ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ସରକାରୀ ଘର ଏବେ ବିକିବା, ତାପରେ ପୁଣି ମୋଫତ ଜମି ମାଡ଼ିବସିବା : ବସ୍ତିବାସିନ୍ଦା ହିତାଧିକାରୀଙ୍କ ଜବରଦଖଲ ଫଣ୍ଡା ଏମିତି…

25/08/2021 at 2:12 PM

ଭୁବନେଶ୍ୱର ୨୫।୦୮:  ଘର ନାହିଁ ବୋଲି ହିତାଧିକାରୀଙ୍କୁ ସରକାର ଜମି ସହ ଘର ତୋଳିବା ପାଇଁ ପଇସା ଦେଲେ । ଘର ତୋଳିବା ପରେ ଏବେ ବାବୁ ଉକ୍ତ ଜମି ଓ ଘରକୁ ଓଏଲ୍‌ଏକ୍ସରେ ବିକ୍ରି କରିବାକୁ ବସିଲେଣି । ସେଥିରେ ସର୍ତ୍ତ ରହିଛି କାଗଜପତ୍ର ହିସାବରେ ଏବେ ଘର ପଟ୍ଟା ଆମେ ଦେଇ ପାରିବୁନି । ପୌର ନିର୍ବାଚନ ପରେ ପଟ୍ଟା ଦେବୁ । ମାତ୍ର ୧୦ ଲକ୍ଷ ଟଙ୍କାରେ ରାଜଧାନୀରେ ୪୦୦ ବର୍ଗଫୁଟ ଜମି ସହ ଘର ବିକ୍ରି ପାଇଁ ଓଏଲ୍‌ଏକ୍ସରେ ଏପରି ଏକ ବିଜ୍ଞାପନ ବୁଲୁଛି ।

ଭୁବନେଶ୍ୱର ମହାନଗର ନିଗମରେ ହଜାର ହଜାର ବସ୍ତି ବାସିନ୍ଦା ରହିଛନ୍ତି । ସରକାର ଯୋଗ୍ୟ ହିତାଧିକାରୀଙ୍କୁ ବାଛୁଛନ୍ତି । ମୁଣ୍ଡ ଗୁଞ୍ଜିବାକୁ ଘର ନଥିବା ଲୋକଙ୍କୁ ଜମି ମିଳୁଛି । ଖାଲି ଜାଗା ନୁହେଁ ସରକାର ଘର ମଧ୍ୟ ତୋଳିବାକୁ ଅର୍ଥ ଦେଉଛନ୍ତି । ହେଲେ ଓଏଲଏକ୍ସରେ ଏହି ବିଜ୍ଞାପନରୁ ଜଣାପଡୁଛି, ବାସ୍ତବରେ ଲୋକଙ୍କ ଘରର ଆବଶ୍ୟକତା ନାହିଁ । ଚଞ୍ଚକତା କରି ସରକାରଙ୍କଠୁ ଘର ହାତଉଛନ୍ତି ଏବଂ ପରେ ଏହାକୁ ବିକ୍ରି କରୁଛନ୍ତି । ପୁଣି ଆଉ ଥରେ ସରକାରୀ ଜମି ଜବରଦଖଲ କରି ଘର ତୋଳୁଛନ୍ତି । ଏହାକୁ ନେଇ ଅନ୍ୟ ବସ୍ତି ବାସିନ୍ଦା ମାନେ ମଧ୍ୟ ବିଚଳତି ହେଉଛନ୍ତି । ସେପଟେ ସରକାରଙ୍କ ଚୟନ ପକ୍ରିୟାରେ ତ୍ରୁତିପୂର୍ଣ୍ଣ ରହୁଛି । ଥିଲା ବାଲା ଲୋକେ ଘର ହାତଉଛନ୍ତି ।

ଓଏଲ୍‌ଏକ୍ସରୁ ମିଳିଥିଲା ବିଜ୍ଞାପନ ଅନୁସାରେ, ଡମଣା କେଳୁଚରଣ ପାର୍କ ନିକଟ ବସ୍ତିର ଏମ୍‌ କେ ପ୍ରଧାନଙ୍କୁ ବସ୍ତି ଉଚ୍ଛେଦ ଯୋଜନାରେ ବିଡିଏ ପକ୍ଷରୁ ୪୦୦ ବର୍ଗ ଫୁଟର ଜାଗା ସହ ଘର ମିଳିଥିଲା । ଗୋଟିଏ ନୁହେଁ ୨ଟି ପ୍ଲଟ ହାତେଇଥିଲେ । ଉକ୍ତ ଘରକୁ ସେ ଆଉ ଟିକେ ସଜାଇଥିଲେ । ଶୋଇବା, ରୋଷଇ ଘର ଓ ବାଥ୍‌ରୁମରେ ଟାଇଲ୍‌ ଲଗାଇଛନ୍ତି । ସେ ଏହାକୁ ବିକ୍ରି କରିବାକୁ ଚାହୁଁଛନ୍ତି । ଏହି ଘରକୁ ସେ ୯ଲକ୍ଷ ୯୯ ହଜାର ୯୯୯ ଟଙ୍କାରେ ବିକ୍ରି କରିବେ । ଜମି ପଟ୍ଟା ବର୍ତ୍ତମାନ ତାଙ୍କୁ ମିଳିନି । ତେଣୁ ଆଗାମୀ ପୌର ନିର୍ବାଚନ ପରେ ପଟ୍ଟା ମିଳିଲେ ଦିଆଯିବ ବୋଲି ସେ ବିଜ୍ଞାପନରେ ଉଲ୍ଲେଖ କରିଛନ୍ତି । ଓଏଲ୍‌ଏକ୍ଲରେ ଏହି ବିଜ୍ଞାପନ ବାହାରିବା ପରେ ବହୁ ଲୋକ ଉକ୍ତ ଜମି ଓ ଘର କିଣିବାକୁ ଲାଇନ୍‌ ଲଗାଇଛନ୍ତି ।

ଏ ସମ୍ପର୍କରେ ପ୍ରମେୟ ପକ୍ଷରୁ ତାଙ୍କୁ ଯୋଗାଯୋଗ କରାଯାଇଥିଲା । ସେ କହିଥିଲେ, ଜାଗା ବିଡିଏ ପକ୍ଷରୁ ମିଳିଥିବା ବେଳେ ଏଥିରେ କିଛି ତ୍ରୁଟି ନାହିଁ । ଆମେ ଭିତିରି କାରବାର କରି ନିର୍ବାଚନ ପୂର୍ବରୁ ଜାଗାର ସମସ୍ତ କାଗଜପତ୍ର ଦେବୁ ବୋଲି ସେ କହିଛନ୍ତି । ମୂଲାମୂଲି କଲା ପରେ ସେ ଉକ୍ତ ଘର ସହିତ ଜମି ୮ଲକ୍ଷ ଟଙ୍କାରେ ଦେବା ପାଇଁ ମଧ୍ୟ ରାଜି ହୋଇଛନ୍ତି । ବିଡିଏ ଖୋଦ୍‌ ଘର ଦେଇଥିବାରୁ ଏହାକୁ କେହି ଭାଙ୍ଗି ପାରିବେନି ବୋଲି ରୋକ୍‌ଠୋକ୍‌ କହିଥିଲେ ।

ହିତାଧିକାରୀଙ୍କ ଏପରି ଖୁଲମଖୁଲା ଘର ବିକ୍ରି ବିଜ୍ଞାପନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଭୂମିହୀନ ଭାବେ ସରକାରଙ୍କଠୁ ଜମି ହାତେଇବା ପରେ ଏପରି ଏକାଧିକ ବିକ୍ରି ଘଟଣା ରାଜଧାନୀରେ ଚାଲିଥିବା ସ୍ପଷ୍ଟ ହୋଇଛି । ସରକାରୀ ଜମିରେ ବାଡ଼ ବୁଲାଇ ତାକୁ ବିକ୍ରି କରା ଯାଉଥିବା ନେଇ ମଧ୍ୟ ଅଭିଯୋଗ ଆସୁଛି । ଏ ସମ୍ପର୍କରେ ବିଏମ୍‌ସିର ସହକାରୀ କମିଶନର (ଏନ୍‌ଫୋର୍ସମେଣ୍ଟ) ଲିଲନ ପ୍ରସାଦ ସାହୁ କହିଛନ୍ତି, ଆଲଟମେଣ୍ଟ ହୋଇଥିବା ଘରକୁ ଯଦି ହିତାଧିକାରୀ ବିକୁଛନ୍ତି କିମ୍ବା ଭଡ଼ାରେ ଲଗାଉଛନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

   Related Posts