ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା: ସିଗ୍‌ନାଲ ତ୍ରୁଟିକୁ ନେଇ ଉଠିଲା ପ୍ରଶ୍ନ, ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ଟିଏମ୍‌ସି

Published By : Prameya-News7 Bureau | June 03, 2023 IST

ନୂଆଦିଲ୍ଲୀ: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା ବିରୋଧୀ ଦଳର ନେତାମାନେ ଦୁଃଖ ପ୍ରକାଶ କରିବା ସହିତ ସିଗ୍‌ନାଲ୍ ତ୍ରୁଟିକୁ ନେଇ ପ୍ରଶ୍ନ ଉଠାଇଛନ୍ତି।ଏହି ଦୁର୍ଘଟଣାରେ ୨୮୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦୦ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ପ୍ରଥମେ ମାଲବାହୀ ଟ୍ରେନ୍‌କୁ ବେଙ୍ଗାଲୁରୁ- ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍‌ ଧକ୍କା ଦେଇଥିଲା ଏହାପରେ କରମଣ୍ଡଳ ଏକ୍ସପ୍ରେସ୍ ଆସି ବେଙ୍ଗାଲୁରୁ ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍‌କୁ ଧକ୍କା ଦେଇଥିଲା।

ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ଟିଏମ୍‌ସି

ଏପଟେ ଏଡ଼ବଡ଼ ରେଳ ଦୁର୍ଘଟଣାକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛି ଟିଏମ୍‌ସି। ଟିଏମ୍‌ସି ଜାତୀୟ ସାଧାରଣ ସମ୍ପାଦକ ଅଭିଶେକ ବାନାର୍ଜୀ ଅଭିଯୋଗ କରି କହିଛନ୍ତି ଯେ କେନ୍ଦ୍ର ସରକାର ଯାସୁଶୀ କରିବାକୁ ସଫ୍ଟୱୟାର ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଟ୍ରେନ୍‌ ଦୁର୍ଘଟଣାରୁ ସୁରକ୍ଷା ଦେବାକୁ ଆଣ୍ଟି-କୋଲିଜିଅନ ଡିଭାଇସ୍‌ ବସାଇ ପାରୁ ନାହାନ୍ତି ବୋଲି ଅବିଶେକ ଅଭିଯୋଗ କରିଛନ୍ତି।

{"width":844,"height":475}

ପଢ଼ନ୍ତୁ -ବାହାନଗା ଟ୍ରେନ୍ ଟ୍ରାଜେଡି; ଦୁର୍ଘଟଣାକୁ ନେଇ ଉଠିଲା ଅନେକ ପ୍ରଶ୍ନ

ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜନୈତିକ ସମର୍ଥନ ପାଇଁ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ବନ୍ଦେ ଭାରତ ଟ୍ରେନ୍‌କୁ ପ୍ରୋତ୍ସାହନ ଦେବା ସହ ରେଳ ଷ୍ଟେସନ ତିଆରି କରୁଛନ୍ତି। ହେଲେ ସୁରକ୍ଷାକୁ ଭୁଲିଯାଉଛନ୍ତି ବୋଲି ଅଭିଶେକ କହିଛନ୍ତି।

ସେହିପରି କଂଗ୍ରେସ କହିଛି ଯେ ଓଡ଼ିଶାରେ ହୋଇଥିବା ରେଳ ଦୁର୍ଘଟଣା ସୁରକ୍ଷା ବ୍ୟବସ୍ଥାରୁ ଗୁରୁତ୍ୱକୁ ଦର୍ଶାଇଛି। ରେଳ ନେଟ୍‌ୱାର୍କରେ ସୁରକ୍ଷା କେତେବଡ଼ ଗୁରତ୍ୱରକଥା ତାହା ଦର୍ଶାଇଛି। ଏହାକୁ ନେଇ ଅନେକ ପ୍ରସ୍ନ ଉଠିବାର ଆବଶ୍ୟକ ରହିଛି ବୋଲି ଜୟରାମ ରମେଶ କହିଛନ୍ତି।

{"width":841,"height":473}

ସିପିଆଇଏମ୍‌ ଓ ଶିବସେନବା ୟୁବିଟିର ଇସ୍ତଫା ଦାବି

ସେହିପରି ସିପିଆଇଏମ୍‌ ମଧ୍ୟ ରେଳ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି। ଏଭଳି ଘଟଣା କଣ ଆଗକୁ ବାରମ୍ବାର ଘଟିବ କି ବୋଲି ସେ ପ୍ରଶ୍ନ କରିଛନ୍ତି। ସିପିଆଇ(ଏମ୍‌ଏଲ୍) ସାଧାରଣ ସମ୍ପାଦକ ଦିପଙ୍କର ଭଟ୍ଟାଚାର୍ଯ୍ୟ ସିଗ୍‌ନାଲ ଓ ସୁରକ୍ଷା ସିଷ୍ଟମ୍‌କୁ ନେଇ ପ୍ରଶ୍ନ ଉଠାଇ ସରକାରଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି “ଭାରତୀୟ ରେଳ ବିଭାଗରେ କୌଣସି ସିଗ୍‌ନାଲ ଓ ସୁରକ୍ଷା ସିଷ୍ଟମ ନାହିଁ। ଆଗକୁ କଣ ଏଭଳି ଦୁର୍ଘଟଣା ସାମାନ୍ୟ ହୋଇଯିବ? ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରଙ୍କୁ ଏହି ଜବାବ ଆମକୁ ଦେବାକୁ ହେବ। ” ସିପିଆଇ ସାଂସଦ ବିନୟ ବିଶ୍ୱମ ଘଟଣାରେ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

Possible signalling error may have caused Odisha train tragedy | India  News,The Indian Express

ପଢ଼ନ୍ତୁ- ବାହାନଗା ଟ୍ରେନ୍ ଟ୍ରାଜେଡି: ଶୋକ ବ୍ୟକ୍ତ କଲେ ସୋନିଆ-ରାହୁଲ, ସହଯୋଗ ପାଇଁ କଂଗ୍ରେସ କର୍ମୀଙ୍କୁ ମଲ୍ଲିକାର୍ଜୁନଙ୍କ ନିର୍ଦ୍ଦେଶ

ସେହିପରି ଶିବସେନା ଉଦ୍ଧବ ବାଲାସାହେବ ଠାକ୍‌ରେ ନେତା ସଞ୍ଜୟ ରଉତ ମଧ୍ୟ ଘଟଣାରେ ରେଳମନ୍ତ୍ରୀଙ୍କ ଇସ୍ଥଫା ଦାବି କରିଛନ୍ତି। ସେ ଖୋଲାଖୋଲି ଦାୟିତ୍ୱହୀନତା। ତେଣୁ ନୈତିକତା ଦୃଷ୍ଟିରୁ ରେଳମନ୍ତ୍ରୀ ଇସ୍ତଫା ଦେବା ଉଚିତ ବୋଲି ସେ ଦାବି କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.