ଅଗଷ୍ଟ ୧୫ରେ ସମାପ୍ତ ହେବ ଗୋଲାମୀର ଆଉ ଏକ କାହାଣୀ, ବ୍ରିଟିଶ ନୁହେଁ ଏଥର ଶୁଣିବାକୁ ମିଳିବ ସ୍ୱଦେଶୀ ତୋପର ଗର୍ଜନ

Published By : Prameya-News7 Bureau | August 13, 2023 IST

ନୂଆଦିଲ୍ଲୀ ୧୩।୮: ସ୍ୱାଧୀନତା ଦିବସ ସମାରୋହ ଅଗଷ୍ଟ ୧୫ରେ ଗୋଲାମୀର ଆଉ ଏକ ପ୍ରତୀକକୁ ସବୁଦିନ ନିମନ୍ତେ ବିଦାୟ ଦିଆଯିବ। ଏଥର ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ କିଲ୍ଲାରେ ପତାକା ଉତ୍ତୋଳନ କରିବା ମାତ୍ରେ ପ୍ରଥମ ଥର ୨୧ ତୋପ ସଲାମୀ ଭାରତୀୟ ତୋପରେ ହେବ। ଅର୍ଥାତ ଏହି ସଲାମୀ ସ୍ୱଦେଶୀ ୧୦୫ ଏମଏମ୍ ଇଣ୍ଡିଆନ ଫିଲ୍ଡ ଗନରୁ ଦିଆଯିବ। ପୂର୍ବରୁ ଏଥି ପାଇଁ ପାରମ୍ପରିକ ୨୫ ପାଉଣ୍ଡର ବ୍ରିଟିଶ ତୋପ ବ୍ୟବହୃତ ହେଉଥିଲା।

ସୋସିଆଲ ମିଡିଆ DPରେ ଜାତୀୟ ପତାକା ଫଟୋ ଲଗାଇକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

ଉଲ୍ଲେଖଯୋଗ୍ୟ ଯେ ପତାକା ଉତ୍ତୋଳନ କାଳରେ ଜାତୀୟ ସଙ୍ଗୀତ ଗାନର ୫୨ ସେକେଣ୍ଡ ପର୍ଯ୍ୟନ୍ତ ୧୦୫ ଏମଏମ ଇଣ୍ଡିଆନ ଫିଲ୍ଡ ଗନ ୨୧ ରାଉଣ୍ଡ ଫାୟାର କରିବ। ଗତବର୍ଷ ଶେଷ ଥର ବ୍ରିଟିଶ ପାଉଣ୍ଡର ଗନ ୨୧ ତୋପ ସଲାମୀ ଦେଇଥିଲା। ଲାଲ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କାଳରେ ଗତବର୍ଷ ଅଗଷ୍ଟ ୧୫ ତାରିଖ ଦିନ ୨୫ ପାଉଣ୍ଡର ଗନରୁ ୨୦ଟି ଫାୟାର ହୋଇଥିଲା ଓ ଶେଷ ଫାୟାର ୧୦୫ ଏମଏମ୍ ଇଣ୍ଡିଆନ ଫିଲ୍ଡଗନରୁ କରାଯାଇଥିଲା। ତେବେ ଚଳିତବର୍ଷ ୨୧ ତୋପ ସଲାମୀ ଇଣ୍ଡିଆନ ଫିଲ୍ଡଗନରୁ ଦିଆଯିବ।

{"id":830479,"width":841,"height":472,"sizeSlug":"full","linkDestination":"none"}

ବ୍ରିଟିଶ ୨୫ ପାଉଣ୍ଡର ଗନକୁ ପାକିସ୍ତାନ ବିରୋଧରେ ୧୯୪୮, ୧୯୬୫ ଓ ୧୯୭୧ଯୁଦ୍ଧରେ ବ୍ୟବହାର କରାଯାଇଥିଲା। ଏହି ତୋପ ୧୯୬୨ ଚୀନ୍‌ ଯୁଦ୍ଧରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧକାଳରେ ମଧ୍ୟ ଏହି ତୋପ ଅନେକ ଦେଶରେ ମୋର୍ଚ୍ଚା ସମ୍ଭାଳିଥିଲା। ତେବେ ୯୦ ଦଶକ ପ୍ରାରମ୍ଭରେ ସେନାରୁ ଏହି ତୋପକୁ ଅବସର ଦିଆଯିବା ଆରମ୍ଭ ହୋଇଥିଲା। ଏହାର ସ୍ଥାନ ୧୦୫ ଏମଏମ ଇଣ୍ଡିଆନ ଫିଲ୍ଡ ଗନ ନେବା ଆରମ୍ଭ କରିଥିଲା। 

ଗଲୱାନ ସଂଘର୍ଷ ପରେ LACରେ ବଢିଥିଲା ସୈନ୍ୟ ମୁତୟନ, ୬୮ ହଜାର ସୈନିକଙ୍କୁ ପୂର୍ବ ଲଦ୍ଦାଖରେ ପହଞ୍ଚାଇଥିଲା ବାୟୁସେନା

ଏହି ତୋପର ଗୋଳା ୨୫ ପାଉଣ୍ଡ ଓଜନର ଥିଲା। ଏଣୁ ଗୋଳାର ଓଜନ ଅନୁସାରେ ଏହାର ନାମକରଣ କରାଯାଇଥିଲା। ଏହି ତୋପ ୮୮ ଏମଏମ କାଲିବରର। ଭାରତୀୟ ସେନାରୁ ଏହି ତୋପ ଅବସର ନେବା ପରେ ୨୫ ପାଉଣ୍ଡର ଗନ ୟୁନିଟିଗୁଡିକୁ ସମାରୋହ କାଳରେ ବ୍ୟବହାର କରାଯାଉଥିଲା। ଏହି ତୋପ ସ୍ୱାଧୀନତା ଦିବ, ଗଣତନ୍ତ୍ର ଦିବସ ଭଳି ସରକାରୀ ଉତ୍ସବ ସମେତ ଅନ୍ୟ ଦେଶ ମୁଖ୍ୟଙ୍କ ଭାରତ ଗସ୍ତ କାଳରେ ସେମାନଙ୍କ ସମ୍ମାନରେ ସଲାମୀ ଦେବା ନିମନ୍ତେ ବ୍ୟବହାର ହେଉଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.