ବଦଳିଛି ଓମିକ୍ରନ ଭାରିଆଣ୍ଟର ଲକ୍ଷଣ, କୋଭିଡ ନିୟମ କଡାକଡି ପାଳନ ଲାଗି ନିର୍ଦ୍ଦେଶ

Published By : Prameya-News7 Bureau | December 18, 2021 IST

ଭୁବନେଶ୍ୱର ୧୮/୧୨: କରୋନାର ନୂଆ ମ୍ୟୁଟାଣ୍ଟ ଓମିକ୍ରନ ଏବେ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି । ହେଲେ ଏବେ ଏହି ଭାରିଆଣ୍ଟରେ ଲକ୍ଷଣ ବଦଳାଇଛି । ସ୍ମେଲ ଯାଉନି କି ଅଧିକ ଜ୍ୱର କିମ୍ୱା ଥଣ୍ଡା ହେଉନି ବୋଲି ସ୍ପଷ୍ଟ ହୋଇଛି । ଏହାସହ ତଣ୍ଟି ଦରଜ ହେବା ବସିବା ବା ଖିଚ ଖିଚ ଅଧିକ ହେଉଛି ।

ତେବେ ଏହାକୁ ରୋକିବାକୁ ହେଲେ ଟିକା ନେବା, ସାମାଜିକ ଦୂରତା ରଖିବା, ହାତ ଧୋଇବା, ମାସ୍କ ପିନ୍ଧିବା ନିହାତି ଜରୁରୀ । ଏପରିକି ଭିଡ଼ ଜମାଇବା ନାହିଁ, ଗହଳିକୁ ଗଲେ କୋଭିଡ ଅନୁରୂପ ନିୟମ କଡ଼ାକଡ଼ି ମାନନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.