଇପାରେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏସିଆ କପ୍ ୨୦୨୨ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅଗଷ୍ଟ ୨୮ ତାରିଖ ସନ୍ଧ୍ୟା ୭ଟା କିମ୍ବା ୮ଟାରେ ଖେଳା ଯାଇପାରେ। ଅଗଷ୍ଟ ୨୭ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି। ଫାଇନାଲ୍ ମ୍ୟାଚ୍ ସେପ୍ଟେମ୍ବର ୧୧ରେ ଖେଳାଯିବ। ଶ୍ରୀଲଙ୍କାରେ ଏସିଆ କପ୍ ଆୟୋଜନ ହେବ। ଏହା ଟି-୨୦ ଫର୍ମାଟ୍‌ରେ ଖେଳାଯିବ। ଆଉ ଟୁର୍ଣ୍ଣାମେଣ୍ଟରେ ସବୁଠୁ ବଡ ମ୍ୟାଚ୍ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ।

ଅଗଷ୍ଟ ୨୮ ତାରିଖକୁ ଏଥିପାଇଁ ଚୟନ କରାଯାଇଛି କାରଣ ଏହି ଦିନ ରବିବାର ଏବଂ ଛୁଟି ପଡୁଛି। ଏସିଆନ କ୍ରିକେଟ୍ କାଉନସିଲ ସମେତ ପ୍ରସାରଣକର୍ତ୍ତା ଚାହିଁବେ ଯେ, ଏହି ମୁକାବିଲାରେ ଷ୍ଟାଡିୟମ ଭରପୁର ରହୁ। ଫଳରେ ଅଧିକରୁ ଅଧିକ ଆୟ କରାଯାଇ ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.