କରୋନାର ଶେଷ ଭାରିଏଣ୍ଟ ନୁହେଁ ‘ଓମିକ୍ରନ’! ସତର୍କତା ଜାରି କଲେ WHO, କହିଲେ ଏବେବି ସମାପ୍ତ ହୋଇନି ମହାମାରୀ

Published By : Prameya-News7 Bureau | March 20, 2022 IST

ଜେନେଭା ୨୦।୩: କରୋନାର ପରୀକ୍ଷଣ ହ୍ରାସ କରିଦିଆଯିବା ଘଟଣାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଗଭୀର ଚିନ୍ତାପ୍ରକଟ କରିଛନ୍ତି। ଭୂତାଣୁ ଓ ଏହାର ଭାରିଏଣ୍ଟ ଓମିକ୍ରନକୁ ନେଇ ତିନିପ୍ରକାର ଭ୍ରମାତ୍ମକ ଧାରଣାକୁ ଡବ୍ଲୁଏଚଓ ରେଖାଙ୍କିତ କରିଛନ୍ତି। କୋଭିଡ-୧୯ ଟେକେନିକାଲ ଲିଡ୍ ମାରିଆ ଭାନ କେରଖୋଭ ଭାଇରସ ଏବଂ ଓମିକ୍ରନକୁ ନେଇ ବହୁମାତ୍ରାରେ ଭୁଲ ସୂଚନା ବ୍ୟାପୁଥିବାର କହିଛନ୍ତି। ଫଳରେ ଲୋକେ ଭ୍ରମରେ ପଡିଛନ୍ତି।  ଏଥିରେ ଓମିକ୍ରନ ଏକ ହାଲୁକା ସଂକ୍ରମଣ ଭାବିବା ସବୁଠାରୁ ବଡ ଭ୍ରମ ବୋଲି ସେ କହିଛନ୍ତି।

{"id":602789,"sizeSlug":"full","linkDestination":"none"}

 କରୋନାର ଏହା ଶେଷ ଭାରିଏଣ୍ଟ ବୋଲି ପ୍ରଚାର ମଧ୍ୟ ଏହିପରି ଏକ ଭ୍ରମ ବୋଲି କହିଛନ୍ତି ମାରିଆ। କରୋନାର ଏହା ଶେଷ ଭାରିଏଣ୍ଟ ନୁହେଁ କି ଓମିକ୍ରନ ମାରକ ନୁହେଁ ଭାବିବା ଏବେକା ସମୟର ସବୁଠୁ ବଡ଼ ମୁର୍ଖାମୀ ବୋଲି ସେ କହିଥିବା ବେଳେ ବ୍ୟାପକ ସତର୍କତା ଅବଲମ୍ବନ ଉପରେ ଗୁରୁତ୍ୱ ଦେଇଛନ୍ତି। ତେବେ ସବୁଠୁ ବଡ ଭୁଲ ସୂଚନା ଯାହା ବ୍ୟାପୁଛି ତାହା ହେଉଛି କରୋନା ପେଣ୍ଡାମିକ ସମାପ୍ତ ହୋଇଯିବା। ଏହି ସବୁ କାରଣରୁ ଲୋକେ ଭ୍ରମିତ ହେଉଥିବା ବେଳେ ଅନେକ ସ୍ଥାନରେ କୋଭିଡ ପ୍ରୋଟକଲର ମଧ୍ୟ ପାଳନ ହେଉ ନାହିଁ ବୋଲି ସେ କହିଛନ୍ତି।

ଏପରି ତ୍ରୁଟିପୂର୍ଣ୍ଣ ସୂଚନା କାରଣରୁ ସାରା ବିଶ୍ୱରେ କରୋନା ପରୀକ୍ଷଣ ମଧ୍ୟ ହ୍ରାସ ହୋଇଛି। ଏହା ସତ୍ତ୍ୱେ ବି ହୋଇଥିବା ପରୀକ୍ଷଣରେ ସାରା ବିଶ୍ୱରେ ୧୧ ନିୟୁତରୁ ଅଧିକ ଲୋକେ କରୋନା ପଜିଟିଭ ଚିହ୍ନଟ ହେବା ବାସ୍ତବିକ ଚିନ୍ତାଜନକ ବୋଲି ମାରିଆ କହିଛନ୍ତି। ଏବେ ବିଶ୍ୱରେ କରୋନା ସଂକ୍ରମଣ ହାର ୮ ପ୍ରତିଶତ ବଢିଥିବା ବେଳେ ଡବ୍ଲୁଏଚଓ ଟ୍ରାକିଂ ମଧ୍ୟ କରିପାରୁ ନାହାନ୍ତି। ଟେଷ୍ଟିଂ କମି ଯାଇଥିବାରୁ ଅନେକ ପଜିଟିଭଙ୍କୁ ମଧ୍ୟ ଟ୍ରେସ କରାଯାଇ ପାରୁନି।

{"id":602791,"sizeSlug":"full","linkDestination":"none"}

ଏଣୁ କରୋନା ଲାଗି ସାରା ବିଶ୍ୱରେ ଏକ ମଜଭୁତ ଦେଖରେଖ ପ୍ରଣାଳୀର ଏବେବି ଆବଶ୍ୟକତା ଥିବା ଓ ଏଥିଲାଗି ଟେଷ୍ଟିଂ ବଢାଇବା ମଧ୍ୟ ଜରୁରି ବୋଲି କହିଛନ୍ତି। ସେ କହିଛନ୍ତି ଯେ ଓମିକ୍ରନ ସମେତ ଅନ୍ୟ ଗୁରୁତର ସଂକ୍ରମଣ ଓ ଏଥିଯୋଗୁ ହେଉଥିବା ମୃତ୍ୟୁ ଟିକାକରଣ ନ କରାଯିବା ଯୋଗୁ ହେଉଛି। କୌଣସି ପ୍ରକାର କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ଟିକାକରଣ ସବୁଠୁ ଅଧିକ ଜରୁରି ବୋଲି ସେ କହିଛନ୍ତି। କରୋନାରେ କେବଳ ସେହିମାନଙ୍କର ମୃତ୍ୟୁ ହେଉଛି ଯେଉଁମାନେ ଟିକାକରଣ କରି ନାହାନ୍ତି ଅଥବା ଗୋଟିଏ ଡୋଜ ନେଇ ଅଟକି ଯାଇଛନ୍ତି। ଏଣୁ ଟିକା କୋର୍ସ ସମାପ୍ତ କରିବା ସମସ୍ତଙ୍କ ଲାଗି ଜରୁରି ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.