suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବ୍ରହ୍ମାଣ୍ଡର ସବୁଠାରୁ ଶକ୍ତିଶାଳୀ ମନ୍ତ୍ର ଓଁ, ଜାଣନ୍ତୁ ଏହାର ମହିମା ଏବଂ ଉଚ୍ଚାରଣ ବିଧି

26/09/2020 at 5:59 PM

ଭୁବନେଶ୍ୱର ୨୬/୦୯ : ଓଁ ଶବ୍ଦରେ ସାରା ବିଶ୍ୱ ବ୍ରହ୍ମାଣ୍ଡ ଲୁଚି ରହିଛି । ଓଁ ଧ୍ୱନି ସାରା ବିଶ୍ୱରେ ଗୁଞ୍ଜରଣ ହୋଇଥାଏ । ସେଥିପାଇଁ ଓଁ ଉଚ୍ଚାରଣ ଦ୍ୱାରା ସକାରାତ୍ମକ ଉର୍ଜା ସଞ୍ଚାର ହୋଇଥାଏ । ଏହି ଧ୍ୱନି ମନୁଷ୍ୟର ଶ୍ରବଣ କ୍ଷମତା ଠାରୁ ବହୁ ଉର୍ଦ୍ଧ୍ବରେ । କିନ୍ତୁ ଯେଉଁମାନେ ସାଧନା କରିବାକୁ ଚାହିଁଥାନ୍ତି ସେମାନେ ଏହି ଚମତ୍କାରୀ ଧ୍ୱନିକୁ ଶୁଣି ପାରନ୍ତି ।

ତିନିଟି ଅକ୍ଷର ଅ, ଉ ଏବଂ ମ୍‌ କୁ ମିଶାଇ ହୋଇଛି ଓଁ । ଓଁ ଈଶ୍ୱରର ୩ଟି ସ୍ୱରୂପ ବ୍ରହ୍ମ, ବିଷ୍ଣୁ ମହେଶ୍ୱରଙ୍କ ସଂଯୁକ୍ତ ରୂପ । ଓଁରେ ହିଁ ସୃଷ୍ଟି, ପାଳନ ଏବଂ ବିନାଶର ତିନୋଟି ସାମିଲ । ଓଁ ମନ୍ତ୍ରର ସଠିକ ପ୍ରୟୋଗ ଦ୍ୱାରା ଜୀବନର ସବୁ ସମସ୍ୟା ଦୂର କରାଯାଇପାରେ । ଓଁର ସଠିକ ଉଚ୍ଚାରଣ ଦ୍ୱାରା ଈଶ୍ୱରଙ୍କ ନିକଟ ହୋଇପାରିବେ ।

ଓଁ ଧ୍ୱନି ଏତେ ପବିତ୍ର ଯେ ମୁନିଋଷି ପ୍ରତ୍ୟେକ ମନ୍ତ୍ର ପୂର୍ବରୁ ଓଁ ଯୋଡି ଦେଇଛନ୍ତି । ଓଁ ସହ ଜଡିତ ହେବାପରେ ମନ୍ତ୍ରର ଶକ୍ତି ଅନେକ ଗୁଣ ବୃଦ୍ଧି ପାଇଥାଏ ବୋଲି କୁହାଯାଏ । କିନ୍ତୁ ଓଁ ମନ୍ତ୍ର ଉଚ୍ଚାରଣର ମଧ୍ୟ କିଛି ନିୟମ ରହିଛି । ଉଚ୍ଚାରଣ ସମୟରେ ଏହି ନିୟମ ପାଳନ କରିବା ଉଚିତ ।

ଓଁ ଉଚ୍ଚାରଣ ବ୍ରହ୍ମ ମୁହୂର୍ତ୍ତରେ କିମ୍ବା ସନ୍ଧ୍ୟା ସମୟରେ କରିବା ଉଚିତ । ମନ୍ତ୍ରର ସଠିକ ଲାଭ ପାଇବା ପାଇଁ ଏହାର ସଠିକ ଉଚ୍ଚାରଣ ପଦ୍ଧତି ଶିଖିବା ଆବଶ୍ୟକ। ଓଁ ଉଚ୍ଚାରଣ ସମୟରେ ମେରୁଦଣ୍ଡ ସିଧା ରହିବା ଉଚିତ । ଉଚ୍ଚାରଣ ପୁରା କରିବାର ୧୦ ମିନିଟ ଯାଏଁ ଜଳ ସ୍ପର୍ଶ କରିବା ଉଚିତ ନୁହେଁ ।

ଡାହାଣ ହାତରେ ତୁଳସୀ ପତ୍ର ନେଇ ୧୦୮ ଥର ଓଁ ଉଚ୍ଚାରଣ କରନ୍ତୁ । ଉଚ୍ଚାରଣ ପରେ ତୁଳସୀ ପତ୍ରକୁ ପିଇବା ପାଣିରେ ପକାଇ ଏହି ପାଣିକୁ ପିଅନ୍ତୁ । ଏହି ସମୟରେ ତାମସିକ ଆହାର ନ କରିବା ଉଚିତ । ଏହାଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟର ବରଦାନ ମିଳିଥାଏ ।

ଘରର ମୁଖ୍ୟ ଦ୍ୱାରର ଉଭୟ ପାର୍ଶ୍ୱରେ ସିନ୍ଦୁରରେ ସ୍ୱସ୍ତିକ ଚିହ୍ନ କରନ୍ତୁ । ମୁଖ୍ୟ ଦ୍ୱାର ଉପରେ ଓଁ ଲେଖନ୍ତୁ । ଏହି ପ୍ରୟୋଗ ମଙ୍ଗଳବାର ଅପରାହ୍ନରେ କରିବା ଶୁଭ ହୋଇଥାଏ । ଏହାଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

   Related Posts