ଶିକ୍ଷକ ନିଯୁକ୍ତି ରଦ୍ଦ ନେଇ ହାଇକୋର୍ଟଙ୍କ ରାୟକୁ ବେଆଇନ କହିଲେ ମମତା, ବିଜେପି ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

Published By : Prameya-News7 Bureau | April 22, 2024 IST

internet

କୋଲକାତା: କଲିକତା ହାଇକୋର୍ଟ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେବା ପରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କୋର୍ଟଙ୍କ ଏପରି ନିର୍ଦ୍ଦେଶ ସମ୍ପୂର୍ଣ୍ଣ ବେଆଇନ୍। ବିଜେପି ନେତା ନ୍ୟାୟପାଳିକା ଓ କୋର୍ଟଙ୍କ ରାୟଙ୍କୁ ପ୍ରଭାବିତ କରୁଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି। ଯେଉଁମାନେ ନିଯୁକ୍ତି ହରାଇଲେ ଆମେ ସେମାନଙ୍କ ସହ ଛିଡ଼ା ହୋଇଛୁ। ଟିଏମ୍‌ସି ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରିବ ବୋଲି ମମତା ବାନାର୍ଜୀ କହିଛନ୍ତି। 

ସୋମବାର କଲିକତା ହାଇକୋର୍ଟ ୨୦୧୬ରେ ହୋଇଥିବା ସ୍କୁଲ ଶିକ୍ଷକ ନିଯୁକ୍ତିକୁ ଦୁର୍ନୀତି ଦର୍ଶାଇ ପୂରା ନିଯୁକ୍ତିକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୬ରେ ୱେଷ୍ଟ ବେଙ୍ଗଲ ସ୍କୁଲ ସର୍ଭିସ କମିଶନ(ଡବ୍ଲୁବିଏସ୍‌ସିସି) ୨୪ ହଜାର ଶିକ୍ଷକ ନିଯୁକ୍ତ ଦେଇଥିଲା। ଏଥିରେ ଦୁର୍ନୀତି ହୋଇଥିବା ନେଇ କଲିକତା ହାଇକୋର୍ଟରେ ଆବେଦନ ହୋଇଥିଲା। ଏହାକୁ ସମ୍ପୂର୍ଣ୍ଣ ରଦ୍ଦ କରି ପୁଣିଥରେ ନିଯୁକ୍ତି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତା' ଛଡ଼ା ନିଯୁକ୍ତି ପାଇଥିବା ଶିକ୍ଷକମାନେ ୬ ମାସ ଭିତରେ ସରକାରୀ ଦରମା ଫେରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସିଧାସଳଖ ମାଜିଷ୍ଟ୍ରେଟ୍‌ ଏହି ଟଙ୍କା ଆଦାୟ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଦର୍ଶାଇ ଏକ ଆବେଦନ କରାଯାଇଥିଲା। ଏହାପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କଲିକତା ହାଇକୋର୍ଟ ମାର୍ଚ୍ଚ ୨୦ ତାରିଖରେ ମାମଲାରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ସୋମବାର ଏହାର ଏହାର ଶୁଣାଣି ହୋଇଛି।  

ପଢ଼ନ୍ତୁ-ନିର୍ବାଚନ ସରିବା ପୂର୍ବରୁ ଖୋଲିଲା ବିଜେପି ଖାତା, ସୁରଟ ଆସନରୁ ଜିତିଲେ ବିଜେପି ପ୍ରାର୍ଥୀ  

ଅନ୍ୟପଟେ ଘଟଣାରେ ସରକାରଙ୍କୁ ଦାୟୀ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ମାଗିଛନ୍ତି ପୂର୍ବତନ କଲିକତା ହାଇକୋର୍ଟ ବିଚାରପତି ତଥା ବର୍ତ୍ତମାନ ବିଜେପି ଟିକେଟ୍‌ରୁ ଲୋକସଭା ନିର୍ବାଚନ ଲଢ଼ୁଥିବା ଅଭିଜିତ ଗଙ୍ଗୋପାଧ୍ୟାୟ। ଏହି ଦୁର୍ନୀତି ବେଙ୍ଗଲ ସରକାରଙ୍କ ଦ୍ୱାରା ଜାଣୁଶୁଣି କରାଯାଇଥିଲା। କୋର୍ଟ ଏହାର ଉଚିତ ରାୟ ଦେଇଛନ୍ତି ବୋଲି ଅଭିଜିତ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.