scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଧନତେରସରେ କିଣିନେଲେ ୪୨ଟନ ସୁନା,ଗତବର୍ଷ ତୁଳନାରେ ଅଧିକ ୩ ଟନ ବିକ୍ରି, ୩୦ ହଜାର କୋଟି ଟଙ୍କାର କାରବାର 

11/11/2023 at 5:32 PM

ନୂଆଦିଲ୍ଲୀ ୧୧।୧୧: ଧନତେରସ ଦିନ ଶୁକ୍ରବାର ସାରା ଦେଶର ସ୍ୱର୍ଣ୍ଣାଳଙ୍କାର ବଜାରରେ ବେଶ୍ ଉତ୍ସାହ ଦେଖାଯାଇଛି। ଇଣ୍ଡିଆନ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ(ଆଇବିଜେଏ) ସାଧାରଣ ସମ୍ପାଦକ ସୁରେନ୍ଦ୍ର ମେହେଟ୍ଟା କହିଛନ୍ତି ଯେ ଧନତେରସ ଅବସରରେ ଶୁକ୍ରବାର ସାରା ଦେଶରେ ୪୨ଟନ ସୁନା ବିକ୍ରି ହୋଇଛି। ଏହି ବିକ୍ରି ପଛରେ ମୂଲ୍ୟ ହ୍ରାସର ବେଶ୍ ଭୂମିକା ଦେଖାଯାଇଛି। ୨୦୨୨ ଧନତେରସରେ ୩୯ ଟନ ସୁନା ବିକ୍ରି ହୋଇଥିଲା ବୋଲି ସେ କହିଛନ୍ତି।    

କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଟି)ଙ୍କ ଅନୁସାରେ ସାରା ଦେଶର ସ୍ୱର୍ଣ୍ଣାଳଙ୍କାର ବଜାରରେ ଧନତେରସ କାରବାର କେବଳ ୩୦ ହଜାର କୋଟି ଟଙ୍କାର ଥିଲା ବୋଲି କହିଛନ୍ତି। ଏଥିରେ ୨୭ ହଜାର କୋଟି ଟଙ୍କାର ସ୍ୱର୍ଣ୍ଣାଭୂଷଣ ଓ ସମ୍ପର୍କିତ ସମାଗ୍ରୀ କାରବାର ହୋଇଥିବା ବେଳେ  ୩ ହଜାର କୋଟି ଟଙ୍କାର ରୂପା ବ୍ୟବସାୟ ହୋଇଛି। ୨୦୨୨ ଧନତେରସରେ ଦେଶର ସ୍ୱର୍ଣ୍ଣାଳଙ୍କାର ବ୍ୟବସାୟୀମାନେ ୨୫ ହଜାର କୋଟି ଟଙ୍କାର ସୁନା ଓ ରୂପା ଆଭୂଷଣ କାରବାର କରିପାରିଥିଲେ। ଫଳରେ ଅଧିକ ୫ ହଜାର କୋଟି ଟଙ୍କାର କାରବାର ହୋଇଛି।

ବିଶ୍ୱ ସ୍ୱର୍ଣ୍ଣ ପରିଷଦ (ଡବ୍ଲୁଜିସି)ଙ୍କ ଭାରତରେ କ୍ଷେତ୍ରୀୟ ପ୍ରତିନିଧି ସୋମସୁନ୍ଦରମ ପିଆର କହିଛନ୍ତି ଯେ ସୁନାର ମୂଲ୍ୟ ଗତ ବର୍ଷ ଧନତେରସ ଅପେକ୍ଷା ଅଧିକ ଥିଲା। ଏହା ସତ୍ତ୍ୱେ କ୍ରୟ ନିମନ୍ତେ ଗ୍ରାହକମାନଙ୍କର ସକରାତ୍ମକ ଭାବନା ଥିଲା। ଏଥର ଧନତେରସରେ ସୁନା ଛଡ ଓ ସୁନା ମୁଦ୍ରାର ଅଧିକ ଚାହିଦା ଥିଲା ବୋଲି ସେ କହିଛନ୍ତି।  କେବଳ ସୁନା କି ରୂପା ଆଭୂଷଣ ନୁହେଁ ଧନତେରସରେ ଲୋକେ ଯାନବାହନ ମଧ୍ୟ କ୍ରୟ କରିଛନ୍ତି।

ମାରୁତି ସୁଜୁକିଙ୍କ ବରିଷ୍ଠ କାର୍ଯ୍ୟକାରୀ ଅଧିକାରୀ  ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି ଯେ ଏଥର ଧନତେରସରେ ପୁରା ଉଦ୍ୟୋଗସ୍ତରରେ ୫୫ରୁ ୫୭ହଜାରଟି କାର ଡେଲିଭରୀ ଦିଆଯାଇଛି। ଗତବର୍ଷ ଧନତେରସ ତୁଳନାରେ ଏହା ୨୧ ପ୍ରତିଶତରୁ ବି ଅଧିକ। ଗତବର୍ଷ ଧନତେରସରେ ସାରା ଦେଶରେ ୪୫ ହଜାରଟି କାର ଡେଲିଭରୀ ଦିଆଯାଇଥିଲା।   

   Related Posts