scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆସାମରେ ବହୁ ବିବାହ ରୋକିବାକୁ ଜନମତ ସଂଗ୍ରହ ଆରମ୍ଭ, ଅଗଷ୍ଟ ୨୦ ସୁଦ୍ଧା ମତ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

21/08/2023 at 9:09 PM

ନୂଆଦିଲ୍ଲୀ: ଆସାମରେ ବହୁ ବିବାହ ରୋକିବାକୁ ସରକାରଙ୍କ ପ୍ରସ୍ତାବିତ ଆଇନ ଉପରେ ମତ ଦେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା। ସୋମବାର(ଅଗଷ୍ଟ ୨୧) ସେ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

ଏହାପୂର୍ବରୁ ଅଗଷ୍ଟ ୧୫  ତାରିଖ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଖୁବ୍‌ଶୀଘ୍ର ରାଜ୍ୟରେ ବହୁବିବାହକୁ ବନ୍ଦ କରିବା ପାଇଁ ଏକ କଠୋର ଅଧିନିୟମ ଅଣାଯିବ। ଆଉ ଏବେ ଏହା ଉପରେ ଜନମତ ସଂଗ୍ରହ ଆରମ୍ଭ ହୋଇଯାଇଛି।

ଏକ୍ସ ପୋଷ୍ଟରେ ସେ ସରକାରୀ ବିଜ୍ଞପ୍ତି ଶେୟାର କରିବା ସହିତ ଅଗଷ୍ଟ ୩୦ ତାରିଖ ସୁଦ୍ଧା ଇଏମେଲ୍ ଓ କିମ୍ବା ପୋଷ୍ଟାଲ୍ ଜରିଆରେ ମତ ଦେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆସାମ ବିଧାନସଭା ବହୁବିବାହକୁ ନିଷିଦ୍ଧ ଆଇନ ପ୍ରଣୟନ କରିବାକୁ ପରାମର୍ଶ ଦେଇଥିବା ଏକ ବିଶେଷଜ୍ଞ କମିଟିର ରିପୋର୍ଟ ଶେୟାର କରିଛନ୍ତି ହିମନ୍ତ।

ପଢନ୍ତୁ-ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର

ବିଜ୍ଞପ୍ତି ଅନୁଯାୟୀ, ଧାରା ୨୫ ଏବଂ ୨୬ ରେ ଧର୍ମ ଅନୁସରଣ କରିବା ଏବଂ ବିବେକ ଶୁଣିବା ଅଧିକାର ଦିଆଯାଇଛି। ତାର ଅର୍ଥ ଏହା ନୁହେଁ ଯେ ଆବଶ୍ୟକ ପଡ଼ିଲେ ଏହାର ପରିବର୍ତ୍ତନ କରାଯାଇପାରିବ ନାହିଁ। ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ “ଇସଲାମ ସଂପର୍କରେ କୋର୍ଟ କହିଛନ୍ତି ଯେ ଏକରୁ ଅଧିକ ପତ୍ନୀ ରହିବା ଧର୍ମର ଏକ ଅତ୍ୟାବଶ୍ୟକ ଅଂଶ ନୁହେଁ। ପତ୍ନୀଙ୍କ ସଂଖ୍ୟାକୁ ସୀମିତ ରଖିବାର ନିୟମ ଧର୍ମ ପାଳନ କରିବାର ଅଧିକାରରେ ବାଧା ସୃଷ୍ଟି କରେ ନାହିଁ। ଏହା ସାମାଜିକ କଲ୍ୟାଣ ଓ ସଂସ୍କାର ପରିସରରେ ଆସୁଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ସରକାରୀ ନୋଟିସରେ ଦର୍ଶାଯାଇଛି ଯେ ଏକ ପତ୍ନୀ ସମର୍ଥନ କରୁଥିବା ଆଇନ ଧାରା ୨୫ କୁ ଉଲ୍ଲଂଘନ କରୁନାହିଁ। ଏହି ନୀତିଗୁଡିକ ଧ୍ୟାନରେ ରଖି ଆସାମ ବିଧାନସଭା ବହୁବିବାହକୁ ରଦ୍ଦ କରିବା ପାଇଁ ଏକ ଆଇନ ପ୍ରସ୍ତୁତ କରିପାରିବ।

ଏହାପୂର୍ବରୁ ଆସାମ ସରକାର ମଧ୍ୟ ଏହି ପ୍ରସଙ୍ଗରେ ବିଶେଷଜ୍ଞ କମିଟି ଗଠନ କରିଥିଲେ। ଏହି କମିଟି ସର୍ମାଙ୍କୁ ଏହାର ରିପୋର୍ଟ ଦାଖଲ କରିଛି। ଏହି କମିଟି ସର୍ବସମ୍ମତି କ୍ରମେ ରାଜ୍ୟରୁ ବହୁବିବାହକୁ ବନ୍ଦ କରିବା ପାଇଁ ଏକ ଆଇନ ପ୍ରଣୟନ ହୋଇପାରିବ ବୋଲି କହିଥିବା ମୁଖ୍ୟମନ୍ତ୍ରୀ ଦାବି କହିଛନ୍ତି।

ପଢନ୍ତୁ-ଦୁଷ୍କର୍ମ ପୀଡ଼ିତାକୁ ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ, ଗୁଜରାଟ ହାଇକୋର୍ଟଙ୍କୁ କଲେ ତାଗିଦ୍

   Related Posts