ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଓମ୍ ବିର୍ଲା ହେବେ ଲୋକସଭା ବାଚସ୍ପତି !

18/06/2019 at 11:34 AM

ନୂଆଦିଲ୍ଲୀ ୧୮|୬: ବିଜେପି ସାଂସଦ ଓମ୍ ବିର୍ଲା ହୋଇପାରନ୍ତି ସପ୍ତଦଶ ଲୋକସଭା ବାଚସ୍ପତି । ରାଜସ୍ଥାନ କୋଟାର ବିଜେପି ସାଂସଦ ଓମ୍ ବିର୍ଲା ଆଜି ନାମାଙ୍କନ ଦାଖଲ କରିବେ । ଅସ୍ଥାୟୀ ବାଚସ୍ପତି ଭାବରେ ବୀରେନ୍ଦ୍ର କୁମାର ଶପଥ ନେବା ପରେ ନବନିର୍ବାଚିତ ସାଂସଦ ମାନଙ୍କୁ ଶପଥ ପାଠ କରାଇଥିଲେ ।

ଲୋକସଭା ବାଚସ୍ପତି ପାଇଁ ଅନେକ ବରିଷ୍ଠ ବିଜେପି ନେତାଙ୍କ ନାମ ଚର୍ଚ୍ଚାକୁ ଆସିଥିଲା | ବାଚସ୍ପତି ଦୋୖଡରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମାନେକା ଗାନ୍ଧୀ, ରାଧାମୋହନ ସିଂ, ରମାପତି ରାମ ତ୍ରିପାଠୀ, ଏସଏସ ଅଲୁୱାଲିଆ ଓ ଡ. ବୀରେନ୍ଦ୍ର କୁମାରଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଥିଲା |

ତେବେ ସପ୍ତଦଶ ଲୋକସଭା ବାଚସ୍ପତି ଭାବରେ ଓମ୍ ବିର୍ଲା ନିର୍ବାଚିତ ହେବେ । ଆସନ୍ତାକାଲି ବାଚସ୍ପତି ନିର୍ବାଚନ । ୧୭ ବୟସରୁ ଓମ ବିର୍ଲା ରାଜନୀତିରେ ସକ୍ରିୟ ଥିଲେ । ରାଜସ୍ଥାନ କୋଟାରୁ ସେ ୩ ଥର ବିଧାୟକ ଥିଲେ । ସେ ଦ୍ବିତୀୟ ଥର ପାଇଁ ସାଂସଦ ହୋଇଛନ୍ତି ।

   Related Posts