ଆଜିର ଦିନରେ ଇତିହାସ ରଚିଥିଲେ ଧୋନି, ୧୪୫ ବଲ୍‌ରେ ଖେଳିଥିଲେ ୧୮୩ ରନ୍‌ର ବିଶାଳ ପାରି...

Published By : Prameya-News7 Bureau | October 31, 2023 IST

ମୁମ୍ବାଇ ୩୧।୧୦ : ୧୨ ବର୍ଷ ତଳେ ଇତିହାସ ରଚିଥିଲେ ମାହି । ୨୦୦୫ ଆଜିର ଦିନରେ ଦିନିକିଆ କ୍ରିକେଟ୍‌ରେ ଖେଳିଥିଲେ ବିସ୍ଫୋରକ ଇନିଂସ । ଆଉ ବୋଲରଙ୍କୁ କରିଥିଲେ ଧରାଶାୟୀ । ମାତ୍ର ୧୪୫ ବଲ୍‌ରେ କରିଥିଲେ ଦିନିକିଆ କ୍ୟାରିୟର ସର୍ବଶ୍ରେଷ୍ଠ ସ୍କୋର । ୧୫ଟି ଚୌକା ଏବଂ ୧୦ ଛକ୍କାର ସହାୟତାରେ କରିଥିଲେ ୧୮୩ ରନ୍‌ ।

wp:embed {"url":"https://www.prameyanews7.com/ex-cricketer-ms-dhoni-vintage-look-in-new-hairstyle/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ex-cricketer-ms-dhoni-vintage-look-in-new-hairstyle/
/wp:embed

 ବର୍ଷ ୨୦୦୫ । ସ୍ଥାନ ଥିଲା ରାଜସ୍ଥାନ ଜୟପୁରର ସଓ୍ୱାଇ ମାନ୍‌ ସିଂହ ଷ୍ଟାଡିୟମ୍‌ । ବିରୋଧୀ ଟିମ୍‌ ଥିଲା ପଡୋଶୀ ଶ୍ରୀଲଙ୍କା । ଆଉ ବୋଲିଂ ଆଟାକ ଥିଲା ଜବରଦସ୍ତ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲେ ଶ୍ରୀଲଙ୍କା ଟିମ୍‌ । ଆଉ ଭାରତୀୟ ଦଳ ଆଗରେ ଛିଡା କରିଥିଲା ବିଶାଳ ସ୍କୋର । ମୋଟ ୫୦ ଓଭର  ଖେଳରେ ୪ ଓ୍ୱିକେଟ୍‌ ହରାଇ କରିଥିଲା ୨୯୮ ରନ୍‌ । କୁମାର ସାଙ୍ଗାକାର ଖେଳିଥିଲେ ୧୩୮ ରନ୍‌ର ଜବରଦସ୍ତ ପାରି ।

wp:embed {"url":"https://www.prameyanews7.com/ms-dhoni-statment-on-his-retirement/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ms-dhoni-statment-on-his-retirement/
/wp:embed

ଶେଷରେ ୨୯୯ର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । କିନ୍ତୁ ଦଳକୁ ପ୍ରଥମର ଲାଗିଥିଲା ଝଟ୍‌କା । ସଚିନ ତେନ୍ଦୁଲକର ମାତ୍ର ୨ରନ୍‌ କରି ଫେରିଥିଲେ ପ୍ୟାଭିଲିୟନ୍‌ । ଆଉ ଏହାପରେ ପଡିଆକୁ ଓହ୍ଲାଇଥିଲେ ସେତେବେଳରୁ ଯୁବ ବ୍ୟାଟର ମହେନ୍ଦ୍ର ସିଂହ ଧୋନି । ୩ ନମ୍ବରରେ ନୂଆ ନୂଆ ବ୍ୟାଟିଂ କରୁଥିବା ଧୋନି ବେଶ୍‌ ରକ୍ଷାତ୍ମକଭାବେ ଖେଳିଥିଲେ । ଆଉ ଧୀରେ ଧୀରେ ନିଜ ପାରିକୁ ଆଗକୁ ବଢାଇଥିଲେ ।

wp:html /wp:html

ଶେଷରେ ମାତ୍ର ୧୪୫ ବଲ୍‌ରେ ଖେଳିଥିଲେ ୧୮୩ ରନ୍‌ର ବିସ୍ଫୋରକ ପାରି । ଯେଉଁଥିରେ ସାମିଲ ଥିଲା ୧୫ଟି ଚୌକା ଏବଂ ୧୦ ଛକ୍କା । ୧୨୬.୨୦ ଷ୍ଟ୍ରାଇକ୍‌ ରେଟ୍‌ରେ ଧୋନି ହାସଲ କରିଥିଲେ ରନ୍‌ । ସେହିଦିନ ହିଁ ପୁରା ଦୁନିଆ ଦେଖିଥିଲା ମାହିଙ୍କ ଲମ୍ବା ଲମ୍ବା ଛକା । ଶେଷରେ ମାତ୍ର ୪୬.୧ ବଲ୍‌ରେ ଟାର୍ଗେଟ ପୂରଣ କରିଥିଲା ଟିମ୍ ଇଣ୍ଡିଆ । ମ୍ୟାଚ୍‌ ଶେଷ ପରେ ମହେନ୍ଦ୍ର ସିଂହ ଧୋନିଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ର ପୁରସ୍କାର ଦିଆଯାଇଥିଲା । ଧୋନିଙ୍କ ଏକପାଖିଆ ବ୍ୟାଟିଂ ଷ୍ଟାଇଲ ହିଁ ଭାରତକୁ ମ୍ୟାଚ୍‌ ବିଜୟରେ ସହାୟତା ହୋଇଥିଲା ।

wp:embed {"url":"https://www.prameyanews7.com/jos-buttler-heaps-praises-on-ms-dhoni/","type":"wp-embed","providerNameSlug":"prameya-news-7"}
https://www.prameyanews7.com/jos-buttler-heaps-praises-on-ms-dhoni/
/wp:embed

ସୂଚନାଯୋଗ୍ୟ ଯେ, ୨୦୦୪ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ପାଦ ଥାପିଥିଲେ । ବାଂଲାଦେଶ ବିପକ୍ଷରେ ଡେବ୍ୟୁ କରିଥିଲେ ମାହି । ୨୦୧୪ରେ ଟେଷ୍ଟରୁ ଅବସର ନେଇଥିବା ବେଳେ ୨୦୧୯ରେ ଉଭୟ ଦିନିକିଆ ଓ ଟି-୨୦ରୁ ଅବସର ନେଇଥିଲେ । ତେବେ ୯୦ଟି ଟେଷ୍ଟ ମ୍ୟାଚ୍‌ ଖେଳି ଧୋନି ୪୮୭୬ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ୬ଟି ଶତକ ରହିଥିବା ବେଳେ ୩୩ଟି ଅର୍ଦ୍ଧଶତକ ରହିଛି । ସେହିପରି ୩୫୦ଟି ଦିନିକିଆ ମ୍ୟାଚ୍‌ ଖେଳିଥିବା ବେଳେ ୧୦୭୭୩ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ୧୦ଟି ଶତକ ରହିଥିବା ବେଳେ ୭୩ଟି ଅର୍ଦ୍ଧଶତକ ରହିଛି ।

wp:embed {"url":"https://www.prameyanews7.com/gautam-gambhir-reaction-on-dhoni-captaincy/","type":"wp-embed","providerNameSlug":"prameya-news-7"}
https://www.prameyanews7.com/gautam-gambhir-reaction-on-dhoni-captaincy/
/wp:embed

ଅନ୍ୟପଟେ ୯୮ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି ଧୋନି । ଏଥିରେ ୧୬୧୭ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ମାତ୍ର ୨ଟି ଅର୍ଦ୍ଧଶତକ ରହିଛି । ଧୋନିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ୨୦୧୧ ଦିନିକିଆ ବିଶ୍ୱକପ, ୨୦୦୭ ଟି-୨୦ ବିଶ୍ୱକପ, ୨୦୧୩ ଆଇସିସି ଚମ୍ପିଆନ୍ସ ଟ୍ରଫି ବିଜେତା ହୋଇଥିଲା । ଟେଷ୍ଟରେ ନମ୍ବର ଓ୍ୱାନ୍‌ ହୋଇଥିଲା ଟିମ୍‌ ଇଣ୍ଡିଆ ।

wp:embed {"url":"https://www.prameyanews7.com/elephant-in-parbatipuram-railway-station/","type":"wp-embed","providerNameSlug":"prameya-news-7"}
https://www.prameyanews7.com/elephant-in-parbatipuram-railway-station/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.