suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ନାବାଳକ ବାଇକ ଚାଳକ ଧରପଗଡ଼, ପ୍ରଥମ ଦିନରେ ଧରା ପଡିଲେ ୧୪ ଜଣ, ଗଣିଲେ ୨୫ ହଜାର ଲେଖାଏଁ ଫାଇନ

28/03/2023 at 11:23 PM

ଖଲ୍ଲିକୋଟ: ରାଜ୍ୟ ସରକାରଙ୍କ ନାବାଳକମାନଙ୍କ ବେଆଇନ ବାଇକ ଚାଳନା ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏନେଇ ଗଞ୍ଜାମ ଓ ଭଞ୍ଜନଗର ଆରଟିଓ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରି ୧୪  ନାବାଳକ ବାଇକ ଚଳାଇବା ସମୟରେ ଧରା ପଡିଛନ୍ତି । ଗଞ୍ଜାମ ଆରଟିଓ ପକ୍ଷରୁ ଗଠିତ ୪ ଟିମ ୧୨ ଜଣ ଓ ଭଞ୍ଜନଗର ପରିବହନ ବିଭାଗ ଦ୍ଵାରା ଗଠିତ ଗୋଟିଏ ଟିମ ୨ ଜଣକୁ ଧରିଥିବା ଆରଟିଓ ପକ୍ଷରୁ କୁହାଯାଇଛି | ଜଣକ ପିଛା ୨୫ ହଜାର ଲେଖାଏଁ ଜରିମାନା ପକା ଯାଇଛି | ସେମାନଙ୍କ ପିତା ଓ ମାତାଙ୍କୁ ଡକାଯାଇ କାଉନସିଲିଂ କରାଯିବ ବୋଲି ଆରଟିଓ ଗଞ୍ଜାମ ମାନସ ରଞ୍ଜନ ସାହୁ ସୂଚନା ଦେଇଛନ୍ତି | ଏହି ଧରପଗଡ ଆଗକୁ ଜାରି ରହିବ ବୋଲି ସେ କହିଥିଲେ |

ସୂଚନା ଥାଉ କି ଗଞ୍ଜାମ ଜିଲ୍ଲାରେ ୨୦୨୨ରେ ସଡ଼କ ଦୁର୍ଘଟଣାରେ ଅଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି| ଯାହାକି ରାଜ୍ୟରେ ପ୍ରଥମ| ସୂଚନାଥାଉ କି, ସ୍କୁଲ ଓ କଲେଜରେ ପଢୁଥିବା ଛାତ୍ରଛାତ୍ରୀ ନାବାଳକ ଓ ନାବାଳିକା ବିପଦଜନକ ଭାବେ ସ୍କୁଟି, ବାଇକ ଚଳାଉଥିବା ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏଣୁ ଏହି ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଫଳସ୍ୱରୂପ ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଏହି ଯାଞ୍ଚ ଆରମ୍ଭ ହୋଇଛି । ଆଗାମୀ ଦିନରେ ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

   Related Posts