ଫ୍ଲାଏ ଓଭରବ୍ରିଜ୍‌ରେ ଯାଉଥିବା ବାଇକ୍ ଆରୋହୀ ହୋଇଯାଆନ୍ତୁ ସତର୍କ, ଆରମ୍ଭ ହେଲା ଜୋରଦାର ଚେକିଂ

Published By : Prameya-News7 Bureau | June 18, 2019 IST

ଭୁବନେଶ୍ବର ୧୮|୬: ଦିନକୁ ଦିନ ରାଜଧାନୀରେ ବଢି ଚାଲିଛି ଦୁର୍ଘଟଣା । ବିଶେଷ କରି ଭୁବନେଶ୍ଵର ଫ୍ଲାଏ ଓଭରବ୍ରିଜରେ ବାରମ୍ବାର ଘଟୁଥିବା ସଡ଼କ ଦୁର୍ଘଟଣା ଏଡ଼ାଇବା ପାଇଁ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ଆଜିଠୁ ଭୁବନେଶ୍ଵରରେ ଫ୍ଲାଏଓଭର ବ୍ରିଜ ରେ କଟକଣା ଜାରି କରିଛି ପ୍ରଶାସନ। ବରମୁଣ୍ଡାରୁ ରସୁଲଗଡ଼ ବ୍ରିଜ୍ ଉପରେ ଆଜିଠୁ ବାଇକ୍ ଚାଳକଙ୍କୁ ବିନା ହେଲମେଟରେ  ଯାତ୍ରା କରିବାକୁ ଦିଆଯିବନାହିଁ । ଏନେଇ ଜୋରଦାର ଚେକିଂ ଆରମ୍ଭ କରାଯାଇଛି । ବରମୁଣ୍ଡା ଫ୍ଲାଏ ଓଭରରେ ଚେକିଂ ଆରମ୍ଭ କଲା ଓଏମଭିଡି । ଫ୍ଲାଏ ଓଭରରେ ବିନା ହେଲମେଟ୍ ରେ ଯାଉଥିବା ବ୍ୟକ୍ତିଙ୍କୁ ଧରିବ ଓଏମଭିଡି ।

ସେହିଭଳି ଫ୍ଲାଏ ଓଭର ବ୍ରିଜ୍ ଉପରେ ସ୍ପିଡ୍ ବାଇକ୍ ଆରୋହୀଙ୍କ ଉପରେ କଟକଣା ମଧ୍ୟ ଲାଗୁ ହୋଇଛି । ରାସ୍ତାରେ ଅଧିକ ସାଉଣ୍ଡ କରୁଥିବା ହର୍ଣ୍ଣ ଉପରେ ମଧ୍ୟ କଟାକଣା ଜାରିକରାଯାଇଛି ।

ଫ୍ଲାଏ ଓଭରବ୍ରିଜ୍ ଉପରେ କଡ଼ା ଚେକିଂ କରାଯିବ । ମାସକ ପାଇଁ ଏହି କଟକଣା ଲାଗୁ କରାଯାଇଛି । ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ । ଏ ନେଇ ଜିଲ୍ଲାପାଳ, ଆରଟିଓ ଓ ଟ୍ରାଫିକ ଏସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ୩୦ଦିନ ମଧ୍ୟରେ ୩୫ଜଣ ବାଇକ୍ ଆରୋହୀଙ୍କର ଫ୍ଲାଏ ଓଭରବ୍ରିଜ୍ ଉପରେ ଦୁର୍ଘଟଣାରୁ ମୃତ୍ୟୁ ହୋଇଛି । ପିତାପଲ୍ଲୀଠାରୁ ପାହାଳ ପର୍ଯ୍ୟନ୍ତ ଫ୍ଲାଏ ଓଭରବ୍ରିଜ୍ ରେ ମୃତ୍ୟୁ ହୋଇଛି । ଫ୍ଲାଏ ଓଭରବ୍ରିଜ୍ ଉପରେ ବଢୁଥିବା ଦୁର୍ଘଟଣାକୁ ଦେଖି ଓଏମଭିଡି ଏଭଳି ପଦକ୍ଷେପ ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.