ମହିଳାଙ୍କ ଉପସ୍ଥିତ ବୁଦ୍ଧିକୁ ସଲାମ, ପିନ୍ଧିଥିବା ଲାଲ୍‌ ଶାଢୀକୁ ଖୋଲି ରେଳ ଟ୍ରାକ୍‌ରେ ଟାଙ୍ଗିଲେ

Published By : Prameya-News7 Bureau | April 05, 2022 IST

ଦୁର୍ଘଟଣା କେବେବି ଆସିପାରେ। କେତେବେଳେ ନିଜର ଭୁଲ୍‌ ତ କେତେବେଳେ କିଛି ଟା ପରିସ୍ଥିତିକୁ ନେଇ ମଣିଷ ସାମ୍ନା କରେ ଦୁର୍ଘଟଣା। କିନ୍ତୁ ସମ୍ଭାବ୍ୟ ଦୁର୍ଘଟଣାକୁ ଟାଳିପାରୁଥିବା ମଣିଷ ଭଗବାନଙ୍କ ଦୂତ ସଦୃଶ୍ୟ। ସେମିତି ଜଣେ ଭଗବାନଙ୍କ ଦୂତ ସାଜିଛନ୍ତି ୭୦ ବର୍ଷୀୟ ମହିଳା। ସେ ଉତ୍ତରପ୍ରଦେଶର ଓମାବତି। ରେଳ ଟ୍ରାକ୍‌ରେ ନିଜ ଲାଲ୍‌ ଶାଢୀ ଟାଙ୍ଗି ଦୁର୍ଘଟଣାକୁ ଟାଳିଦେଇଛନ୍ତି ସେ। ତାଙ୍କ ଉପସ୍ଥିତ ବୁଦ୍ଧିକୁ ନେଇ ଚର୍ଚ୍ଚା। ଯାତ୍ରୀଙ୍କ ଜୀବନ ବଞ୍ଚାଇ ଥିବାରୁ ଓମାବତୀଙ୍କ ପାଇଁ ଛୁଟିଛି ପ୍ରଶଂସା।
  
ସେହି ଘଟଣା ଓ ତାର ପରିଣତି ତିଲା ଏମିତି। ସମୟ ସକାଳ ୮ଟା। ବିଲକୁ କାମ କରିବାକୁ ଯାଉଥିଲେ ଓମାବତି। ରେଳ ଧାରଣା ଦେଇ ଯିବା ସମୟରେ ସେ ଦେଖିଲେ ରେଳା ଧାରଣାର ଗୋଟେ ସ୍ଥାନ ଭାଙ୍ଗିଯାଇଛି। ସେହି ରେଳ ଧାରଣା ଦେଇ ଯାତାୟତ କରେ ଏଟା ଜଳେଶ୍ବର ଟୁଡଲା ପାସେଞ୍ଜର। କିନ୍ତୁ କୁସବାହ ନିକଟରେ ରେଳ ଟ୍ରାକ ଭାଙ୍ଗିଯାଇଥିବା ଦେଖିବାକୁ ପାଇଥିଲେ ଓମାବତି। ସେତେବେଳେକୁ ଟ୍ରେନ୍‌ ଆସିବା ସମୟ। ଦୂରରୁ ଟ୍ରେନ୍‌ ଆସୁଥିବାର ଦେଖି  ଓମାବତି କଣ କରିବେ କିଛି ଚିନ୍ତା କରିପାରିନଥିଲେ। ପ୍ରଥମେ ଟ୍ରେନ୍‌ ଟ୍ରାକ ଉପରେ ଠିଆ ହୋଇ ସେ ଲୋକୋ ପାଇଲଟଙ୍କୁ ଶାଢୀ ଦେଖାଇ ଅଟକାଇବାକୁ ଚେଷ୍ଟା କଲେ। ଏହାପରେ ରେଳ ଟ୍ରାକର ଦୁଇ ପଟେ ଦୁଇଟି ବାଡି ପୋତି ପିନ୍ଧିଥିବା ଲାଲ୍‌ ଶାଢୀକୁ ଖୋଲି ଟାଙ୍ଗିଦେଲେ।

 ରେଳ ଧାରଣା ଉପରେ ଲାଲ୍‌ ଶାଢୀକୁ ଦେଖି ଲୋକୋ ପାଇଲଟ ମହିଳାଙ୍କ ସଂକେତକୁ ବୁଝିପାରିଥିଲେ। ଭଙ୍ଗା ଯାଇଥିବା ଟ୍ରାକ୍‌ ପର୍ଯ୍ୟନ୍ତ ପହଞ୍ଚିବା ପୂର୍ବରୁ ଟ୍ରେନ୍‌କୁ ଅଟକାଇଦେଇଥିଲେ। ଟ୍ରେନ୍‌ ଅଟକିବା ପରେ କିଛି ଯାତ୍ରୀ ବାହାରକୁ ଆସି ଓମାବତିଙ୍କର ପ୍ରଶଂସା କରିଥିଲେ। ଏଥିସହ ଲୋକ ପାଇଲଟ୍‌ ଜଣଙ୍କ ଆସି ଓମାବତିଙ୍କୁ ଖୁସିରେ ୧୦୦ଟଙ୍କା ଧରେଇଦେଇଥିଲେ. ।

ସଚିନ କୌଶିକ ନାମକ ଜଣେ ପୋଲିସ୍‌ ଅଧିକାରୀ ଏ ଘଟଣା ସମ୍ପର୍କରେ ଟ୍ବିଟରରେ ସେୟାର କରି ଓମାବତିଙ୍କର ଢେର୍‌ ପ୍ରଶଂସା କରିଛନ୍ତି। ଏଥିସହ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ଓମାବତିଙ୍କୁ କରିଛନ୍ତି ଜୋର ପ୍ରଶଂସା। ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଓମାବତିଙ୍କ କାହାଣୀ ଶେୟାର କରି ତାଙ୍କୁ ସାବାସୀ ଦେଇଛନ୍ତି। ଓମାବତୀ ସତରେ ଭଗବାନଙ୍କ ଦୂତ।

wp:embed {"url":"https://www.youtube.com/watch?v=xwigxvFsaEw","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=xwigxvFsaEw
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.