ଓଡ଼ିଶାରେ କରୋନାର ନୂଆ ଭାରିିଆଣ୍ଟ୍‌ ଚିହ୍ନଟ, ଓମିକ୍ରନର ସବ୍‌ ଭାରିଆଣ୍ଟ୍‌ BF.7ରେ ଜଣେ ଆକ୍ରାନ୍ତ

Published By : Prameya-News7 Bureau | December 21, 2022 IST

ଭୁବନେଶ୍ୱର ,୨୧/୧୨: ଓଡ଼ିଶାରେ କରୋନାର ନୂଆ ଭାରିିଆଣ୍ଟ୍‌ ଚିହ୍ନଟ ହୋଇଛି । ଓମିକ୍ରନର ସବ୍‌ ଭାରିଆଣ୍ଟ୍‌ BF.7 ଓଡ଼ିଶାରୁ ଚିହ୍ନଟ କରାଯାଇଛି । ବର୍ତ୍ତମାନ ଏହି ଘାତକ BF.7 ଭାରିଏଣ୍ଟ ଚୀନରେ ଆତଙ୍କ ସୃଷ୍ଟି କରିଛି । ଏନେଇ ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଓଡ଼ିଶାରେ BF.7ର ଗୋଟିଏ ମାମଲା ଚିହ୍ନଟ ହୋଇଥିବା ବେଳେ ଗୁଜୁରାଟରେ ୨ BF.7 ଭୂତାଣୁ ମାମଲା ଚିହ୍ନଟ ହୋଇଛି।

ସୂଚନା ଥାଉକି, ବର୍ତ୍ତମାନ ଚୀନରେ ଭୟଙ୍କର ଭାବରେ କରୋନା ବ୍ୟପିବାରେ ଲାଗିିଛି । BF.7 ନାମକ ନୂଆ ଭ୍ୟାରିଏଣ୍ଟ ଯୋଗୁ ଚୀନରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ଏନେଇ ଚୀନ ସରକାର ଚିନ୍ତାରେ ଥିବା ବେଳେ ଏବେ ଭାରତ ସରକାର ବି ଚିନ୍ତାରେ ପଡ଼ିଲେଣି। କାରଣ ଚୀନରେ ଉତ୍ପାତ କରୁଥିବା ଏହି BF.7 ଭ୍ୟାରିଏଣ୍ଟ ଏବେ ଭାରତରେ ଚିହ୍ନଟ ହୋଇଛି। ଯାହାକୁ ନେଇ ଭାରତ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି। ଯଦି ଚୀନ ଭଳି ଅବସ୍ଥା ହେବ ତେବେ ଭାରତର ସ୍ଥିତି ସାଂଘାତିକ ହୋଇଯାଇପାରେ ବୋଲି ଆଶଙ୍କା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.