ଚତୁର୍ଥ ଦିନରେ କୋଣାର୍କ ମହୋତ୍ସବ, ବାଲୁକା କଳା ଦେଖିବା ପାଇଁ କୋଣାର୍କରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

Published By : Prameya-News7 Bureau | December 04, 2023 IST

କୋଣାର୍କ:  ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଏବଂ କୋଣାର୍କ ମହୋତ୍ସବ ପାଇଁ କୋଣାର୍କରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼। ଶୁକ୍ରବାର ଏହି ମହୋତ୍ସବର ଶୁଭ ଉଦଘାଟନ ପରେ ଆଜି ଥିଲା ଏହି ମହୋତ୍ସବର ଚତୁର୍ଥ ଦିନ। ଏହି ମହୋତ୍ସବରେ ଭାଗ ନେବା ପାଇଁ ଦେଶ ଓ ବିଦେଶର ମୋଟ ୩୫ ଜଣ ବାଲୁକା ଶିଳ୍ପୀ ନିଜ ନିଜର ଟିମ ସହ ଅଂଶଗ୍ରହଣ କରିଥିଲେ। ଅନ୍ତର୍ଜାତୀୟ ସ୍ତରରୁ ମୋଟ ୬ ଟି ଦେଶ  ଅଷ୍ଟ୍ରେଲିଆ, କେଚ ରିପବ୍ଲିକ, ଶ୍ରୀଲଙ୍କା, ରୁଷିଆ, ବେଲାରୁସ, ୟୁ.ଏସ.ଏ ଏଥିରେ ଅଂଶ ଗ୍ରହଣ କରିଥିଲେ।

wp:heading {"level":4}

ଅଧିକ ପଢନ୍ତୁ- ପୁଣି ସୀମା ପାର୍ ଲଭଷ୍ଟୋରୀ, ପ୍ରେମ ହେଲା ବାଂଲାଦେଶରେ; ପ୍ରେମିକକୁ ଖୋଜି ଖୋଜି ବାଲେଶ୍ଵର ପହଞ୍ଚିଲେ ପ୍ରେମିକା, ଆଉ ତା ପରେ…

/wp:heading

ଜାତୀୟ ସ୍ତରରୁ ୬ ଟି ରାଜ୍ୟ ବିହାର, ଆସାମ, ପଶ୍ଚିମବଙ୍ଗ,  ଗୁଜୁରାଟ, ତେଲେଙ୍ଗାନା ଏବଂ ତାମିଲନାଡୁରୁ ବାଲୁକାଶିଳ୍ପୀ ଅଂଶଗ୍ରହଣ କରିଥିଲେ। ସେହିଭଳି ରାଜ୍ୟର ବିଭିନ୍ନ ଜିଲ୍ଲାର ଅନେକ ବାଲୁକାଶିଳ୍ପୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ଚତୁର୍ଥ ଦିନର ବିଷୟ ରହିଥିଲା "କ୍ଲାଇମେଟ ଚେଞ୍ଜ" ଏବଂ "ଅତିଥି ଦେବ ଭଵ"। ଯାହାକୁ ନେଇ ଚନ୍ଦ୍ରଭଗାର ବିସ୍ତୀର୍ଣ୍ଣ ବେଳାଭୂମି ରେ ବାଲୁକାଶିଳ୍ପୀ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ।

{"id":878819,"sizeSlug":"full","linkDestination":"none"}

ଅନ୍ୟ ପକ୍ଷରେ ତୃତୀୟ ସନ୍ଧ୍ୟା ରେ ଉଦଘାଟନ ହୋଇଥିଲା ୩୪ ତମ କୋଣାର୍କ ମହୋତ୍ସବ । ଯାହାକୁ ଉଦଘାଟନ କରିଥିଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୁପ ପଟ୍ଟନାୟକ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଯାଦବ , ଓଡିଶା ସଙ୍ଗୀତ ନାଟକ ଏକାଡେମୀ ର ଅଧ୍ୟକ୍ଷା ପଦ୍ମଶ୍ରୀ ଅରୁଣା ମହାନ୍ତି ଏବଂ ଅନ୍ୟ ଅତିଥି ମାନେ। କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟା କୁ ରସମୟ କରିବା ପାଇଁ ପ୍ରଥମ ଚରଣରେ ମଞ୍ଚ ପ୍ରବେଶ କରିଥିଲେ ମୋହିନୀୟାଟମ ନୃତ୍ୟ ପଟିୟସୀ ପଲ୍ଲବୀକ୍ରୀଷ୍ଣନ କେରଳର ଲାସ୍ୟ ଏକାଡେମୀ ଅଫ ମୋହିନୀୟାଟମ ର ଶିଳ୍ପୀ ଙ୍କ ସହ ପଲ୍ଲବୀଙ୍କର ପ୍ରଥମ ପ୍ରସ୍ତୁତିରେ ଆଦି ଶଙ୍କରାଚାର୍ଯ୍ୟ ବିଚରିତ "ନମଃ ଶିବାୟ" ପଞ୍ଚାକ୍ଷର ଆଧାରରେ ଶିବତତ୍ତ୍ୱର ମଞ୍ଚାୟନ ହୋଇଥିଲା।

{"id":878820,"sizeSlug":"full","linkDestination":"none"}

ଦ୍ବିତୀୟ ଚରଣରେ ମାଲୟାଲାମ ସାହିତ୍ୟରେ ବର୍ଣ୍ଣିତ ବୌଦ୍ଧ ସନ୍ୟାସୀ ଉପଗୁପ୍ତ ଓ ରୂପସୀ ବାସବଦତ୍ତାଙ୍କ କାହାଣୀ କୁ ନେଇ ଉପସ୍ଥାପିତ ହୋଇଥିଲା ନୃତ୍ୟ ସରଞ୍ଚନା "କରୁଣା" । ବୌଦ୍ଧ ସନ୍ୟାସୀ ଙ୍କ କରୁଣାରେ ସକଳ ଧନ ସମ୍ପଦର ମୋହ ଓ ରୂପ ଲାବଣ୍ୟର ମାୟାକୁ ପରିହାର କରି ସୁନ୍ଦରୀ ବାସବଦତ୍ତା ଙ୍କ ଆତ୍ମିକ  ଉତ୍ତରଣକୁ ମଞ୍ଚସ୍ଥ କରିଥିଲେ ଶିଳ୍ପୀ ମାନେ। ଦ୍ବିତୀୟ ଚରଣରେ ଓଡିଶୀର ରାଗ-ରସ-ରଙ୍ଗର ପସରା ଧରି ମଞ୍ଚକୁ ଆସିଥିଲେ ସୁବିଖ୍ୟାତ ନୃତ୍ୟ ବିଦୁଷି ଦକ୍ଷା ମଶ୍ରୁୱାଲା । କୈସିକି ଡ୍ୟାନ୍ସ ଏକାଡେମୀ ମୁମ୍ବାଇର ଶିଳ୍ପୀଗଣଙ୍କ ପ୍ରସ୍ତୁତିରେ ଥିଲା ଭାରତୀୟ ରାଗ-ରାଗିଣୀ ଓ ମାତୃ ଶକ୍ତିର ପ୍ରକାଶ ସମ୍ବଳିତ "ରାଗମାଳା"। ପରେ ପରେ ଶୁଦ୍ଧ ନୃତ୍ୟ ଯୋଗ ପଲ୍ଲବୀ ରାଗ ଓ ତାଳକୁ ନେଇ ବିସ୍ତାରିତ ହୋଇଥିଲା କବି ବନମାଳୀ ଙ୍କ ରଚନା ରୁ "ପ୍ରାଣ ସଙ୍ଗିନୀରେ କାଲି ମୁଁ କି ଲାଜେ ବୁଡ଼ିଲି" ର ଅଭିନୟରେ ରାଧା-କୃଷ୍ଣ ମିଳନର ଶୃଙ୍ଗାରିକ ଅନୁଭବକୁ ପରଶି ଦେଇଥିଲେ ଶିଳ୍ପୀଗଣ। ଅନ୍ତିମ ଲଗ୍ନରେ ଉପନିଷଦ ବର୍ଣ୍ଣିତ ଶାନ୍ତି ମନ୍ତ୍ର ସହ ନୃତ୍ୟରେ ଉପସଂହାର ଆଣିଥିଲେ ଶିଳ୍ପୀ

{"id":878821,"sizeSlug":"full","linkDestination":"none"}

ଏହି ମହୋତ୍ସବ ଡିସେମ୍ବର ୧ ରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ଧରି  ଜାରି ରହିବାକୁ ଥିବାରୁ ଏବଂ ଆସନ୍ତା କାଲି ଏହାର ଅନ୍ତିମ ଦିନ ଥିବାରୁ ଆସନ୍ତା କାଲି ମଧ୍ୟ ପର୍ଯ୍ୟଟକ ଙ୍କ ଭିଡ଼ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରାଯାvଉଛି। କାର୍ଯ୍ୟକ୍ରମ କୁ ସଫଳ ଭାବେ ଅନୁଷ୍ଠିତ କରିବା ପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.