ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ଘଟଣାକୁ ଲଭ୍ ଜିହାଦ ସହ ଯୋଡ଼ିଲେ ବିଜେପି ନେତା, କହିଲେ- ଦୋଷୀକୁ ଛଡ଼ାଯିବନି
25/12/2022 at 4:37 PM

ମୁମ୍ବାଇ: ବଲିଉଡ୍ ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ଘଟଣାକୁ ଲଭ୍ ଜିହାଦ ସହ ଯୋଡିଲା ବିଜେପି। ଦିଲ୍ଲୀ ବିଜେପି ବିଧାୟକ ରାମ କଦମ ଏହାକୁ ଲଭ୍ ଜିହାଦ ମାମଲା ସହ ୟୋଡ଼ିଛନ୍ତି।
ଶନିବାର ଶୁଟିଂ ଶେଟ୍ର ମେକ୍ଅପ ରୁମ୍ରେ ଫାସୀ ଲଗାଇ ଆତ୍ମହତ୍ୟା କରିଥିଲେ ତୁନିଶା। ଅଭିନେତ୍ରୀଙ୍କ ମାଙ୍କ ଅଭିଯୋଗ କ୍ରମେ ପୁଲିସ ଘଟଣାରେ ଅଭିଯୁକ୍ତ ଶୀଜାନ ମହମ୍ମଦ ଖାନ୍କୁ ଗିରଫ କରିଛି। ଅଭିଯୁକ୍ତକୁ କୋର୍ଟ ୪ ଦିନିଆ ପୁଲିସ କଷ୍ଟୁଡିକୁ ପଠାଇଛନ୍ତି। ତୁନିଶାଙ୍କ ସହ ୧୫ ଦିନ ହେବ ବ୍ରେକ୍ ଅପ୍ ହେବା ପରେ ସେ ଆତ୍ମହତ୍ୟା କରିଥିବା ତାଙ୍କ ମାଆ ଏଫ୍ଆଇରରେ ଦର୍ଶାଇଛନ୍ତି।
ତେବେ ଏହି ମାମଲାରେ ଲଭ୍ ଜିହାଦ ଅଭିଯୋଗ ଆଣି ମାମଲା ବିଭିନ୍ନ ଆଙ୍ଗଲରୁ କଡ଼ା ଯାଞ୍ଚ ହେବ। ଅଭିଯୁକ୍ତକୁ ଛଡ଼ାଯିବ ନାହିଁ। ତୁନିଶାଙ୍କ ପରିବାର ନ୍ୟାୟ ପାଇବେ ବୋଲି ରାମ କଦମ କହିଛନ୍ତି।
ସେ କହିଛନ୍ତି “ଆତ୍ମହତ୍ୟାର କାରଣ କଣ ଥାଇପାରେ ? ଲଭ୍ ଜିହାଦ ମାମଲା ଥିଲା ନା ଆଉକିଛି ସମସ୍ୟା ଥିଲା। ତଦନ୍ତରେ ସତ ପଦାକୁ ଆସିବ। ତୁନିଶାଙ୍କ ପରିବାର ୧୦୦ ପ୍ରତିଶତ ନ୍ୟାୟ ପାଇବେ। ଯଦି ଏଥିରେ ଲଭ୍ ଜିହାଦ ମାମଲା ସାମ୍ନାକୁ ଆସିଲା ତେବେ ପୁଲିସ ଏହା ପଛରେ ଆଉ କେଉଁମାନେ ଅଛନ୍ତି ତାରା ଖୋଳତାଡ଼ କରିବ।”