ଶେଷ ଦିନରେ ୧୩ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ, କୋଣାର୍କରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼

Published By : Prameya-News7 Bureau | December 05, 2023 IST

କୋଣାର୍କ:  ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଏବଂ କୋଣାର୍କ ମହୋତ୍ସବ ପାଇଁ କୋଣାର୍କରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼। ଶୁକ୍ରବାର ଏହି ମହୋତ୍ସବର ଶୁଭ ଉଦଘାଟନ ପରେ ଆଜି ହେଉଛି ଏହି ମହୋତ୍ସବର ଶେଷ ତଥା ଉଦଯାପନୀ ଦିବସ ।

wp:heading {"level":4}

ଅଧିକ ପଢନ୍ତୁ- ଖୋଳ ପାଇଁ ନାହିଁ ଜାଗା, ୯୭ ମୋବାଇଲ୍‌ ନେଇ ଛୁ ; ଦୋକାନରେ ଏମିତି କାରନାମା କଲେ ଲୁଟେରା

/wp:heading

ଶେଷ ଦିନରେ ପହଁଚିଛି ୧୩ ତମ ଆନ୍ତର୍ଜାତିୟ ବାଲୁକା କଳା ମହୋତ୍ସବ। ଏହି ମହୋତ୍ସବରେ ଭାଗ ନେବା ପାଇଁ ଦେଶ ଓ ବିଦେଶର ମୋଟ ୩୫ ଜଣ ବାଲୁକା ଶିଳ୍ପୀ ନିଜ ନିଜର ଟିମ ସହ ଅଂଶଗ୍ରହଣ କରିଥିଲେ। ଅନ୍ତର୍ଜାତୀୟ ସ୍ତରରୁ ମୋଟ ୬ ଟି ଦେଶ  ଅଷ୍ଟ୍ରେଲିଆ, କେଚ ରିପବ୍ଲିକ, ଶ୍ରୀଲଙ୍କା, ରୁଷିଆ, ବେଲାରୁସ, ୟୁ.ଏସ.ଏ ଏଥିରେ ଅଂଶ ଗ୍ରହଣ କରିଥିଲେ। ଜାତୀୟ ସ୍ତରରୁ ୬ ଟି ରାଜ୍ୟ ବିହାର, ଆସାମ, ପଶ୍ଚିମବଙ୍ଗ,  ଗୁଜୁରାଟ, ତେଲେଙ୍ଗାନା ଏବଂ ତାମିଲନାଡୁରୁ ବାଲୁକାଶିଳ୍ପୀ ଅଂଶଗ୍ରହଣ କରିଥିଲେ।

{"id":879097,"sizeSlug":"full","linkDestination":"none"}

ସେହିଭଳି ରାଜ୍ୟର ବିଭିନ୍ନ ଜିଲ୍ଲାର ଅନେକ ବାଲୁକାଶିଳ୍ପୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ଚତୁର୍ଥ ଦିନର ବିଷୟ ରହିଥିଲା " ଓଡ଼ିଆ କଳା ସଂକୃତି ମାଣବସା ଗୁରୁବାର " ଏବଂ "ଓଡ଼ିଶାର ମନ୍ଦିର ମାଳିନୀ "। ଯାହାକୁ ନେଇ ଚନ୍ଦ୍ରଭଗାର ବିସ୍ତୀର୍ଣ୍ଣ ବେଳାଭୂମି ରେ ବାଲୁକାଶିଳ୍ପୀ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.