scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗୁରୁ ଦିବସରେ ପଶୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା

6/09/2022 at 7:12 PM

ଭୁବନେଶ୍ୱର ୦୬/୦୯: ସୋମବାର ଗୁରୁ ଦିବସ ଅବସରରେ ପଶୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରତିଷ୍ଠିତ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱାରା ଆରମ୍ଭ ହେଉଥିବା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

ରାଜ୍ୟରେ ପଶୁ ଚିକିତ୍ସା ବିଜ୍ଞାନ ପାଇଁ ଏକ ସରକାରୀ ଅନୁଷ୍ଠାନ ଥିବା ବେଳେ ସୋଆ ପକ୍ଷରୁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ ଭଳି ଅନୁଷ୍ଠାନ ଆରମ୍ଭ କରିବା ନେଇ ବିଶିଷ୍ଟ ପ୍ରଫେସରମାନେ ଆନନ୍ଦ ବ୍ୟକ୍ତ କରିଛନ୍ତି। 

ଅନୁଷ୍ଠାନର ଭିତ୍ତିଭୂମି ଉତ୍ତମ ହୋଇଥିବା କହି ସେମାନେ ଖୁସି ବ୍ୟକ୍ତ କରିଥିଲେ। ସେହିପରି ଅନୁଷ୍ଠାନର ଫ୍ୟାକଲ୍ଟିମାନେ ସେମାନଙ୍କର ୬ଟି ଗବେଷଣାରତ ଗୃପ ଯଥା ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ, ଲାଇଭ୍‌ଷ୍ଟକ ପ୍ରଡକ୍ସନ୍‌, ଆନିମଲ୍ ଫୋଟାଲ୍ ଷ୍ଟେମ୍ ସେଲ୍ ବାୟୋଲୋଜି, ଡିଜିଟାଲ୍ ଟେକ୍ନୋଲୋଜି ଇନ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ସର୍ଭିସ୍‌, ଇନ୍‌ଭିଟ୍ରୋ ଫର୍ଟିଲାଇଜେସନ୍ ଆଣ୍ଡ ଜର୍ମପ୍ଲାଜମ୍ କନ୍‌ଜରଭେସନ୍‌, ଆଇଡିଏନ୍‌ଏ ଟେକ୍ନୋଲୋଜି ଓ ନ୍ୟୁ ଭ୍ୟାକ୍ସିନ୍ ଡିଜାଇନିଂ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।

ସୋଆ ପକ୍ଷରୁ ଏକ ଅର୍ବାନ୍ ଭେଟେରିନାରୀ ହସ୍ପିଟାଲ୍ ଆରମ୍ଭ କରାଯାଇଥିବା ବେଳେ ମାତ୍ର କିଛି ସପ୍ତାହ ମଧ୍ୟରେ ପ୍ରାୟ ୧,୫୦୦ ପଶୁ ଏବଂ ପକ୍ଷୀଙ୍କୁ ଚିକିତ୍ସା କରାଯାଇଥିବା ନେଇ ଅନୁଷ୍ଠାନର ଡିନ୍ ପ୍ରଫେସର ବ୍ରହ୍ମଦେବ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନଙ୍କୁ ସୂଚନା ଦେଇଛନ୍ତି। 

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଯୋଗ ଦେଇ ଶିକ୍ଷାର ଗୁଣବତ୍ତା, କାର୍ଯ୍ୟଶୈଳୀର ଉନ୍ନତି ଏବଂ ନୈତିକତା ଉପରେ ଗୁରୁତ୍ୱ ଦେଇ ବକ୍ତବ୍ୟ ରଖିଥିଲେ। ସୋଆର କୁଳାଧିପତି ପ୍ରଫେସର ଡି.ପି. ରାୟ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।

ଏହି ଉପଲକ୍ଷେ ଇଜ୍ଜତନଗରରେ ଥିବା ଆଇସିଏଆର୍‌-ଇଣ୍ଡିଆନ୍ ଭେଟେରିନାରୀ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଜି.ସି. ମହାନ୍ତି, ଅଭିକାନଗରରେ ଥିବା ଆଇସିଏଆର୍‌-ସେଣ୍ଟ୍ରାଲ୍ ସିପ୍ ଆଣ୍ଡ ଉଲ୍ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ବି.ସି. ପଟ୍ଟନାୟକ, ଓଡ଼ିଶା ଭେଟେରିନାରୀ କାଉନ୍‌ସିଲ୍‌ର ଅଧ୍ୟକ୍ଷ ଡକ୍ଟର ଆର.ଏନ୍‌. ପଟ୍ଟନାୟକ ଓ ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ଜେ.ଏନ୍‌. ମହାନ୍ତି, ଡକ୍ଟର ଏ.ଟି. ରାଓ, ଡକ୍ଟର ଘନଶ୍ୟାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।  

   Related Posts