scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅର୍ଥବ୍ୟବସ୍ଥା ଉପରେ ଓମିକ୍ରନର ପ୍ରଭାବ, ଚତୁର୍ଥ ତ୍ରୈମାସରେ ୫ ପ୍ରତିଶତ ତଳକୁ ଖସିଲା ଜିଡିପି

31/05/2022 at 7:13 PM

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୧-୨୨ର ଚତୁର୍ଥ ତ୍ରୈମାସରେ ସରକାରଙ୍କୁ ଲାଗିଲା ଝଟକା।  ଜାନୁଆରୀ-ମାର୍ଚ୍ଚ ତ୍ରୈମାସରେ ଦେଶର ଘରୋଇ ସକଳ ଉତ୍ପାଦ(ଜିଡିପି) ୪.୧ ପ୍ରତିଶତ ରହିଛି। ଅର୍ଥାତ ଦେଶର ଅଭିବୃଦ୍ଧି ହାର ୫ ପ୍ରତିଶତ ତଳକୁ ଖସିଛି। ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ଭାରତର ଜିଡିପି ୫.୪ ପ୍ରତିଶତ ରହିଥିଲା। ପୂରା ଆର୍ଥିକ ବର୍ଷ ୨୦୨୧-୨୨ ଉପରେ ନଜର ପକାଇଲେ ଦେଶର ଅଭିବୃଦ୍ଧି ହାର ୮.୭ ପ୍ରତିଶତ ରହିଛି।

ଆର୍ଥିକ ବର୍ଷ ୨୦୨୧-୨୨ରେ ଚତୁର୍ଥ ତ୍ରୈମାସର ଜିଡିପି ସବୁଠୁ ଦୁର୍ବଳ ରହିଛି। ପ୍ରଥମ ତ୍ରୈମାସରେ ବିକାଶ ହାର ୨୦.୧ ପ୍ରତିଶତ, ଦ୍ଵିତୀୟ ତ୍ରୈମାସର ୮.୪ ପ୍ରତିଶତ ଏବଂ ତୃତୀୟ ତ୍ରୈମାସର ଦେଶର ଅଭିବୃଦ୍ଧିହାର ୫.୪ ପ୍ରତିଶତ ରହିଥିଲା। ଏହା ତୂଳନାରେ ଚତୁର୍ଥ ତ୍ରୈମାସରେ ଅଭିବୃଦ୍ଧିହାର ୪.୧ ପ୍ରତିଶତ ରହିଛି।

ଓମିକ୍ରନ ଏବଂ ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ କାରଣରୁ ଚଳିତ ତ୍ରୈମାସରେ ଅଭିବୃଦ୍ଧିହାର ମନ୍ଥର ରହିଛି। ପ୍ରଭାବରେ ଚତୁର୍ଥ ତ୍ରୈମାସରେ ଦେଶର ବିକାଶ ହାରରେ ହ୍ରାସ ଦେଖିବାକୁ ମିଳିଛି। ତଥାପି ଦେଶର ଜିଡିପି ବୃଦ୍ଧି  ଘଟି ୪୦.୭୮ ଲକ୍ଷ କୋଟିରେ ପହଞ୍ଚିଛି। ଗତ ୨୦୨୦-୨୧ ଚତୁର୍ଥ ତ୍ରୈମାସରେ ଏହା ୩୯.୧୮ ଲକ୍ଷ କୋଟି ଟଙ୍କାରେ ଥିଲା।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ତରଫରୁ ଜାରି ତଥ୍ୟ ମୁତାବକ, ଚତୁର୍ଥ ତ୍ରୈମାସରେ ମ୍ୟାନୁଫେକଚରିଂ ସେକ୍ଟରର ଅଭିବୃଦ୍ଧି ବିଯୁକ୍ତ ୦.୨ ପ୍ରତିଶତ ରହିଛି। ଗତ ବର୍ଷ ସମାନ ଅବଧିରେ ଏହା ୬.୯ ପ୍ରତିଶତ ରହିଥିଲା। କୃଷି କ୍ଷେତ୍ରରେ ବିକାଶ ହାର ୪.୧ ପ୍ରତିଶତ ରହିଛି, ଯାହା ଗତ ବର୍ଷ ସମାନ ଅବଧିରେ ୩.୧ ପ୍ରତିଶତ ରହିଥିଲା। ନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ହାର ୨ ପ୍ରତିଶତ ରହିଥିବା ବେଳେ ଗତ ବର୍ଷ ଏହି ତ୍ରୈମାସରେ ୧୪.୫ ପ୍ରତିଶତ ରହିଥିଲା। ଅର୍ଥାତ ଚତୁର୍ଥ ତ୍ରୈମାସରେ କୃଷି କ୍ଷେତ୍ରର ବିକାଶହାର ଚିନ୍ତାଜନକ ରହିଛି।

ଅପରପକ୍ଷେ ବାଣିଜ୍ୟ, ହୋଟେଲ୍, ପରିବହନ, ଯୋଗାଯୋଗ ଏବଂ ପ୍ରସାରଣ ସଂପର୍କିତ ସେବାରେ ସୁଧାର ଦେଖିବାକୁ ମିଳିଛି। ଏହି ସେକ୍ଟରରେ ୫.୩ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିବା ବେଳେ ଗତ ବର୍ଷ ସମାନ ଅବଧିରେ ଏହି ସେକ୍ଟରର ବିକାଶ ହାର ବିଯୁକ୍ତ ୨.୫ ପ୍ରତିଶତ ରହିଥିଲା। ଏହି ପରି ଫାଇନାନସିଆଲ, ରିଏଲ ଏଷ୍ଟେଟ୍ ଏବଂ ପ୍ରୋଫେସନଲା ସର୍ଭିସରେ ଅଭିବୃଦ୍ଧି ହାର ୪.୫ ପ୍ରତିଶତ ରହିଛି।

   Related Posts