କେବଳ ଫୋନରେ on କରନ୍ତୁ ଏହି ସେଟିଂ ଓ ନିଅନ୍ତୁ 5G ସ୍ପିଡର ମଜା

Published By : Prameya-News7 Bureau | October 06, 2022 IST

ନୂଆଦିଲ୍ଲୀ ୬।୧୦: ମୋବାଇଲ ଫାଇଭ-ଜି ସର୍ଭିସ ଏବେ ଭାରତରେ ଅଧିକାରୀକ ରୂପେ ଉପଲବ୍ଧ। ଆଇଏମସି-୨୦୨୨ରେ ୫ ଜି ଲଞ୍ଚର ତୁରନ୍ତ ବାଦ ଏୟାରଟେଲ ଦେଶର ୮ଟି ମେଟ୍ରୋ ସହରରେ ତାଙ୍କର ଫାଇଭ-ଜି ସେବା ଘୋଷଣା କରିଛନ୍ତି। ସେହିପରି ରିଲାଏନ୍ସ ଜିଓ ମଧ୍ୟ ୪ ସହରରେ ନିଜର ମନୋନୀତ ଗ୍ରାହକଙ୍କ ସମୂହ ସହିତ ଫାଇଭ-ଜି ସର୍ଭିସ ବିଟା ଟେଷ୍ଟିଂ ଆରମ୍ଭ କରିଦେଇଛନ୍ତି। ଏଣୁ ଦେଶର ୧୨ ସହରାଞ୍ଚଳରେ ପାଇଭ-ଜି ସେବା ଆରମ୍ଭ ହୋଇଯାଇଛି।

ଯଦି ଆପଣ ଏହି ୧୨ ସହର ମଧ୍ୟରୁ କୌଣସି ସହରରେ ବସବାସ କରୁଥାନ୍ତି ଓ ୫-ଜିର ସବୁ ବେନିଫିଟ ସହିତ ଏହାର ସ୍ପିଡ ମଜା ନେବାକୁ ଚାହୁଁଛନ୍ତି ତେବେ ଏ ଖବର ଆପଣଙ୍କ ଲାଗି ଖାସ୍। ଆମେ ଏଠାରେ ବ୍ରାଣ୍ଡ ଅନୁସାରେ ଗାଇଡ ପ୍ରସ୍ତୁତ କରିଛୁ, ଯେଉଁଥିରେ ଆପଣ କିପରି ଆପଣଙ୍କ ସ୍ମାର୍ଟ ଫୋନରେ ୫-ଜି ସର୍ଭିସର ମଜା ନେଇପାରିବେ ଏଥିରେ ସୂଚିତ କରିଛୁ। ଆମର ଏହି ଲିଷ୍ଟରେ ସାମସଙ୍ଗ, ଓପ୍ପୋ, ଭିଭୋ, ୱାନପ୍ଲସ ଓ ରିୟଲମି ସମେତ ଅନେକ ସ୍ମାର୍ଟ ଫୋନ ବ୍ରଣ୍ଡକୁ ସାମିଲ କରିଛୁ।

{"id":692467,"width":840,"height":466,"sizeSlug":"full","linkDestination":"none"}

୫-ଜି ସର୍ଭିସ ପାଇଁ ଜରୁରି ଆବଶ୍ୟକତା
ଏହି ସେବା ପାଇବା ପାଇଁ କିଛି ସାଧାରଣ ଆବଶ୍ୟକତା ମଧ୍ୟ ଅଛି। ଏଥିରେ ୫-ଜି ସର୍ଭିସ ପ୍ରୋଭାଇଡରଙ୍କ ସମେତ ଆପଣଙ୍କୁ ୫-ଜି ସ୍ମାର୍ଟ ଫୋନର ଆବଶ୍ୟକତା ଅଛି। ଏହା ସହ ଆପଣଙ୍କ ସ୍ମାର୍ଟ ଫୋନ ୫-ଜି ବ୍ୟାଣ୍ଡ ସପୋର୍ଟ କରୁଛି କି ନା। ଯଦି ବ୍ୟାଣ୍ଡ ସପୋର୍ଟ କରୁ ନଥାଏ ତେବେ ଫୋନରେ ୫ଜି ସେବା ଉପଲବ୍ଧ କରିପାରିବେନି।

୫-ଜି ସିମ୍‌
ଆପଣଙ୍କ ଫୋନରେ ୫-ଜି ସର୍ଭିସ୍ ସପୋର୍ଟ କରୁଥିବା ସିମ୍‌ ଥିବା ଦରକାର। ତେବେ ଏୟାରଟେଲ ଓ ରିଲାଏନ୍ସ ଜିଓ ଉଭୟ ୫-ଜି ଲାଗି ନୂଆ ସିମକାର୍ଡ କିଣିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ବର୍ତ୍ତମାନର ୪-ଜି ସିମ୍‌ ୫-ଜି ଲାଗି ମଧ୍ୟ କାମ ଦେବ। ତେବେ ଆପଣଙ୍କ ପାଖରେ ଅପଡେଟ୍ ସିମ୍ ଥିବା ନିଶ୍ଚିତ କରନ୍ତୁ।

{"id":692468,"sizeSlug":"full","linkDestination":"none"}

ସେଟିଂ କରନ୍ତୁ ୫-ଜି ନେଟୱାର୍କ
ଯଦି ଆପଣ ଭାବୁଥାନ୍ତି ଆପଣଙ୍କ ଫୋନରେ ୫-ଜି କିପରି ଏନବଲ କରିବେ, ତେବେ ଏଠାରେ ଅଲଗା ଅଲଗା ବ୍ରାଣ୍ଡ ନିମନ୍ତେ ଆମେ ଅଲଗା ଅଲଗା ସେଟିଂ ସୂଚିତ କରୁଛୁ। ଆପଣ ଆପଣଙ୍କ ଫୋନ ବ୍ରାଣ୍ଡ ଅନୁସାରେ ସେଟିଂକୁ ଯାଇ ବତା ଯାଇଥିବା ପ୍ରକାରେ ସେଟିଂ କରନ୍ତୁ ଓ ୫-ଜିର ମଜା ନିଅନ୍ତୁ।

ସାମସଙ୍ଗ
ପ୍ରଥମେ ସେଟିଂକୁ ଯାଆନ୍ତୁ କନେକ୍ସନସ୍ ରେ ଟ୍ୟାପ କରନ୍ତୁ। ମୋବାଇଲ ନେଟୱାର୍କ ଉପରେ ଟ୍ୟାପ୍‌ କରନ୍ତୁ। ଏଥର ନେଟୱାର୍କ ମୋଡ ଟ୍ୟାପ୍ କରନ୍ତୁ। ଏଠାରେ 5G/LTE/3G/2G (auto connect) ମନୋନୀତ କରନ୍ତୁ।
ୱାନପ୍ଲସ୍
ସେଟିଂ ଖୋଲନ୍ତୁ ୱାଇଫାଇ ଏଣ୍ଡ ନେଟୱାର୍କକୁ ଯାଆନ୍ତୁ। ସିମ୍ ଏଣ୍ଡ ନେଟୱାର୍କରେ କ୍ଲିକ୍ କରନ୍ତୁ। ଏଠାରେ 2G/3G/4G/5G (automatic) ବାଛନ୍ତୁ।

ଓପୋ
ସେଟିଂ ଓପନ କରି କନେକ୍ସନ ଏଣ୍ଡ ସେୟାରରେ କ୍ଲିକ୍ କରନ୍ତୁ। ପ୍ରେଫର୍ଡ ନେଟୱାର୍କ ଟାଇପ୍ ରେ ଟ୍ୟାପ୍ କରନ୍ତୁ। ଏଠାରେ 2G/3G/4G/5G (automatic) ବାଛନ୍ତୁ।

{"id":692469,"sizeSlug":"full","linkDestination":"none"}

ରିୟଲମି
ସେଟିଂ ଓପନ କରନ୍ତୁ ଓ କନେକ୍ସନ ଏଣ୍ଡ ସେୟାରିଂକୁ ଯାଆନ୍ତୁ। ସିମ-୧ ଅଥବା ସିମ-୨ରେ ଟ୍ୟାପ କରନ୍ତୁ ପ୍ରେଫର୍ଡ ନେଟୱାର୍କ ଟାଇପକୁ ଯାଇ ସେଠାରେ 2G/3G/4G/5G (automatic) ବାଛନ୍ତୁ।

{"id":692470,"sizeSlug":"full","linkDestination":"none"}

ଭିଭୋ/ଆଇକ୍ୟୁ
ସେଟିଂ ଓପନ କରି ସିମ-୧ ବା ସିମ-୨ କ୍ଲିକ୍‌ କରନ୍ତୁ। ମୋବାଇଲ ନେଟୱାର୍କରେ କ୍ଲିକ୍‌ କରି ନେଟୱାର୍କ ମୋଡକୁ ଯାଆନ୍ତୁ ଓ ୫-ଜି ମୋଡ ବାଛନ୍ତୁ। ସାଓମି/ପୋକୋ
ସେଟିଂ ଓପନ କରି ସିମକାର୍ଡ ଓ ମୋବାଇଲ ନେଟୱାର୍କକୁ ଯାଆନ୍ତୁ। ପ୍ରେଫର୍ଡ ନେଟୱାର୍କ ଟାଇପ୍‌ରେ କ୍ଲିକ୍‌ କରି  ୫ଜି ବାଛନ୍ତୁ।
ଉପରୋକ୍ତ ଷ୍ଟେପସ୍‌ ଫଲୋ କରି ୫-ଜି ଅପଡେଟ୍ କରିଦେଲେ ଆପଣଙ୍କ ଫୋନ ବ୍ୟବହାରିକ ଭାବେ ୫-ଜି ଚଳାଇବାକୁ ପ୍ରସ୍ତୁତ ହୋଇଯିବ। ଏବେ କେବଳ ଆପଣଙ୍କୁ ସେହିଠାରେ ପହଞ୍ଚିବାକୁ ପଡିବ ଯେଉଁଠି ଫାଇଭ-ଜି ସିଗ୍ନାଲ ଉପଲବ୍ଧ ହେଉଛି। ଆପଣଙ୍କ ଫୋନ ଯେମିତି ଆପଣଙ୍କ କ୍ଷେତ୍ରରେ ୫-ଜି ନେଟୱାର୍କର ସନ୍ଧାନ ପାଇବ ମନକୁ ମନ ନେଟୱାର୍କକୁ ଚାଲିଯିବ। ସେତେବେଳେ ଫୋନ ଟପରେ ଫୋର-ଜି ବା ଏଲଟିଇ ସ୍ଥାନରେ ଆପଣ ୫-ଜି ଦେଖିବାକୁ ପାଇବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.