scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ, ଆୟୋଜନ ହେବ ସ୍ଵତନ୍ତ୍ର ଉତ୍ସବ

20/11/2023 at 6:35 PM

ପୁରୀ: ଜାନୁଆରୀ ୧୭ରେ ଲୋକାର୍ପଣ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏହି ଦିନ ସ୍ଵତନ୍ତ୍ର ଉତ୍ସବର ଆୟୋଜନ କରାଯିବ। ଏ ନେଇ ସୋମବାର ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏହା ପୂର୍ବରୁ ନଭେମ୍ବର ୩ ତାରିଖରେ  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍ ସେଣ୍ଟର ପ୍ରକଳ୍ପ ଓ ଶ୍ରୀସେତୁ ଅନୁଧ୍ୟାନ କରିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଜାନୁଆରୀ ୧୭ରେ ଏହି ପ୍ରକଳ୍ପର ଲୋକାର୍ପଣ କରାଯିବ ବୋଲି ଗଜପତି ନିଜ ପ୍ରତିକ୍ରିୟାରେ କହିଥିଲେ । ୧୨ ତାରିଖ ଠାରୁ ହୋମଯଜ୍ଞ ଓ ପୂଜାର୍ଚ୍ଚନା କରାଯିବ । ଭକ୍ତମାନେ ନୂଆ ଅନୁଭୂତି ନେଇ ଶ୍ରୀକ୍ଷେତ୍ରରୁ ଫେରିବେ । ଟ୍ରାଫିକ୍ ସମସ୍ୟା ମଧ୍ୟ ଦୂର ହେବ ବୋଲି ଗଜପତି ଦିବ୍ୟସିଂହ ଦେବ କହିଥିଲେ।

ଅଧିକ ପଢନ୍ତୁ- ଘଞ୍ଚ ଜଙ୍ଗଲରେ ଅସୁସ୍ଥ ହାତୀ ଛୁଆ, ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା ପାଇଁ ବନ ବିଭାଗର ଉଦ୍ୟମ

ଆସନ୍ତା ଜାନୁଆରୀ ୧୭ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ମହୋତ୍ସବ ଅନୁଷ୍ଠିତ ହେବ। ଏନେଇ ସୋମବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ  ସବକମିଟି ବୈଠକ ବସିଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଏସପି, ପରିଚାଳନା କମିଟି ସେବାୟତ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏଥିରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଆୟୋଜିତ ହେବାକୁଥିବା ହୋମ ଯଜ୍ଞ ଠାରୁ ଆରମ୍ଭ କରି ଗଜପତି ମହାରାଜାଙ୍କ ଦ୍ୱାରା ପୂର୍ଣ୍ଣାହୂତି କାର୍ଯ୍ୟସୂଚୀ ଉପରେ ବିସ୍ତୃତ ଆଲୋଚନା ହୋଇଛି।

BJP Alleges Unlawful Digging at Puri Srimandir Parikrama Project; BJD  Denies Charges - News18

ଏହା ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ନଭେମ୍ବର ୩ ତାରିଖରେ ବସିଥିଲା ବୈଠକ ।  ଅକ୍ଟୋବର ସୁଦ୍ଧା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ନଭେମ୍ବର ୩ ତାରିଖରେ ସୂଚନା ଦେଇଥିଲେ। ସେ ଆହୁରି କହିଥିଲେ ଯେ, ୩ ହଜାର ଭକ୍ତଙ୍କ ପାଇଁ ଦୁଇଟି ସ୍ଥାନରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ । ରଘୁନନ୍ଦନ ଲାଇବ୍ରେରୀ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ଗୋପାଳତୀର୍ଥ ମଠ ଓ ନାରାୟଣୀ ମନ୍ଦିରର ପୁନରୁଦ୍ଧାର ହେବ ବୋଲି କହିଥିଲେ ।

ଅଧିକ ପଢନ୍ତୁ- ଭୁବନେଶ୍ବର ମେଟ୍ରୋ ଟ୍ରେନ୍ ପାଇଁ MOU ସ୍ବାକ୍ଷରିତ, ୪ ବର୍ଷରେ ପ୍ରକଳ୍ପ କାମ ସରିବା ଲକ୍ଷ୍ୟ

ଅବଢ଼ା ଯୋଜନାରେ ପୁରୀରେ ଅନେକ ଗୁଡ଼ିଏ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ଏହି ପ୍ରକଳ୍ପ କାର୍ଯ୍ୟ କିଭଳି ଚାଲିଛି ସେ ନେଇ ବୈଠକରେ ସମୀକ୍ଷା ହୋଇଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ, ରଘୁନନ୍ଦନ ଲାଇବ୍ରେରୀ, ମନ୍ଦିର, ପ୍ରଶାସନିକ କୋଠା, ତୀର୍ଥ ପୁଷ୍କରିଣୀ ସମେତ ଅନେକ ଗୁଡ଼ିଏ ପ୍ରକଳ୍ପ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା । ତେବେ ଅବଢ଼ା ଯୋଜନାରେ ଚାଲିଥିବା ଏହିସବୁ ପ୍ରକଳ୍ପ ଗୁଡ଼ିକର କାମ କିପରି ଚାଲିଛି ସେନେଇ ସମୀକ୍ଷା କରାଯାଇଥିଲା ।

   Related Posts