ଡିସେମ୍ବର ୧୧ରେ ସମଗ୍ର ଦେଶରେ ଡାକ୍ତରଙ୍କ ଧର୍ମଘଟ, ଘୋଷଣା କଲା ଆଇଏମଏ

Published By : Prameya-News7 Bureau | December 08, 2020 IST

ନୂଆଦିଲ୍ଲୀ ୦୮।୧୨: ଇଣ୍ଡିଆନ ମେଡିକାଲ ଆସୋସିଏସନ(ଆଇଏମଏ) ଡିସେମ୍ବର ୧୧ରେ ସମଗ୍ର ଦେଶରେ ହଡତାଳ ଘୋଷଣା କରିଛି। ଆୟୁର୍ବେଦର ଡାକ୍ତରଙ୍କୁ ସର୍ଜରୀ କରିବାକୁ ମଞ୍ଜୁରୀ ଦେବା ସରକାରଙ୍କ ନିଷ୍ପତ୍ତି ବିରୋଧରେ ଆଇଏମଏ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛି। ଏହି ସମୟରେ ସମସ୍ତ ଅଣ ଆବଶ୍ୟକ ଓ ଅଣ କୋଭିଡ୍ ସେବା ବନ୍ଦ ରହିବ। ଏଥିସହ ଆଇସିୟୁ ପରି ଜରୁରୀକାଳୀନ ସେବା ଜାରି ରହିବ। ମାତ୍ର ପୂର୍ବରୁ ସ୍ଥିର ହୋଇଥିବା ଅପରେସନ ହେବ ନାହିଁ।

ଆଇଏମଏ ନିଜର ବିବୃତ୍ତିରେ କହିଛି, ଡିସେମ୍ବର ୧୧ରେ ସମସ୍ତ ଡାକ୍ତର ସକାଳ ୬ଟାରୁ ସନ୍ଧ୍ୟା ୬ଟା ୧୨ ଘଣ୍ଟା ତଡତାଳରେ ରହିବେ। କିଛି ଦିନ ପୂର୍ବେ ସେଣ୍ଟ୍ରାଲ କାଉନସିଲ ଅଫ ଇଣ୍ଡିଆନ ମେଡିସିନ(ସିପିଆଇଏମ) ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଥିଲା ଯେ, ଏବେ ଆୟୁର୍ବେଦ ଡାକ୍ତର ମଧ୍ୟ ସାଧାରଣ ଓ ଅର୍ଥପେଡିକ୍ ସର୍ଜରୀ ସହିତ ଆଖି, କାନ, ବେକର ସର୍ଜରୀ କରି ପାରିବେ। ଆଇଏମଏ ଅନୁଯାୟୀ ସିସିଆଇଏମର ଅଧିସୂଚନା ଓ ନୀତି ଆୟୋଗ ଦ୍ଵାରା ଚାରି କମିଟିର ଗଠନ କେବଳ ମିକ୍ସୋପ୍ୟାଥିକୁ ପ୍ରୋତ୍ସାହନ ମିଳିବ। ତେଣୁ ଆଇଏମଏ ଅଧିସୂଚନା ପ୍ରତ୍ୟାହାର କରିବା ଓ ନୀତି ଆୟୋଗ ପକ୍ଷରୁ ଗଠିତ କମିଟିକୁ ରଦ୍ଦ କରିବାକୁ ଦାବି କରିଛି।

ଅନ୍ୟପଟେ ମେଡିକାଲ ଆସୋସିଏସନ(ଡିଏମଏ) ଏହାରି ବିରୋଧରେ ସୁପ୍ରିମକୋର୍ଟର  ଦ୍ଵାରସ୍ଥ ହେବାକୁ ନିଷ୍ପତ୍ତି ନେଇଛି। ଗୁରୁବାର ବୈଠକ ପରେ ଡିଏମଏ କହିଛି, ଯଦି ଆୟୁର୍ବେଦର ଡାକ୍ତରଙ୍କୁ ଦିଆଯାଇଥିବା ଅଧିକାର ପ୍ରତ୍ୟାହାର ହେବ ନାହିଁ ତେବେ ସର୍ବୋଚ୍ଚ ନ୍ୟାୟାଳୟରେ ଏହାକୁ ଚ୍ୟାଲେଞ୍ଜ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.