ଶିକ୍ଷୟତ୍ରୀଙ୍କୁ ଫୁଟ୍‌ଓଭର୍‌ବ୍ରିଜ ଉପରେ ଅଶୀଳ୍ଳ ବ୍ୟବାହର କଲା ଦୁର୍ବୃତ୍ତ, ଧରା ପଡିବାପରେ ପାଗଳ ବୋଲି ଦେଲା ପରିଚୟ

Published By : Prameya-News7 Bureau | February 26, 2020 IST

ମୁମ୍ବାଇ ୨୬।୦୨- ଶିକ୍ଷୟତ୍ରୀଙ୍କୁ ଫୁଟ୍‌ଓଭର୍‌ବ୍ରିଜ ଉପରେ ଅଶୀଳ୍ଳ ବ୍ୟବାହର କଲା ଦୁର୍ବୃତ୍ତ । ଏହି ଘଟଣା ମୁମ୍ବାଇର ଦାଦର ରେଳ ଷ୍ଟେସନ ନିକଟରେ ଘଟିଛି । ଧରା ପଡିଥିବା ଦୁର୍ବୃତ ଦାଦର ରେଳ ଷ୍ଟେସନ ବାହାରେ ଜୋତା ପଲିସ କରିଥାଏ । ଶିକ୍ଷୟତ୍ରୀଙ୍କୁ ସେ ଅସଦାଚରଣ କରିବା ସମୟରେ ସେ ପାଟି କରିଥିଲେ । ପରେ ସେଠାରେ ଥିବା ଅନ୍ୟ ଲୋକମାନେ ଅଭିଯୁକ୍ତକୁ ଧରିଥିଲେ । ପରେ ପୁଲିସ ଆସି ଅଭିଯୁକ୍ତକୁ ଗରିଫ କରିଛି।

ଲୋକମାନେ ନିସ୍ତୁକ ମାଡ ମାରିବା ପରେ ଅଭିଯୁକ୍ତକୁ ପୁଲିସକୁ ହସ୍ତାନ୍ତର କରିଥିଲେ ।

କିଛିଦିନ ତଳେ ମୁମ୍ବାଇର ପନ୍ତନଗର ଅଞ୍ଚଳରେ ଜଣେ ୨୩ ବର୍ଷୀୟ ଯୁବକ ୧୨ ବର୍ଷିୟା ନାବାଳିକାକୁ ଅସଦାଚରଣ କରିଥିଲା । ନାବାଳିକା ବଜାରରୁ ଘରକୁ ଫେରିବା ସମୟରେ ସେ ତାଙ୍କୁ ଅସଦାଚରଣ କରିଥିଲା ।
.
ବାନ୍ଦ୍ରାର ରେଳଷ୍ଟେସନରେ ଥିବା ଫୁଟ୍‌ ଓଭପ୍‌ ବ୍ରିଜରେ ଅଗଷ୍ଟ ୨୦୧୯ ମସିହାରେ ମହିଳାମାନଙ୍କ ଅସଦାଚରଣ କରୁଥିବା ଜଣେ ୩୪ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ଜଣଙ୍କ ଉସମାନ୍‌ ଅଲ୍ଲୀ ବୋଲି ଜଣାପଡିଥିଲା । ଜଣେ ଯୁବତୀଙ୍କୁ ସେ ଅସଦାଚରଣ କରୁଥିବା ବେଳେ ସେଠାରେ ଥିବା ଡ୍ୟୁଟି ଅଧିକାରୀ ଦୁର୍ବୃତ୍ତକୁ ଧରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.