ମନ୍ଦିରରେ କ୍ରିତିକୁ କିସ୍ କଲେ ନିର୍ମାତା ଓମ୍ ରାଉତ୍, ଟ୍ଵିଟ୍ରରେ ବର୍ଷିଲେ ବିଜେପି ନେତା
8/06/2023 at 7:58 AM

ମୁମ୍ଵାଇ ୦୮।୦୬: ଓମ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆଦିପୁରୁଶ’ । ଗତ କିଛି ମାସ ହେବ ଚର୍ଚ୍ଚାରେ ରହି ଆସିଛି। ସାଉଥ୍ ସୁପରଷ୍ଟାର ପ୍ରଭାସ ‘ଆଦିପୁରୁଷ’ରେ ରାମଙ୍କ ଭୂମିକାରେ ନଜର ଆସିବେ। ଏଥି ସହିତ କ୍ରିତି ସାନନ୍ ଏହି ଚଳଚ୍ଚିତ୍ରରେ ମାତା ସୀତା ଭୂମିକାରେ ଅଭିନୟ କରୁଛନ୍ତି। ନିକଟରେ ଫିଲ୍ମର ଫାଇନାଲ ଟ୍ରେଲର ରିଲିଜ ହୋଇଥିଲା। ଯାହାକୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି। ଏହି ସମୟରେ, ଫିଲ୍ମର ନିର୍ଦ୍ଦେଶକ ଏପରି କାର୍ଯ୍ୟ କରିଛନ୍ତି ଯେ ଲୋକମାନେ ତାଙ୍କୁ ତାଗିଦ କରିବା ଆରମ୍ଭ କରି ଦେଇଛନ୍ତି।
#Adipurush: Controversies continue to haunt the Team! While such a send-off gesture is quite common amongst the celebrities, it was inappropriate at the Tirumala. #KrithiSanon #OmRaut pic.twitter.com/hkUd2ButLG
— AndhraBoxOffice.Com (@AndhraBoxOffice) June 7, 2023
ମଙ୍ଗଳବାର ନିର୍ମାତା ଓ ଷ୍ଟାରକାଷ୍ଟ ତିରୁପତି ମନ୍ଦିର ଠାରେ ଫିଲ୍ମର ଟ୍ରେଲର ଲଞ୍ଚ କରିଛନ୍ତି। ଏହା ପରେ ଫିଲ୍ମ ଟିମ୍ ତିରୁପତିଙ୍କ ନିକଟରେ ଭେଙ୍କଟେଶ୍ଵରା ମନ୍ଦିର ପରିଦର୍ଶନ କରିଥିଲେ। ଏଠାରୁ ଦଳର ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଏହିପରି ଅନେକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ କ୍ରିତି ସାନନ୍ ଓମ୍ ରାଉତ ମନ୍ଦିରରେ ବାହାରକୁ ଗଲା ବେଳେ ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଠିକ୍ ସେହି ସମୟରେ ଓମ୍ ରାଉତ କ୍ରିତିକୁ ଆଲିଙ୍ଗନ କରି ଗାଲକୁ କିସ୍ ଦେଇଥିଲେ।

ତାଙ୍କର ଏହି କାମ ବର୍ତ୍ତମାନ ଏକ ନୂଆ ବିବାଦ ସୃଷ୍ଟି କରିଛି। ମନ୍ଦିରରେ ଏଭଳି କାର୍ଯ୍ୟ ହେତୁ ଲୋକଙ୍କ ଭାବନା ଆଘାତ ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଅନେକ ଲୋକ ନିର୍ଦ୍ଦେଶକଙ୍କ ଉପରେ କ୍ରୋଧ ପ୍ରକାଶ କରିବା ଆରମ୍ଭ କରି ଦେଇଛନ୍ତି।ବିଜେପିର ରାଜ୍ୟ ସଚିବ ରମେଶ ନାଇଡୁ ମଧ୍ୟ ଟ୍ଵିଟ୍ କରି ଲେଖିଛନ୍ତି ‘ମନ୍ଦିର ପରି ପବିତ୍ର ସ୍ଥାନରେ ଏପରି କାର୍ଯ୍ୟ କରିବା ଆବଶ୍ୟକ କି? ଭଗବାନ ଭେଙ୍କଟେଶ୍ଵରଙ୍କ ମନ୍ଦିରରେ ଏହିପରି ଚୁମ୍ବନ ଏବଂ ଆଲିଙ୍ଗନ … ଏହା ଆଦୌ ଗ୍ରହଣୀୟ ନୁହେଁ। ଏହା ସଂପୂର୍ଣ୍ଣ ଅସମ୍ମାନ ଅଟେ । ତେବେ କିଛି ସମୟ ପରେ ରମେଶ ନାଇଡୁ ମଧ୍ୟ ତାଙ୍କ ଟ୍ଵିଟ୍କୁ ଡିଲିଟ କରିଛନ୍ତି।
You Can Read: