ପଟିଆରେ ନାବାଳିକା ଗଣଦୁଷ୍କର୍ମ ମାମଲା, ଜଣେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | January 18, 2023 IST

ଭୁବନେଶ୍ୱର ୧୮।୦୧ : ପଟିଆରେ ନାବାଳିକା ଗଣଦୁଷ୍କର୍ମ ମାମଲା । ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍‌ ପୋଲିସ । ଘଟଣା ସାମ୍ନାକୁ ଆସିବା ପରେ ଫେରାରେ ହୋଇଯାଇଥିଲେ ଅଭିଯୁକ୍ତ । ଏବେ ବି ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି । ତିନୋଟି ଟିମ୍ ଗଠନ କରି ଛାନଭିନ କରୁଛି ଜିଆର୍‌ପି ।

ସୂଚନାଯୋଗ୍ୟ ଯେ, ପଟିଆ ରେଳ ଷ୍ଟେସନରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଆସିଥିଲା । ପରିବାର ପକ୍ଷରୁ ଜି.ଆର୍.ପି. ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଚାଇଲ୍ଡ ଲାଇନ୍ ଏବଂ ଇନଫୋସିଟି ପୋଲିସ ସହାୟତାରେ ୨ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ପଟିଆ ଷ୍ଟେସନ୍ ପାଖ ବସ୍ତିରେ ଉଭୟଙ୍କ ପରିବାର ରୁହନ୍ତି। ସଂଧ୍ୟା ସମୟରେ ଏହି ୨ ନାବାଳିକା ଷ୍ଟେସନକୁ ଯାଇଥିଲେ। ଦୁର୍ବୃତ୍ତମାନେ ସେମାନଙ୍କୁ ଅପହରଣ କରିନେଇଥିଲେ। ହାତଗୋଡ଼ ବାନ୍ଧି ଗଣଦୁଷ୍କର୍ମ କରିଥିଲେ। ଉଭୟଙ୍କୁ ଦୁର୍ବୃତ୍ତମାନେ ରାତି ତମାମ ଦୁଷ୍କର୍ମ କରିଛନ୍ତି। ଏପରିକି ଏ କଥା ପ୍ରଘଟ କଲେ ଉଭୟ ନାବାଳିକାଙ୍କୁ ଜୀବନରେ ମାରିଦେବାର ଧମକ ଦେଇଥିଲେ ।

ତେବେ ତାପର ଦିନ ସକାଳେ ଉଭୟଙ୍କୁ ସେମାନେ ଛାଡ଼ିଥିଲେ। ୨ ନାବାଳିକା ଘରେ ପହଞ୍ଚି ପରିବାରକୁ ସବୁକଥା କହିଥିଲେ। ଦୁର୍ବୃତ୍ତମାନଙ୍କୁ ପରିବାର ଲୋକେ ପଚରାଉଚରା କରିବାରୁ ଅଭିଯୁକ୍ତମାନେ ସେମାନଙ୍କୁ ଟଙ୍କା ଯାଚିଥିଲେ। ଘଟଣା ସଂପର୍କରେ ଚାଇଲଡ୍ ଲାଇନ୍ ଜାଣିବା ପରେ ପୋଲିସକୁ ଖବର ଦେଇଥିଲା। ଇନଫୋସିଟି ପୋଲିସ ୨ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ଚାଇଲଡ୍ ଲାଇନ୍ ସହିତ ସେମାନଙ୍କୁ ଘଟଣାସ୍ଥଳକୁ ନେଇଥିଲା। ଯେହେତୁ ଅପରାଧ ସ୍ଥାନ ରେଲୱେ ଜିଆରପି ଅଧୀନରେ ଆସୁଛି, ତେଣୁ ସମସ୍ତେ ଜିଆରପି କୁ ଆସିଥିଲେ। ଜଣେ ନାବାଳିକାଙ୍କ ମା ଜିଆରପିରେ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ଜିଆରପି. ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.