AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ସମର୍ଥନ ଘୋଷଣା କଲା ରାଜ୍ୟ କଂଗ୍ରେସ

5/12/2020 at 8:26 PM

ଭୁବନେଶ୍ୱର ୦୫।୧୨: କେନ୍ଦ୍ରର ମୋଦୀ ନେତୃତ୍ୱାଧୀନ ବିଜେପି ସରକାରଙ୍କ ଦ୍ୱାରା ପ୍ରଣିତ ୩ ଗୋଟି କଳା କୃଷି ଆଇନ୍ ବିରୋଧରେ ଆନ୍ଦୋଳନରତ କୃଷକ ସଂଗଠନଗୁଡିକ ଡିସେମ୍ବର ୮ ତାରିଖ ମଙ୍ଗଳବାର ଦେଇଥିବା ଭାରତ ବନ୍ଦ ଡାକରାକୁ ପ୍ରଦେଶ କଂଗ୍ରେସ କମିଟି ପୂର୍ଣ୍ଣ ସମର୍ଥନ କରୁଅଛି । କୃଷକମାନେ ଆମର ଅନ୍ନଦାତା ଓ ଅର୍ଥନୀତିର ମେରୁଦଣ୍ଡ। କୃଷକ ଭାଇଭଉଣୀମାନେ କୃଷି ଆଇନକୁ ବିରୋଧ କରିବା ସଂପୂର୍ଣ୍ଣ ଯଥାର୍ଥ ଓ ଯୁକ୍ତିସଂଗତ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି ।

କୃଷକମାନଙ୍କର ବୃହତର ହିତ ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୱାର୍ଡ ସ୍ତରରୁ ଆରମ୍ଭ କରି ଗ୍ରାମ, ପଂଚାୟତ, ବ୍ଲକ, ପୌରପରିଷଦ, ମହାନଗର ନିଗମ, ବିଜ୍ଞପିତ ଅଂଚଳ ପରିଷଦ, ଜିଲ୍ଲା ଓ ରାଜ୍ୟ ସ୍ତରରେ ବନ୍ଦକୁ ସଂପୂର୍ଣ୍ଣ ସଫଳ କରିବା ପାଇଁ କଂଗ୍ରେସର ସମସ୍ତ କର୍ମକର୍ତା, ବିଧାୟକଗଣ, ସାଂସଦ, ପ୍ରାକ୍ତନ ସାଂସଦ, ମନ୍ତ୍ରୀ ଓ ବିଧାୟକ, ବରିଷ୍ଠ ନେତୃମଣ୍ଡଳୀ, ଜିଲ୍ଲା କଂଗ୍ରେସ ସଭାପତି, ଏଆଇସିସି ଓ ପିସିସି ସଭ୍ୟ, ସମସ୍ତ ବିଭାଗ, ପ୍ରକୋଷ୍ଠ ଓ ଛାମୁଆ ସଂଗଠନର ରାଜ୍ୟ ଓ ଜିଲ୍ଲାର ମୁଖ୍ୟ ଓ କର୍ମକର୍ତାମାନେ ଓ ତ୍ରିସ୍ତରୀୟ ଜନପ୍ରତିନିଧିମାନଙ୍କୁ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ମାର୍ଗଦର୍ଶନ ଦେଇଥିବା ବେଳେ ସ୍ୱତଃପ୍ରବୃତ ବନ୍ଦରେ ସକ୍ରୀୟ ସହଯୋଗ ଓ ଅଂଶଗ୍ରହଣ କରି ପୂର୍ଣ୍ଣ ସଫଳ କରିବା ଲାଗି ଓଡିଶାବାସୀଙ୍କୁ ଶ୍ରୀଯୁକ୍ତ ପଟ୍ଟନାୟକ ବିନମ୍ର ଅନୁରୋଧ କରିଛନ୍ତି ।

   Related Posts