ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଚିହ୍ନଟ ହେଲା ଓମିକ୍ରନର ଆଉ ଏକ ଘାତକ ଭାରିଆଣ୍ଟ୍ : ଇସ୍ରାଏଲ ବୈଜ୍ଞାନିକଙ୍କ ଦାବି ପରେ ବଢିଲା ଚିନ୍ତା

4/07/2022 at 1:51 PM

ନୂଆଦିଲ୍ଲୀ, ୦୪/୦୭: ଭାରତର ୧୦ଟି ରାଜ୍ୟରେ ଓମିକ୍ରନ୍‌ର ଏକ ନୂଆ ଭାରିଆଣ୍ଟ ବିଏ.୨.୭୫ ଠାବ ହୋଇଥିବା ରବିବାର ଇସ୍ରାଏଲ୍‌ର ଜଣେ ବିଶେଷଜ୍ଞ ଦାବି କରିଛନ୍ତି । କିନ୍ତୁ ଏ ବାବଦରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କିଛି କୁହାଯାଇ ନାହିଁ ।

ଇସ୍ରାଏଲ୍‌ର ତେଲ୍‌ ହାସୋମେରସ୍ଥିତ ସେବା ମେଡିକାଲ ସେଣ୍ଟରର ସେଣ୍ଟ୍ରାଲ ଭାଇରୋଲୋଜି ଲାବୋରେଟୋରିର ଡା. ଶୟ ଫ୍ଲେସନ୍‌ କହିଛନ୍ତି ୮ଟି ଦେଶ ପକ୍ଷରୁ ଜେନୋମିକ ଡାଟାର ଏକ ଓପନ-ସୋର୍ସ ପ୍ଲାଟଫର୍ମ ‘ନେକ୍ସଟଷ୍ଟ୍ରେନ୍‌’ରେ ୮୫ ସିକ୍ୱେନ୍ସ ଅପ୍‌ଲୋଡ୍‌ କରାଯାଇଛି । ଭାରତରୁ ଏଥିରେ ୬୯ଟି ରହିଛି ।

ସେଥିମଧ୍ୟରେ ଦିଲ୍ଲୀରେ ୧, ହରିଆଣାର ୬, ହିମାଚଳ ପ୍ରଦେଶର ୩, ଜମ୍ମୁର ୧, କର୍ଣ୍ଣାଟକର ୧୦, ମଧ୍ୟପ୍ରଦେଶର ୫, ମହାରାଷ୍ଟ୍ରର ୨୭, ତେଲଙ୍ଗାନର ୨, ଉତ୍ତରପ୍ରଦେଶର ୧ ଓ ପଶ୍ଚିମବଙ୍ଗର ୧୩ଟି ସିକ୍ୱେନ୍ସ ରହିଛି । ଭାରତ ବ୍ୟତୀତ ଆଉ ୭ଟି ଦେଶ ଯଥା ଜାପାନ, ଜର୍ମାନୀ, ବ୍ରିଟେନ୍‌, କାନାଡ଼ା, ଆମେରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏହି ନୂଆ ଷ୍ଟ୍ରେନ୍‌ ନେଇ ରିପୋର୍ଟ ଦେଇଛନ୍ତି । ଏହା ଚିନ୍ତାଜନକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏପରିକି ପୂର୍ବରୁ ସଂକ୍ରମିତ ହୋଇସାରିଥିବା କିମ୍ବା ଉଭୟ ଡୋଜ୍‌ ଟିକା ନେଇଥିବା ବ୍ୟକ୍ତିମାନେ ମଧ୍ୟ ଏହି ଭାଇରସ୍‌ରେ ସଂକ୍ରମିତ ହେବାର ଆଶଙ୍କା ରହିଥିବା କୁହାଯାଉଛି । ତେବେ ବିଏ.୨.୭୫ କେତେ ସଂକ୍ରମଣକ୍ଷମ ଓ ଆଗକୁ ଏହା ସଂକ୍ରମଣ ବଢ଼ାଇବ କି ନାହିଁ ତାହା ଉପରେ ପରୀକ୍ଷା କରାଯାଉଛି । ଖୁବଶୀଘ୍ର ଏହା ଜଣାପଡିବ । ପୂର୍ବରୁ ଓମାଇକ୍ରନର ସବ୍‌ ଭାରିଆଣ୍ଟ ବିଏ.୧, ବିଏ.୨, ବିଏ.୩, ବିଏ.୪ ଓ ବିଏ.୫ ଚିହ୍ନଟ ହୋଇଥିଲା ।

   Related Posts