ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ସଂସଦରେ ହଙ୍ଗାମା, ବିରୋଧୀଙ୍କ ୱାକ୍ ଆଉଟ୍

Published By : Prameya-News7 Bureau | December 15, 2022 IST

ନୂଆଦିଲ୍ଲୀ ୧୫।୧୨: ଦେଶରେ ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ସଂସଦରେ ଗୁରୁବାର ବିରୋଧୀ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାରମାନେ ସେମାନଙ୍କ ରାଜ୍ୟରେ ତୈଳ ଭାଟ ହ୍ରାସ କରୁନଥିବାରୁ ଲୋକଙ୍କୁ ମହଙ୍ଗା ଦରରେ ପେଟ୍ରୋଲ ଓ ଡିଜେଲ କିଣିବାକୁ ପଡୁଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। ପ୍ରସଙ୍ଗରେ ସରକାରଙ୍କ ବିବୃତ୍ତି ଶୁଣି ବିରୋଧୀ ଦଳମାନେ କଖ୍ୟତ୍ୟାଗ କରିଛନ୍ତି।

ସଂସଦର ପ୍ରଶ୍ନ କାଳରେ ଲୋକସଭା ସାଂସଦ କେ.ମୂରଲୀଧରନ କରିଥିବା ପ୍ରଶ୍ନର ପେଟ୍ରୋଲିୟମ ମନ୍ତ୍ରୀ ଜବାବ ରଖିଥିଲେ। କହିଥିଲେ ଯେ ଅନ୍ତର୍ଜାତୀୟ ବଜାରରେ ନଭେମ୍ବର ୨୦୨୦ରୁ  ନଭେମ୍ବର ୨୦୨୨ ମଧ୍ୟରେ ଅଶୋଧିତ ତୈଳର ଭାରତୀୟ ବାସ୍କେଟ ମୂଲ୍ୟରେ ହାରାହାରି ୧୦୨ ପ୍ରତିଶତ ବୃଦ୍ଧି ହୋଇଛି। ସେହି ଅନୁସାରେ ଏହି ଅବଧିରେ ଭାରତରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଯଥାକ୍ରମେ ୧୮.୯୫ ଓ ୨୬.୫ ପ୍ରତିଶତ ବୃଦ୍ଧି ହୋଇଛି। ବିଶ୍ୱର ଅନ୍ୟ ଦେଶଙ୍କ ତୁଳନାରେ ଭାରତରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ କମ୍‌ ବୋଲି ମନ୍ତ୍ରୀ ତର୍କ ରଖିଥିଲେ।

{"id":721513,"sizeSlug":"full","linkDestination":"none"}

ମନ୍ତ୍ରୀଙ୍କ ଜବାବରେ ଅସନ୍ତୁଷ୍ଟ ବିରୋଧୀ ସାଂସଦମାନେ ପ୍ରଶ୍ନ କରିବା ଆରମ୍ଭ କରିଦେଇଥିଲେ। ଏଥିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ କରି ପୁରୀ କହିଥିଲେ ଯେ ସାଧାରଣ ଲୋକଙ୍କୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧିରୁ ରିହାତି ଦେବା ପାଇଁ କେନ୍ଦ୍ର ସରକାର ୨୧ ନଭେମ୍ବର ୨୦୨୧ ଓ ୨୨ ମେ ୨୦୨୨ରେ ଦୁଇଥର କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ ହ୍ରାସ କରିଥିଲେ। କେନ୍ଦ୍ର ସରକାରଙ୍କ ସହ ତାଳ ଦେଇ ବିଜେପି ଶାସିତ ରାଜ୍ୟମାନଙ୍କ ସହ ଅନ୍ୟ ରାଜ୍ୟମାନେ ମଧ୍ୟ ଭାଟ ଶୁଳ୍କ ହ୍ରାସ କରି ଜନତାଙ୍କୁ ମୂଲ୍ୟରେ ରିହାତି ଦେଇଥିଲେ। ତେବେ ପଶ୍ଚିମବଙ୍ଗ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ ଓ କେରଳ ଆଦି କେତେକ ରାଜ୍ୟ ଭାଟ ହ୍ରାସ କରୁ ନାହାନ୍ତି। ଏଣୁ ଉପଭୋକ୍ତାଙ୍କୁ ଉଚ୍ଚ ମୂଲ୍ୟରେ ଇନ୍ଧନ କ୍ରୟ କରିବାକୁ ପଡୁଥିବା ମନ୍ତ୍ରୀ କହିଛନ୍ତି।

ପେଟ୍ରୋଲିୟମ ମନ୍ତ୍ରୀଙ୍କ ଏପରି ଜବାବରେ ବିରୋଧୀ ଦଳମାନେ ସଦନରେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ମନ୍ତ୍ରୀଙ୍କ ଜବାବରେ ଅସନ୍ତୁଷ୍ଟ ହୋଇ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ, ଟିଆରଏସ୍, ୱାଇଏସଆର କଂଗ୍ରେସ୍ ଓ ବାମପନ୍ଥୀ ଦଳମାନେ କକ୍ଷ୍ୟତ୍ୟାଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.