oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଆସୁଛି କି ତୃତୀୟ ଲହର ? ଦେଶରେ ଓମିକ୍ରନ୍ ସଂକ୍ରମିତ ସଂଖ୍ୟା ୪୦୦ ଟପିଲା

25/12/2021 at 11:19 AM

ନୂଆଦିଲ୍ଲୀ ୨୫/୧୨: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ଓମିକ୍ରନ୍ ମାମଲା ୪୧୫କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟାରେ ୧୦୮ଟି ନୂତନ କେସ୍ ରେକର୍ଡ କରାଯାଇଛି । ସେହିଭଲି ଦିଲ୍ଲୀରେ ୭୯, ଗୁଜୁରାଟରେ ୪୩, ତେଲେଙ୍ଗାନାରେ ୩୮, କେରଳରେ ୩୭ ଏବଂ ତାମିଲନାଡୁରେ ୩୪ଟି ନୂଆ କେସ୍ ରହିଛି । ମୋଟ କରୋନାଭାଇରସ ମାମଲାରେ ଭାରତରେ ୭୧୮୯ ନୂତନ ସଂକ୍ରମଣ ଏବଂ ୩୮୭ ଜଣଙ୍କ ମୃତ୍ୟୁ ହୋଇଛି ।

ଗତ ୨୪ ଘଣ୍ଟାରେ ଏହି ନୂଆ କେସ୍ ସାମ୍ନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି ଯେ ବିଶ୍ୱରେ କୋଭିଡ -19 ମାମଲାରେ ଚତୁର୍ଥ ପର୍ଯ୍ୟାୟ ବୃଦ୍ଧି ଘଟିଲାଣି । ଏହା ମଧ୍ୟ ଚେତାବନୀ ଦିଆଯାଇଛି ଯେ, ଡେଲଟା ତୁଳନାରେ ଓମିକ୍ରନ୍ ସଂକ୍ରମଣର ଅଧିକ ବିପଦ ରହିଛି । କେନ୍ଦ୍ର ଦ୍ୱାରା ଭାରତରେ ୧୮୩ ଓମିକ୍ରନ୍ ମାମଲାର ବିଶ୍ଳେଷଣରୁ ଜଣାପଡିଛି ଯେ ଅତ୍ୟଧିକ ବିସ୍ତାରିତ ଓମିକ୍ରନ୍ ପ୍ରକାରରେ ସଂକ୍ରମିତ ୧୦ଜଣଙ୍କ ମଧ୍ୟରୁ ଅତି କମରେ ନଅ ଜଣଙ୍କୁ ସମ୍ପୂର୍ଣ୍ଣ ଟିକାକରଣ ସରିଛଇ ।

ତେଣୁ, କେବଳ ଟିକାକରଣ ପର୍ଯ୍ୟାପ୍ତ ନୁହେଁ ବୋଲି କେନ୍ଦ୍ର ସ୍ପଷ୍ଟ କରିଛି । ସେଥିପାଇଁ ସଂକ୍ରମଣକୁ ମାତ୍ ଦେବାକୁ ବା ଚେନ୍ ବ୍ରେକ କରିବାକୁ ମାସ୍କ ସାମାଜିକ ଦୂରତା ପାଳନ କରିବା କଥା ଆଉ ଥରେ ଦୋହରାଯାଇଛି । ସେପଟେ ଓମିକ୍ରନ୍ ବଢୁଥିବା ମାମଲା ମଧ୍ୟରେ ଉତ୍ତରପ୍ରଦେଶ ଏବଂ ହରିୟାଣା ରାତି ୧୧ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଘୋଷଣା ହୋଇଛି । ଆଜି ରାତିରୁ ଏହି କର୍ଫ୍ୟୁ ଲାଗୁ ହେବ । ଉଭୟ ରାଜ୍ୟରେ, ବିବାହ ୨୦୦ ଜଣଙ୍କୁ ଅନୁମତି ଦିଆଯାଇଥିବାବେଳେ ଭିଡ଼ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

   Related Posts