ସଂସଦରେ ଆରୋପ-ପ୍ରତ୍ୟାରୋପର ନୂଆ ପରମ୍ପରା ଲୋକତନ୍ତ୍ର ପାଇଁ ଠିକ୍ ନୁହେଁ, ବଚସ୍ପତି ଓମ ବିର୍ଲାଙ୍କ ବଡ଼ ବୟାନ
15/02/2023 at 7:11 PM

ନୂଆଦିଲ୍ଲୀ: ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ବୁଧବାର କହିଛନ୍ତି ଯେ ସଂସଦ ଏବଂ ବିଧାନସଭା ଗୁଡିକରେ ଆରୋପ-ପ୍ରତ୍ୟାରୋପର ନୂଆ ପରମ୍ପରା ଦେଶର ସାମ୍ୱିଧାନିକ ଲୋକତନ୍ତ୍ର ପାଇଁ ଉଚିତ୍ ନୁହେଁ । ଗୃହରେ ସକାରାତ୍ମକ ଚର୍ଚ୍ଚା ଏବଂ ବିଚାର-ବିମର୍ଶର ଆବଶ୍ୟକତା ଉପରେ ବାଚସ୍ପତି ଜୋର ଦେଇଛନ୍ତି । ଏହାଦ୍ୱାରା ଗଣତନ୍ତ୍ର ଜୀବନ୍ତ ଏବଂ ସକ୍ରିୟ ରହିବ । ଗୁଜରାଟ ବିଧାନସଭା ବିଧାୟକଙ୍କୁ ସମ୍ୱୋଧିତ କରି ଏହା କହିଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ ଲୋକତନ୍ତ୍ରରେ ଆଲୋଚନା ଶୁଦ୍ଧି ଯଜ୍ଞ ପରି ଅଟେ, କିନ୍ତୁ ଯୋଜନାବଦ୍ଧ ଭାବେ ସଂସଦର କାର୍ଯ୍ୟରେ ବାଧା ଉତ୍ପନ୍ନ କରିବା ଏବଂ ରାଜ୍ୟପାଳଙ୍କ ଅଭିଭାଷଣରେ ବାଧା ଦେବା ଭଲ ପରମ୍ପରା ନୁହେଁ । ବାଚସ୍ପତି କହିଛନ୍ତି ଯେ ମାର୍ଚ୍ଚ ସୁଦ୍ଧା ମଡେଲ ଓପନିୟନ ପ୍ରସ୍ତୁତ କରିବା କାମ ଶେଷ କରାଯିବ ।
ନବ ନିର୍ବାଚିତ ବିଧାୟକମାନେ ପୂର୍ବର ଯୁକ୍ତି ଏବଂ ଆଲୋଚନାର ଅଧ୍ୟୟନ କରିବା ଦରକାର ଏବଂ ସେଥିରୁ ଅଭିଜ୍ଞତା ଗ୍ରହଣ କରିବା ଦରକାର । ଚର୍ଚ୍ଚା ଏବଂ ବିଚାର-ବିମର୍ଶର ଆୟୋଜନ କରାଇବା ପାଇଁ ସେ ସମସ୍ତ ବିଧାନସଭାର ଅପିଲ କରି କହିଛନ୍ତି, ଫଳରେ ଲୋକତନ୍ତ୍ର ଜୀବନ୍ତ ହୋଇ ରହିପାରିବ ।