ମହାରାଷ୍ଟ୍ରରେ ଓମିକ୍ରନ୍‌ ବିସ୍ଫୋରଣ, ଦିନକରେ ସର୍ବାଧିକ ୩୧ ଆକ୍ରାନ୍ତ ଚିହ୍ନଟ

Published By : Prameya-News7 Bureau | December 26, 2021 IST

ମୁମ୍ବାଇ ୨୬/୧୨ : ମହାରାଷ୍ଟ୍ରରେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌ ବିସ୍ଫୋରଣ ଘଟିଛି । ଗୋଟିଏ ଦିନରେ ସର୍ବାଧିକ ୩୧ ନୂଆ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତାର କାରଣ ପାଲଟିଛି । ରବିବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ମୁମ୍ବାଇରୁ ୩୧ ଜଣ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଠାଣେରୁ ୨ ଜଣ, ପୁଣେରୁ ଜଣେ ଏବଂ ଅକୋଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରବିବାର ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ୩୧ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୪୧ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଗତ ୨୪ ଘଣ୍ଟାରେ ମୁମ୍ବାଇରେ ୯୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମହାରାଷ୍ଟ୍ର ସରକାର ନୂଆ ବର୍ଷ ପାଳନ ଉପ​‌ରେ ପ୍ରତିବନ୍ଧକ ଲଗାଇଛନ୍ତି । ରବିବାର ରାତି ୧୨ଟାରୁ ନୂଆ ନିୟମ ଲାଗୁ ହେବ । ସାର୍ବଜୀନକ ସ୍ଥାନମାନଙ୍କରେ ରାତି ୯ଟାରୁ ଭୋର ୬ଟା ଯାଏଁ ନାଇଟ୍‌ କର୍ଫ୍ୟୁ ଲାଗୁକରାଯାଇଛି । ଏହା ସହିତ ଗୋଟିଏ ସ୍ଥାନରେ ୫ଜଣରୁ ଅଧିକ ଏକାଠି ହେବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.