ଦିନ ଦ୍ବିପ୍ରହରେ ବ୍ୟକ୍ତିଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଛୁରୀ ଭୁଷିଲା ଦୁର୍ବୃତ୍ତ : ଲୋକେ ଭୟଭୀତ
19/02/2020 at 10:18 AM

ଗାଜିଆବାଦ ୧୯/୨: ଉତ୍ତରପ୍ରଦେଶର ଗାଜିଆବାଦରେ ଦିନ ଦ୍ବିପ୍ରହରେ ଜଣେ ଯୁବକ ବ୍ୟକ୍ତିଙ୍କୁ ଅନେକ ଥର ଛୁରୀରେ ଆକ୍ରମଣ କରିଛି। ଘଟଣାଟି ଜାନୁୟାରୀ ମାସରେ ହୋଇଥିଲା। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଆକ୍ରମଣକାରୀର ନାଁ ଆରିଫ ଭିଣ୍ଡି ବୋଲି ଜଣା ପଡ଼ିଛି।
ପୋଲିସ୍ ମାମଲା ରୁଜୁ କରିନେଇଛି କିନ୍ତୁ ଅଭିଯୁକ୍ତକୁ ଏଯାଏଁ ଗିରଫ କରାଯଇପାରିନାହିଁ। ପୋଲିସର କହିବା ଅନୁସାରେ ଏକ ସାମାନ୍ୟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଘଟଣା ପରଠୁ ଉତ୍ତରପ୍ରଦେଶର ଆଇନ୍ ବ୍ୟବସ୍ଥାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି।
Related Posts
ନବ ଦାସ ହତ୍ୟା ମାମଲା, ପୁଣି ରିମାଣ୍ଡରେ ଯିବେ ଅଭିଯୁକ୍ତ ଗୋପାଳ
5 February 2023
ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
5 February 2023
ରାଉରକେଲାରେ ଡବଲ ମର୍ଡର, ପଥରରେ ଛେଚି ନିର୍ମମ ହତ୍ୟା
4 February 2023