ଭାରତକୁ ଆସି ସାରିଛି ଆମେରିକାରେ ବିତ୍ପାତ ରଚିଥିବା କୋଭିଡ ଭାରିଆଣ୍ଟ XBB.1.5, ଜାଣନ୍ତୁ କେଉଁଠି?

Published By : Prameya-News7 Bureau | January 01, 2023 IST

ନୂଆଦିଲ୍ଲୀ ୧।୧: ବିଶ୍ୱରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଭାରତରେ ମଧ୍ୟ ଉଦବେଗ ବଢିଛି। ଚୀନ୍‌ରେ ଓମିକ୍ରନର ସବ୍ ଭାରିଆଣ୍ଟ ବିଏଫ.୭ ପ୍ରକୋପ କରୁଥିବା ବେଳେ ଭାରତରେ କୋରନାର ନୂଆ ଭାରିଆଣ୍ଟ ଏକ୍ସବିବି.୧.୫ ପହଞ୍ଚି ସାରିଲାଣି। ଭାରତୀୟ ସାର୍ସକୋଭ-୨ ଜିନୋମିକ୍ସ କନସୋର୍ଟିୟମ (ଆଇଏନଏସଏସିଓଜି)ଙ୍କ ତଥ୍ୟ ମୁତାବକ ଏକ୍ସବିବି.୧.୫ ଡିସେମ୍ବରରେ ଭାରତକୁ ଆସି ସାରିଛି। ଏହି ଭାରିଆଣ୍ଟର ପ୍ରଥମ ମାମଲା ଗୁଜରାଟରେ ମିଳିଛି। କରୋନାର ନୂଆ ଭାରିଆଣ୍ଟ ବିଏଫ.୭ରେ ନୂଆ କରି ଆସିଥିବା ସବ୍ ଭାରିଆଣ୍ଟ ଏବେ ଚିନ୍ତାର କାରଣ ପାଲଟିଛି। ଏହି ଭାରିଆଣ୍ଟର ସବୁଠୁ ଅଧିକ ମାମଲା ଏବେ ଆମେରିକାରେ ପ୍ରକୋପ କରୁଛି।

{"id":727889,"width":840,"height":473,"sizeSlug":"full","linkDestination":"none"}

ଏକ୍ସବିବି.୧.୫ ଓମିକ୍ରନର ଏକ ସବ ଭାରିଆଣ୍ଟ। ଆମେରିକାରେ ଏହି ଭାରିଆଣ୍ଟର ପ୍ରକୋପ ଜାରି ରହିଛି। ଏହି ଭାରିଆଣ୍ଟ ୧୨୦ ପ୍ରତିଶତ ଅଧିକ ସଂକ୍ରମଣ ହେଉଛି। ଏକ୍ସବିବି ଓମିକ୍ରନ ସବ ଭାରିଆଣ୍ଟର ଏକ ହାଇବ୍ରିଡ ଭାରିଆଣ୍ଟ। ଯାହା ପ୍ରାକୃତିକ ଇମ୍ୟୁନିଟି ସାଙ୍ଗକୁ ଟିକା ଦ୍ୱାରା ହାସଲ ଇମ୍ୟୁନିଟିକୁ ମଧ୍ୟ ବାଇପାସ କରି ଯାଉଛି।ଏଣୁ ଭୂତାଣୁର ଏହି ଭାରିଆଣ୍ଟରେ ସଂକ୍ରମିତ ହେଲେ ଆକ୍ରାନ୍ତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି ହେବାକୁ ଆମେରିକାରେ ପରାମର୍ଶ ଦିଆଯାଉଛି। ଏକ୍ସବିବି.୧.୫ ଯାହା ବିଏ.୨.୧୦.୧ ଓ ବିଏ.୨.୭୫ସହ ମିଶି ତିଆରି ହୋଇଛି। ଏହା ଆମେରିକା ଓ ଭାରତ ବ୍ୟତୀତ ବିଶ୍ୱର ୩୪ଟି ଦେଶରେ ଏବେ ବ୍ୟାପୁଛି।

{"id":727890,"width":839,"height":469,"sizeSlug":"full","linkDestination":"none"}

ଏହି ଭାରିଆଣ୍ଟ ଓମିକ୍ରନ ପରିବାରର ସବୁ ଭାରିଆଣ୍ଟ ତୁଳନାରେ ଅଧିକ ବିପଦଜନକ। ଗୁଜରାଟରେ ବିଏଫ.୭ରେ ଆକ୍ରାନ୍ତ କରୋନା ପେସେଣ୍ଟର ସାମ୍ପଲ ଜିନୋମ ସିକ୍ୱେନସିଂ ପରେ ଓମିକ୍ରନର ଏକ୍ସବିବି.୧.୫ ଭାରିଏଣ୍ଟ ସମ୍ପର୍କରେ ଜଣାପଡିଥିଲା। ଏକ୍ସପର୍ଟ ଏହାକୁ ସୁପର ଭାରିଏଣ୍ଟ ବୋଲି କହୁଛନ୍ତି। ଆମେରିକା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଆମେରିକାରେ ବ୍ୟାପୁଥିହା କୋଭିଡ-୧୯ର ୪୦ ପ୍ରତିଶତରୁ ଅଧିକ ମାମଲା ଏକ୍ସବିବିର ବୋଲି କହିଛନ୍ତି। ଏକ୍ସବିବି.୧.୫ ନା କେବଳ ଆଣ୍ଟିବଡିକୁ ପ୍ରଭାବିତ କରୁଛି ଏହାକୁ ଦୁର୍ବଳ ମଧ୍ୟ କରୁଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.