ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଦିଲ୍ଲୀର ଆଉ ୧୦ କୋଭିଡ୍ ଆକ୍ରାନ୍ତଙ୍କଠାରେ ଓମିକ୍ରନ ଭାରିଆଣ୍ଟ, ୯୭ରେ ପହଁଚିଲା ସଂଖ୍ୟା

17/12/2021 at 12:10 PM

ନୂଆଦିଲ୍ଲୀ,୧୭/୧୨:  ଦେଶରେ କରୋନାର ଓମିକ୍ରନ ଭାରିଆଣ୍ଟ ଆତଙ୍କ ଖେଳାଇବାରେ ଲାଗିଛି । ନୂଆଦିଲ୍ଲୀରେ ଆଉ ୧୦ ଓମିକ୍ରନ ଆକ୍ରାନ୍ତ ଚିଗ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭ରେ ପହଁଚିଛି ।

ସୂଚନାନୁସାରେ, ଦିଲ୍ଲୀରେ ନିକଟରେ ୪୦ ଆକ୍ରାନ୍ତଙ୍କ ନମୁମା ଜିନୋମ୍ ସିକ୍ୟୋନ୍ସିଂ ପାଇଁ ପଠାଯାଇଥିଲା । ଏହା ମଧ୍ୟରୁ ୧୦ଟିରେ ଓମିକ୍ରନ୍ ଥିବା ଜଣାପଡିଛି । ଏହାସହ କେବଳ ଦିଲ୍ଲୀରେ ୨୦ ଜଣ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି ।

ଏବେ ସୁଦ୍ଧା ଦେଶରେ ମୋଟ ୯୭ଟି ମାମଲା ସାମ୍ନାକୁ ଆସିସାରିଛି । ଏହି କ୍ରମରେ ଗୁରୁବାର ହାଇଦ୍ରାବାଦରୁ ୪ ଜଣ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଲେଙ୍ଗାନାରେ ମୋଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଥିବା ବେଳେ କର୍ଣ୍ଣାଟକରେ ଏହି ସଂଖ୍ୟା ରହିଛି ୮ ।

ଦେଶରେ ଓମିକ୍ରନର ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ରରେ ରହିଛି । ଦେଶ​‌ରେ ମୋଟ ୯୭ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ମହାରାଷ୍ଟ୍ରରେ ୩୨ ଜଣ ରହିଛନ୍ତି । ସେହିଭଳି ରାଜସ୍ଥାନରୁ ୧୭ଜଣ, ଦିଲ୍ଲୀରୁ ୨୦ ଜଣ, କେରଳରୁ ୫, ଗୁଜୁରାଟରୁ ୫, କର୍ଣ୍ଣାଟକରୁ ୮ଜଣ, ତେଲେଙ୍ଗାନାରୁ ୬ଜଣ, ପଞ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ଚଣ୍ଡିଗଡରୁ ଜଣେ ଲେଖାଏଁ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

   Related Posts